ETV Bharat / state

ମୁନିଗୁଡା ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ନାହାନ୍ତି ଆବଶ୍ୟକ ଡାକ୍ତର, ଅଚଳ ଏକ୍ସରେ ମେସିନ

author img

By

Published : May 10, 2023, 10:15 AM IST

ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । 11 ଜଣ ଡାକ୍ତରଙ୍କ ବଦଳରେ 3 ଜଣଙ୍କ ଭରସାରେ ଚାଲିଛି ରୋଗୀସେବା । ଅଧିକ ପଢନ୍ତୁ

ମୁନିଗୁଡା ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ରାୟଗଡା: ମୁନିଗୁଡା ବ୍ଲକ ସଦର ମହକୁମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ 11 ଜଣ ଡାକ୍ତରଙ୍କ ବଦଳରେ ମାତ୍ର 3 ଜଣ ଡାକ୍ତରରେ ଚାଲିଛି ରୋଗୀ ସେବା । କେବଳ ସେତିକି ନୁହେଁ, 4 ଜଣ ବଦଳରେ ମାତ୍ର 2 ଜଣ କମ୍ପାଉଣ୍ଡର ଏବଂ 8 ଜଣ ବଦଳରେ 5 ଜଣ ଷ୍ଟାଫ ନର୍ସ ଅଛନ୍ତି । ଗୋଟିଏ ପଟେ ଏଠାରେ ଡାକ୍ତରଙ୍କ ଘୋର ଅଭାବ ରହିଥିବା ବେଳେ ଅନ୍ୟପଟେ ସରକାର ଏହି ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଡାକ୍ତର ସଞ୍ଜୟ କୁମାରଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନର୍ସଙ୍କ ଅଭାବ ଯୋଗୁଁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି ।

ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ମୁନିଗୁଡା ସହର ସମେତ ପଡ଼ୋଶୀ କଳାହାଣ୍ଡି, କନ୍ଧମାଳ ଜିଲ୍ଲାର ସୀମାନ୍ତ ଅଞ୍ଚଳବାସୀ ସମେତ ବିଷମ କଟକ ଏବଂ ଚନ୍ଦ୍ରପୁର ବ୍ଲକର ଅଧିକାଂଶ ଗ୍ରାମବାସୀ ନିର୍ଭର କରନ୍ତି । ପ୍ରତିଦିନ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ 300 ରୁ 400 ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ଶିଳ୍ପ କରିଡର କୁହାଯାଉଥିବା ବେଦାନ୍ତ ଅଞ୍ଚଳର ରାସ୍ତା କଡରେ ଥିବା ଏହି ଡାକ୍ତରଖାନାରେ ସଡକ ଦୁର୍ଘଟଣା ଜନିତ ରୋଗୀଙ୍କ ସଂଖ୍ୟା ଅଧିକ ।

ଦୈନିକ ଦୁର୍ଘଟଣା ରୋଗୀଙ୍କ ସଂଖ୍ୟା ବଢିବା ଦୃଷ୍ଟିରୁ ରାଜ୍ୟ ସରକାର ଏହି ମେଡିକାଲକୁ 2018 ମସିହାରେ ଗୋଟିଏ ଏକ୍ସରେ ମେସିନ ଯୋଗାଇ ଦେଇଥିଲେ । ହେଲେ ପରିଚାଳନାଗତ ତ୍ରୁଟି ଯୋଗୁଁ ମେସିନ ଆସିବା ଦିନ ଠାରୁ ଅଚଳ ହୋଇ ପଡିରହିଛି । କୁହାଯାଉଛି ସରକାର ଏକ୍ସରେ ମେସିନ ଯୋଗାଇ ଦେଲେ ହେଲେ ମେସିନ ଚଳାଇବା ପାଇଁ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ନହେବା ଫଳରେ ଏହା ଅକାମୀ ହୋଇ ପଡିରହିଲା । ଏନେଇ ବାରମ୍ବାର ଦାବି ସତ୍ତ୍ବେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛି ମୁନିଗୁଡା ବିକାଶ ମଞ୍ଚ ।

ଖାଲି ସେତିକି ନୁହେଁ, ଏହି ଡାକ୍ତରଖାନା ପାଇଁ 4 ଜଣ ସ୍ପେସାଲିଷ୍ଟ ଡାକ୍ତର ନିଯୁକ୍ତି ହେବାର ନିୟମ ରହିଥିଲେ ସୁଦ୍ଧା ଆଜି ଯାଏଁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣେ ହେଲେ ସ୍ପେସାଲିଷ୍ଟଙ୍କ ପାଦ ପଡିନାହିଁ । ସବୁଠାରୁ ବଡ କଥା ଦୁର୍ଗମ ଚନ୍ଦ୍ରପୁର, ବିଷମକଟକ ବ୍ଲକ ଏବଂ ଆମ୍ବାଦୋଳା ଅଞ୍ଚଳ ପାଇଁ ଏହି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଟି ରେଫରାଲ ସେଣ୍ଟର ଭାବେ କାମ କରୁଥିବା ବେଳେ ଡାକ୍ତର ଅଭାବ ଯୋଗୁଁ ରୋଗୀଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା କଳାହାଣ୍ଡି ଜିଲ୍ଲା ସଦର ମହକୁମା ଉପରେ ନିର୍ଭର ନିତି ନିର୍ଭର କରିବାକୁ ପଡୁଛି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ସହିତ ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିନଗଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି ମୁନିଗୁଡା ବିକାଶ ପରିଷଦ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.