ରାୟଗଡା: ସୀମାନ୍ତରେ ଆନ୍ଧ୍ର-ଓଡିଶା ଅବକାରୀ ବିଭାଗର ମିଳିତ ଚଢାଉ । ବିପୁଳ ପରିମାଣରେ ପୋଚ ସହ ଦେଶୀମଦ ଜବତ କରି ନଷ୍ଟ କରାଯାଇଛି ।

ସୀମାନ୍ତରେ ଚୋରା ମଦ ଜବତ ପାଇଁ ଏବେ ଅଣ୍ଚା ଭିଡିଛି ରାୟଗଡା ପୋଲିସ । ଏଥିପାଇଁ ଆନ୍ଧ୍ର ଅବକାରୀ ଓ ପୋଲିସ୍ ବିଭାଗ ସହ ହାତ ମିଳାଇଛି । ମଙ୍ଗଳବାର ଆନ୍ଧ୍ର ଏବଂ ଓଡିଶା ଉଭୟ ରାଜ୍ୟର ପୋଲିସ ସହ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ସୀମାନ୍ତରେ ଥିବା ସାନ୍ଧୁବାଡି, ରେଙ୍ଗାଲପାଡୁ ଓ ଲଦା ଗ୍ରାମରେ ଚଢାଉ କରିଥିଲେ । ପରେ ଜଙ୍ଗଲ ଭିତରେ ପ୍ରସ୍ତୁତ ହେଉଥିବା ୨୭ ହଜାର ୧୦୦ ଲିଟର ପୋଚ ସହ ୪୬୦ ଲିଟର ଦେଶୀମଦ ଜବତ କରି ସେଗୁଡିକୁ ନଷ୍ଟ କରିଛନ୍ତି ।

ଲକଡାଉନ ଜାରି ମଧ୍ୟରେ ଏସବୁ ଅଞ୍ଚଳରୁ ଦେଶୀମଦ ଅବାଧରେ ଆନ୍ଧ୍ର-ଓଡିଶାକୁ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇ ଏହି ଚଢାଉ କରାଯାଇଥିବା ରାୟଗଡା ଏସପି କହିଛନ୍ତି । ତେବେ ଆଗକୁ ମଧ୍ୟ ଉଭୟ ରାଜ୍ୟ ପକ୍ଷରୁ ମିଳିତ ଚଢାଉ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।
ରାୟଗଡାକୁ ରଞ୍ଜନ କୁମାର ରଥ, ଇଟିଭି ଭାରତ