ETV Bharat / state

ରାୟଗଡାରେ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୨ ଟାସ୍କ ଫୋର୍ସ ବୈଠକ - ରାୟଗଡାରେ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ

ରାୟଗଡାରେ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ବୈଠକ ଅନୁଷ୍ଠିତ । ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ । ଜିଲ୍ଲା ଟୀକା ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

ରାୟଗଡାରେ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୨ ଟାସ୍କ ଫୋର୍ସ ବୈଠକ

author img

By

Published : Jun 25, 2022, 9:40 PM IST

ରାୟଗଡା: ଜିଲ୍ଲା ସ୍ତରୀୟ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ୨୦୨୨ର ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ । ଏହି ଅଭିଯାନ ଆସନ୍ତା ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଜାରି ରହିବ । ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।

ରାୟଗଡାରେ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ-୨୦୨୨ ଟାସ୍କ ଫୋର୍ସ ବୈଠକ

ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ଲାଲ ମୋହନ ରାଉତରାୟ ଏହି ବୈଠକରେ ଗତ ଜୁନ ୨୧ ତାରିଖରୁ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ସମନ୍ବିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ (ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ) ସ୍ଥିତିକୁ ନେଇ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଅଭିଯାନ ସମୟରେ ଆଶା ଦିଦି ଘରକୁ ଘର ସର୍ବେକ୍ଷଣ କରି ଉପରୋକ୍ତ ରୋଗରେ ପୀଡିତ ବ୍ୟକ୍ତିମାନଙ୍କର ତାଲିକା ପ୍ରସ୍ତୁତ କରି ପରବର୍ତ୍ତୀ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକର୍ମୀ ଏବଂ ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ସହିତ ଯୋଗାଯୋଗ କରିବେ ।

ଏଥିରେ ସାଧାରଣତଃ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଟିବି, କୁଷ୍ଠ ଏବଂ କୋଭିଡ୍ ମହାମାରୀର ତଦାରଖ ଏବଂ ଚିହ୍ନଟିକରଣ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଶେଷରେ ଜିଲ୍ଲାପାଳ ବୈଠକରେ ଜିଲ୍ଲାର ଜଳବାହିତ, କୁଷ୍ଠ ଓ ଯକ୍ଷ୍ମା ରୋଗ ସହିତ କୋଭିଡ ଟୀକାକରଣ ଉପରେ ଗୁରୁତ୍ବାରୋପ କରିଥିଲେ । ବିଭାଗୀୟ ଅଧିକାରୀମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବା ସହିତ ଜିଲ୍ଲା ଟୀକା ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.