ETV Bharat / state

Excise Department Raid: ବିପୁଳ ପରିମାଣର ଦେଶୀ ମଦ ଜବତ, ୩ ଗିରଫ

author img

By

Published : Apr 9, 2023, 11:25 AM IST

ରାୟଗଡା ଜିଲ୍ଲାର ସାନ୍ଦୁବାଡି ଏବଂ ଶୀକାବାଡି ଗ୍ରାମରେ ଅବକାରୀ ବିଭାଗର ଚଢାଉ । ବିପୁଳ ପରିମାଣର ମଦ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

Excise Department Raid
Excise Department Raid
Excise Department Raid

ରାୟଗଡା: ଓଡ଼ିଶା ଏବଂ ଆନ୍ଧ୍ର ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଚଢାଉ ଜୋରଦାର ହୋଇଛି । ଗତକାଲି(ଶନିବାର) ବିଭାଗ ପକ୍ଷରୁ ଏକ ଗ୍ରାମରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗର ମିଳିତ ଟିମ ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ସାନ ସାନ୍ଦୁବାଡି ଏବଂ ଶୀକାବାଡି ଗ୍ରାମରେ ଚଢାଉ କରି ଏହି ମଦ ଜବତ କରିଛନ୍ତି ।

ରାୟଗଡା ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ବରେ ହୋଇଥିବା ଏହି ଚଢ଼ାଉରେ ଓଡିଶା ଅବକାରୀ ବିଭାଗର 65 ଅଧିକାରୀ, ଆନ୍ଧ୍ର ଅବକାରୀ ବିଭାଗର 39 ଅଧିକାରୀ ଏବଂ ଶେଷଖାଲ ଥାନାର 10 ଜଣ ପୋଲିସ ଅଧିକାରୀ ସାମିଲ ହୋଇଥିଲେ । ଗୋଟିଏ ଘରେ ମଦ କାରବାର ହେଉଥିବା ନେଇ କୌଣସି ସୂତ୍ରରୁ ଖବର ମିଳିଥିଲା । ବିଭାଗୀୟ ଅଧିକାରୀମାନେ ନିଜ ଟିମ୍‌ ସହ ଶେଷଖାଲ ଥାନା ପରିସରରେ ଏକଜୁଟ ହୋଇ ଚଢାଉ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।

ଏହାପରେ ସକାଳେ 6ଟା ସମୟରେ ସମସ୍ତ ଅଧିକାରୀଙ୍କୁ ନେଇ 3ଟି ଅଲଗା ଦଳରେ ଭାଗ ହୋଇ ସାନ ସାନ୍ଦୁବାଡି ଓ ଶୀକାବାଡି ଅଞ୍ଚଳରେ ଥିବା ସନ୍ଦିଗ୍ଧ ଘରେ ଚଢାଉ କରିଥିଲେ । ତଲାସି ସମୟରେ 3 ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିବା ବେଳେ 6100 ଲିଟର ଦେଶୀ ପୋଚ, 200 କିଲୋ ମହୁଲ, 674 ଲିଟର ଦେଶୀ ମଦ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସାଙ୍ଗକୁ ବଞ୍ଚାଇବାକୁ ଯାଇ ବୁଡିଗଲା ସାଙ୍ଗ, ପୋଖରୀରେ ବୁଡି 2 ଜଣଙ୍କ ମୃତ୍ୟୁ

ଗିରଫ ଅଭିଯୁକ୍ତମାନେ ହେଲେ ରାଜୁ ଗାଣ୍ଟା (45), ଫୁଲନ୍ତି ଗାଣ୍ଟା (48), ରତ୍ନାଲୁ କ୍ରିଷ୍ଣା ରାଓ (50) l ଅବକାରୀ ବିଭାଗ ଗ୍ରାମ ନିକଟ ଜଙ୍ଗଲର 3ଟି ସ୍ଥାନରୁ 6100 ଲିଟର ଦେଶୀ ପୋଚ ଏବଂ 55ଟି ଡ୍ରମ ଜବତ କରିଛି । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏହା ସବୁଠୁ ବଡ ଧରଣର ଚଢ଼ାଉ ଥିଲା । ଚଢ଼ାଉ ସମୟରେ ଜବତ ହୋଇଥିବା ମହୁଲର ଆନୁମାନିକ ମୂଲ୍ୟ 2500 ଟଙ୍କା ଏବଂ ଜବତ ଦେଶୀ ମଦ ଏବଂ ପୋଚର ମୂଲ୍ୟ 10 ଲକ୍ଷ ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ସାଙ୍ଗକୁ ବଞ୍ଚାଇବାକୁ ଯାଇ ବୁଡିଗଲା ସାଙ୍ଗ, ପୋଖରୀରେ ବୁଡି 2 ଜଣଙ୍କ ମୃତ୍ୟୁ

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.