ରାୟଗଡ଼ା: ବେଆଇନ ମଦ ଭାଟି ଉପରେ ଚଢାଉ କରିଛି ଶେଷଖାଲ ଥାନା ପୋଲିସ । ପିପଲଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲପାଡୁ ଏବଂ ତାମିଲବାଡି ଗାଁରେ ଏହି ଚଢାଉ କରାଯାଇଛି । ସେଠାରୁ ୨୦୦୦ ଲିଟର ମହୁଲ ପୋଚ ସହିତ ୧୦୦ ଲିଟର ପ୍ରସ୍ତୁତ ଦେଶୀମଦକୁ ପୋଲିସ ନଷ୍ଟ କରିଛି । ତାସହିତ ମଦ ରାନ୍ଧିବା ଉପକରଣ ସହିତ ପୋଚ ପାଇଁ ବ୍ୟବହୃତ ପ୍ଲାଷ୍ଟିକ ଡ୍ରମ ଗୁଡ଼ିକୁ ନଷ୍ଟ କରି ପୋଡ଼ି ଦେଇଛନ୍ତି ।
ଆଜି ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଶେଷଖାଲ ଥାନା ପୋଲିସ ପିପଲଗୁଡ଼ା ପଚାଂୟତ ଅନ୍ତର୍ଗତ ଉପରୋକ୍ତ ଗାଁ ଉପରେ ଏହି ଚଢ଼ାଉ କରିଥିଲା । ଘଟଣାସ୍ଥଳରେ ମଦ ରାନ୍ଧିବା ଉପକରଣ, ପୋଚ ପାଇଁ ବ୍ୟବହୃତ ପ୍ଲାଷ୍ଟିକ ଡ୍ରମ ଗୁଡ଼ିକୁ ନଷ୍ଟ କରି ପୋଡ଼ି ଦେଇଛନ୍ତି ।
ତେବେ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରା ମଦ ରୋକିବା ପାଇଁ ଏଭଳି ଅଚାନକ ଚଢ଼ାଉ କରାଯିବ ବୋଲି କହିଛନ୍ତି ରାୟଗଡ଼ା ଏସଡ଼ିପିଓ ତପନ ନାରାୟଣ ରଥ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ