ETV Bharat / state

ଗୁଣୁପୁର ସବଜେଲରେ 76 ଜଣ ପଜିଟିଭ ଚିହ୍ନଟ ଘଟଣା, ଚିନ୍ତାରେ ଗୃହବିଭାଗ

author img

By

Published : Jun 4, 2021, 1:17 PM IST

ରାୟଗଡ଼ା ଗୁଣୁପୁର ସବଜେଲରେ 76 ଜଣ ପଜିଟିଭ ଚିହ୍ନଟ ହେବା ପରେ ଚିନ୍ତାରେ ଗୃହ ବିଭାଗ । ସେପଟେ ସ୍ବତନ୍ତ୍ର ସେଲ ଖୋଲାଯାଇ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି । ଅଧିକ ପଢନ୍ତୁ...

ଗୁଣୁପୁର ସବଜେଲରେ 76 ଜଣ ପଜିଟିଭ ଚିହ୍ନଟ ଘଟଣା, ଚିନ୍ତାରେ ଗୃହବିଭାଗ
ଗୁଣୁପୁର ସବଜେଲରେ 76 ଜଣ ପଜିଟିଭ ଚିହ୍ନଟ ଘଟଣା, ଚିନ୍ତାରେ ଗୃହବିଭାଗ

ରାୟଗଡ଼ା: ଜିଲ୍ଲାର ଗୁଣୁପୁର ସବ୍‍ ଜେଲରେ 4 ଜଣ କର୍ମଚାରୀଙ୍କ ସମେତ 76 ଜଣ କଏଦୀ ପଜିଟିଭ ଚିହ୍ନଟ ପରେ ଗୃହ ବିଭାଗର ନିଦ ହଜିଯାଇଛି । ତେବେ ପଜିଟିଭ ଚିହ୍ନଟ ହୋଇଥିବା 4 ଜଣ କର୍ମଚାରୀଙ୍କ ସମେତ 76 କଏଦୀଙ୍କ ପାଇଁ ଗୁଣୁପୁରରେ ସ୍ଵତନ୍ତ୍ର ସେଲ ଖୋଲାଯାଇ ଚିକିତ୍ସା କରାଯାଉଛି । ସେପଟେ ଆଜି(ଶୁକ୍ରବାର) 3ଟି ସ୍ଵତନ୍ତ୍ର ଡାକ୍ତରୀ ଟିମ ରାୟଗଡା, କାଶୀପୁର ଏବଂ ବିଷମକଟକ ଜେଲକୁ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ କୋଭିଡ ଟେଷ୍ଟ କରୁଛନ୍ତି ।

ଏହି ପରୀକ୍ଷଣରୁ ଯଦି କେହି ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ ସେହି ଜେଲରେ ସ୍ଵତନ୍ତ୍ର ୱାର୍ଡ ଖୋଲି ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ । ତେବେ ଜେଲଗୁଡିକରେ କଏଦୀଙ୍କ ମଧ୍ୟରେ କୋରୋନା ସଂକ୍ରମଣ ଦେଖିବା ପରେ କୌଣସି ମାମଲାରେ ୭ ବର୍ଷରୁ କମ ସଜା ଥିବା ମାମଲାରେ ଗିରଫ ବ୍ୟକ୍ତିଙ୍କୁ ଜେଲକୁ ନ ପଠାଇ ଥାନାଗୁଡିକରେ ଜମାନତରେ ଛଡାଯିବ । ଏହାସହ ୭ ବର୍ଷରୁ ଅଧିକ ଦଣ୍ଡ ଥିବା ମାମଲାରେ ଗିରଫ ବ୍ୟକ୍ତିଙ୍କ କୋଭିଡ ପରୀକ୍ଷା କରି ପଠାଇବାକୁ କୋର୍ଟଗୁଡିକ ନିର୍ଦ୍ଦେଶ ଜାରି କରିଛନ୍ତି । ଗୁଣୁପୁରରେ ଗତ ସପ୍ତାହ ଧରି ସଂକ୍ରମଣ କମୁଥିବା ବେଳେ ଜେଲରେ 76 ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସଂକ୍ରମଣକୁ ରୋକିବା ପାଇଁ ଜେଲ ଭିତରର ଗୋଟିଏ ୱାର୍ଡକୁ ଆଇସୋଲେସନ ୱାର୍ଡ କରାଯାଇଛି ବୋଲି ଜେଲର କାମାକ୍ଷୀ ପତି ସୂଚନା ଦେଇଛନ୍ତି ।

ସ୍ଥାନୀୟ ସବ୍‍ ଜେଲରେ ୪ଜଣ କର୍ମଚାରୀଙ୍କ ସମେତ ୭୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭଙ୍କ ମଧ୍ୟରେ ୭୨ଜଣ କଏଦୀ ରହିଛନ୍ତି । ପୂର୍ବରୁ ଗତ ୨୪ ତାରିଖରେ ୩୨ଜଣଙ୍କ ଆଣ୍ଟିଜେନ ପରୀକ୍ଷାରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ କଏଦୀ ଓ କର୍ମଚାରୀଙ୍କୁ ମିଶାଇ ୧୧୬ ଜଣଙ୍କର RT-PCR ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ 4ଜଣ କର୍ମଚାରୀ ଓ ୭୧ଜଣ କଏଦୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ପଜିଟିଭଙ୍କ ମଧ୍ୟରେ କେହି ମହିଳା ନଥିବା ଜଣାପଡିଛି ।

ସେହିପରି ଜେଲର ଜେଲରଙ୍କର ମଧ୍ୟ ନେଗେଟିଭ ରିପୋର୍ଟ ଆସିଥିବା ସୂଚନା ମିଳିଛି । ତେବେ ପଜିଟିଭ ଚିହ୍ନଟ ହୋଇଥିବା ଚାରିଜଣ କର୍ମଚାରୀଙ୍କର ଦୁଇଟି ପର୍ଯ୍ୟାୟ ଟିକା ସରିଥିବା ଜେଲର କହିଛନ୍ତି । ଏହାପରେ ଏବେ ପଜିଟିଭ ଚିହ୍ନଟ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଜେଲ କର୍ମଚାରୀଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ଜେଲକୁ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ପହଞ୍ଚିଛନ୍ତି । ଗୁଣପୁରରେ ଗତ ସପ୍ତାହେ ହେଲା ପଜିଟିଭ ସଂଖ୍ୟା ହ୍ରାସ ପାଇ ଆସୁଥିବା ବେଳେ ହଠାତ ଜେଲ‍ ଭିତରୁ ଏତେ ସଂଖ୍ୟକ ପଜିଟିଭ ଖବର ସମସ୍ତଙ୍କୁ ଚକିତ କରିଦେଇଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.