ETV Bharat / state

ମାରାତ୍ମକ କୋରୋନା ଓ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ - heat wave and covid19 prevention energency meeting in rayagada

ଗ୍ରୀଷ୍ମପ୍ରବାହ ଓ ମହାମାରୀ କୋରୋନା ଭୂତାଣୁର ମୁକାବିଲାକୁ ନେଇ ରାୟଗଡା ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କୋରୋନାକୁ ନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

heat-wave-and-covid19-prevention-energency-meeting-in-rayagada
ମାରାତ୍ମକ କୋରୋନା ଓ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ
author img

By

Published : Mar 13, 2020, 5:52 PM IST

ରାୟଗଡା: ମହାମାରୀ କୋରୋନା ଓ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ । ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଓ ମହାମାରୀ କୋରୋନା ଭୂତାଣୁର ମୁକାବିଲା ଲାଗି ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ମାରାତ୍ମକ କୋରୋନା ଓ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଳାର ସମସ୍ତ ଜଳଉତ୍ସ ଗୁଡିକର ମରାମତି ସାଙ୍ଗକୁ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ ଏବଂ ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ଅଂଶୁଘାତ ପ୍ରକୋଷ୍ଠ ଖୋଲିବା ପାଇଁ ନିଷ୍ପତି ହୋଇଛି । ଏହା ସହିତ ମହାମାରୀ କୋରୋନା ସଂପର୍କରେ ସତର୍କ ରହିବା ସହ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ସଚେତନତା ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଏହି ବୈଠକରେ ଉପଜିଲ୍ଲାପାଳ, ଜରୁରୀକାଳୀନ ଅଧିକାରୀ , ଅତିରିକ୍ତ ଏସପିଙ୍କ ସମେତ ସମସ୍ତ ବିଭାଗୀୟ ପଦାଧିକାରୀ ଯୋଗ ଦେଇଥିଲେ ।

ରାୟଗଡାରୁ ରଞ୍ଜନକୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.