ETV Bharat / state

ହେଇ ପାରୁନି ରୁଆ ବେଉଷଣ, ଚିନ୍ତାରେ ଚାଷୀ - irrigation

ରୁଆ ବେଉଷଣ କାମ ଡେରି। ଚିନ୍ତାରେ ଚାଷୀ। ଖରିଫ ଫସଲ ହେଉଛି ବିଳମ୍ବ। ହେଲେ ପ୍ରତିବର୍ଷ ରଥଯାତ୍ରା ବେଳକୁ ବିଲରେ ସରିଥାଏ ରୁଆ ବେଉଷଣା ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାୟଗଡା
author img

By

Published : Jun 15, 2019, 3:38 PM IST

ରାୟଗଡା: ଅକ୍ଷୟ ତୃତୀୟା ଯାଇ ଦେବସ୍ନାନ ପୂର୍ଣ୍ଣିମା ଆସିଲାଣି । ହେଲେ ଧାନ ବିହନର ଦେଖା ନଥିବାବେଳେ ଚିନ୍ତାରେ ଚାଷୀ । ସେପଟେ ଚାଷୀ ତଳି ପକାଇବା ପାଇଁ ବିଲ ମଇ ସଜବାଜ ହେଲାବେଳେ ଏପଟେ ସରକାରୀ ବିହନ ପାଇଁ କୃଷିବିଭାଗକୁ ଧାଇଁ ଧାଇଁ ନୟାନ୍ତ। ଆମେ କହୁଛୁ ରାୟଗଡାର ଚଳିତ ଖରିଫ ଫସଲ କଥା ।

ପ୍ରତିବର୍ଷ ରଥଯାତ୍ରା ବେଳକୁ ଆରମ୍ଭ ହୋଇଥାଏ ରୁଆ ବେଉଷଣ କାମ । ହେଲେ ଏବର୍ଷ ରଥଯାତ୍ରାକୁ ଆଉ ରହିଲା ମାତ୍ର ୨୦ ଦିନ। ହେଲେ ଏଯାଏଁ ଜମି ପଡ଼ିନି ଧାନ । ତେବେ କେବେ ଆସିବ ବିହନ ଏବଂ କେବେ ପଡ଼ିବ ତଳି ସେନେଇ ଚିନ୍ତାରେ ଚାଷୀ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାୟଗଡା

ଜିଲ୍ଲାରେ ଗତ ବର୍ଷ ୫୫ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ଏହା ୫୫ ହଜାର ୮୬୦ ହଜାର ହେକ୍ଟରକୁ ଲକ୍ଷ ଧାର୍ଯ୍ୟ ହୋଇଛି । ତେବେ କୃଷି ବିଭାଗର ଆକଳନ ଅନୁଯାଇ ଚଳିତ ବର୍ଷ ୧୬୯୨୦ – କ୍ୱିଣ୍ଚାଲ ବିହନ ଧାନର ଆବଶ୍ୟକ ରହିଛି । ତେବେ ଏଯାଏଁ ବିହନ ଧାନ ଚାଷୀଙ୍କୁ ମିଳୁନାହିଁ । ଏନେଇ ତୁରନ୍ତ ପଦକ୍ଷେପ ନିଆଯିବ ଏବଂ ଚାଷୀଙ୍କୁ କିଭଳି ବିହନ ଧାନ ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

କେବେ ପୂରଣ ହେବ ଜିଲ୍ଲାପାଳଙ୍କ ପ୍ରତିଶୃତି । ଆଉ କେବେ ଏନେଇ ପଦକ୍ଷେପ ନିଆଯାଉଛି ତା ଦେଖିବାକୁ ବାକି ରହିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

SLUGE –ଅକ୍ଷିତୃତିଆ ଯାଇ ଦେବସ୍ନାନ ଆସିଲାଣି ,ଧାନ ବିହନର  ଦେଖା ନଥିବାବେଳେ ଚିନ୍ତାରେ ପଡ଼ିଯାଇଛି ଚାଷୀ  ।
REPORTER- ରଞ୍ଜନ ରଥ
PLACE-  RAYAGADA
DATE- 14.6.19
FORMET –  PKG
ANCAR- ଅକ୍ଷିତୃତିଆ ଯାଇ ଦେବସ୍ନାନ ଆସିଲାଣି ହେଲେ ଜିଲ୍ଲାରେ ଧାନ ବିହନର  ଦେଖା ନାହିଁ । ସେପଟେ ଚାଷୀ ତଳି ପକାଇବା ପାଇଁ ବିଲ ମହି ସଜବାଜ ହେଲାବେଳେ ଏପଟେ ସରକାରି ବିହନ ପାଇଁ କୃଷିବିଭାଗକୁ ଧାଇଁ ଧାଇଁ ଥେୟା  । 
VO – 1ଖରିଫ ଫସଲ ପାଇଁ ପ୍ରଶାସନ ଯେତିକି ତତ୍ପର ହେବାକଥା ସେତିକି ଏବର୍ଷ ଦେଖିବାକୁ ମିଳୁନି  । ରାୟଗଡ଼ା ଜିଲ୍ଲାର ଭୈଗଳିକ ସ୍ଥିତି ଅନୁଯାଇ ଏଠି ରଥ ଯାତ୍ରା ବେଳକୁ ଆରମ୍ଭ ହୋଇଥାଏ  ରୁଆ ବେଉଷଣା କାମ  । ଆସନ୍ତା ମାସ ୪ ତାରିଖରେ ରଥଯାତ୍ରା ତେବେ ଆଉରହିଲା ମାତ୍ର ୨୦ ଦିନ ହେଲେ ଏଯାଏଁ ଜମି ପଡ଼ିନି ଗିଞ୍ଜାଏ ଧାନ  । ନିୟମ ମୁତାବକ ଜୁନ ପ୍ରଥମ ସପ୍ତାହରୁ ଖରିଫ ଧାନ ପାଇଁ ଚାଷି ନିଜ ଜମିରେ ତଳି ପକାଇଥାଏ  । ତଳି ପଡ଼ିବାର ୩୦ରୁ ୪୦ ଦିନ ମଧ୍ୟରେ ଅର୍ଥାତ ରଥଯାତ୍ରା ଠାରୁ ରୁଆରୁଇ କାମ ଆରମ୍ଭ ହୋଇଥାଏ । ଜୁନରୁ  ଅକ୍ଟୋବର ମଧ୍ୟରେ ଖରିଫ ଚାଷର ଧାନ ଚାଷ ହୋଇ ଅମଳ ଆରମ୍ଭ  ହୋଇଥାଏ  । ଏହି ସବୁ ଧାନ ରୁଆ ବେଉଷଣାର  ୧୫୦ରୁ ୧୬୦ ଦିନ ମଧ୍ୟରେ ଅମଳ ହୋଇଥାଏ  । ଡ଼ଙ୍ଗର ଧାନ ଅବଧି ଯଦିଓ ୧୨୦/୧୩୦ ଦିନ ମଧ୍ୟରେ ହୋଇଥାଏ  ତେବେ ଚାଷି ସମାନ ସମୟରେ ରୁଆକାମ ଆମମ୍ଭ କରିଥାଏ  । ଚଳିତ ବର୍ଷ ଜୁନ ଅଧା ହେବାକୁ ବସିଲାଣି ହେଲେ ଏଯାଏଁ ସରକାରି ବିହନର ଦେଖା ନାହିଁ  । ତେବେ କେବେ ଆସିବ ବିହନ ଏବଂ କେବେ ପଡ଼ିବ ତଳି ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷି  । 
BYTE –କମଳା ବେନିଆ (ଚାଷୀ , ଭାକୁରୁଗୁଡ଼ା)
BYTE –କାଳିଆ ହିମିରିକା ( ଚାଷୀ , ଭାକୁରୁଗୁଡ଼ା)
VO – 2-ଜିଲ୍ଲାରେ ଗତ ବର୍ଷ ୫୫ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଥିବା ବେଳେ ଚଳିତ ବର୍ଷ ଏହା ୫୫ ହଜାର ୮୬୦ ହଜାର ହେକ୍ଟରକୁ ଲକ୍ଷ ଧାର୍ଯ୍ୟ  ହୋଇଛି  । ତେବେ କୃଷି ବିଭାଗର ଆକଳନ ଅନୁଯାଇ  ଚଳିତ ବର୍ଷ ୧୬୯୨୦ – କ୍ୱିଟାଂଲ ବିହନ ଧାନର ଆବଶ୍ୟକ ରହିଛି । ତେବେ ଏଯାଏଁ ବିହନ ଧାନ ଚାଷୀଙ୍କୁ  ମିଳୁନଥିବା ନେଇ  ଜିଲ୍ଲାପାଳଙ୍କ କହିବା କଥା ଏନେଇ ତୁରନ୍ତ ପଦକ୍ଷେପ ନିଆଯିବ ଏବଂ ଚାଷୀଙ୍କୁ କିଭଳି ବିହନ ଧାନ ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । 
BYTE – ଜାଗିଆ କାଡ଼୍ରାକା ( ଚାଷୀ , ଭାକୁରୁଗୁଡ଼ା)
BYTE – ସୁଧାକର ଶବର ( ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.