ETV Bharat / state

ରାୟଗଡ଼ାରେ ବେଆଇନ ଘରୋଇ କ୍ଲିନିକ ସିଲ୍, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟାନୁଷ୍ଠାନ

author img

By

Published : Oct 10, 2022, 10:21 PM IST

Updated : Oct 10, 2022, 10:37 PM IST

ରାୟଗଡ଼ା ସହରରେ ଦୀର୍ଘ ବର୍ଷ ଧରି ଚାଲିଥିବା ବେଆଇନ ଘରୋଇ କ୍ଲିନିକକୁ ସିଲ୍‌ କରିଛି ରାୟଗଡ଼ା ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ । ବେଆଇନ ଭାବରେ କ୍ଲିନିକ ଚାଲିଥିବା ରାୟଗଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂହ ଜାଣିବା ପରେ ଏହାକୁ ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଧିକ ପଢ଼ନ୍ତୁ

ବେଆଇନ ଘରୋଇ କ୍ଲିନିକ ସିଲ୍, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସିଲ କଲା ସ୍ବାସ୍ଥ୍ୟ ବିଭାଗ

ରାୟଗଡ଼ା: ଦୀର୍ଘ ବର୍ଷ ଧରି ବେଆଇନ ଭାବେ ରାୟଗଡ଼ା ସହର ଭିତରେ ବେଆଇନ ଭାବେ ଚାଲିଥିବା ଘରୋଇ କ୍ଲିନିକ ସିଲ୍‌ ହୋଇଛି । ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରି ଏହି କ୍ଲିନିକକୁ ସିଲ୍‌ କରାଯାଇଛି । ବେଆଇନ ଭାବେ କ୍ଲିନିକ୍ ଚଲାଇଥିବା ସତୀଶ କୁମାର ନାମକ ଯୁବକ ନାମରେ ମାମଲା ରୁଜୁ ପାଇଁ ସ୍ଵାସ୍ଥ୍ୟ ବିଭାଗ ବିଚାର ବିମର୍ଶ ଚଲାଇଥିବା ଜଣାପଡ଼ିଛି ।

ରାୟଗଡ଼ାରେ ବେଆଇନ ଘରୋଇ କ୍ଲିନିକ ସିଲ୍, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟାନୁଷ୍ଠାନ

ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ସହରର ମେନ୍ ରୋଡରେ ଏକ ଭଡ଼ା ଘରେ ଦୀର୍ଘ ଦିନ ହେବ ବେଆଇନ ଭାବରେ ଏକ କ୍ଲିନିକ୍ ଚାଲିଥିବା ଜିଲ୍ଲାପାଳଙ୍କୁ ସୂଚନା ମିଳିଥିଲା । ସୂଚନା ମିଳିବା ପରେ ଚଢ଼ାଉ କରିବା ପାଇଁ ସ୍ଵାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ସ୍ଵଧାଦେବ ସିଂହ । ଏହାପରେ ରାୟଗଡ଼ା ସ୍ଵାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ଆଜି (ସୋମବାର) ସନ୍ଧ୍ୟାରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ତହସିଲଦାର ତାପସ ରାଉତ, ଅତିରିକ୍ତ ତହସିଲଦାର ସୁନୀଲ ଖରା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବରଦାକାନ୍ତ ମିଶ୍ର ପ୍ରମୁଖ ସାମିଲ ଥିଲେ ।

ତେବେ ଏହି ବେଆଇନ ଘରୋଇ କ୍ଲିନିକରେ ଚଢ଼ାଉ ବେଳେ ପ୍ରାୟ ୮ ଜଣ ରୋଗୀ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ସମସ୍ତ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହାପରେ କ୍ଲିନିକ ସିଲ୍‌ କରାଯାଇଥିଲା । ଏହି ବେଆଇନ କ୍ଲିନିକ୍ ପରିସରରେ ଗୋଟିଏ ମେଡିକାଲ ଚଳାଇବା ଭଳି ସରଞ୍ଜାମ ରହିଥିବା ଦେଖିବାକୁ ମିଳିଛି।

ଇଟିଭି ଭାରତ, ରାୟଗଡ଼ା

Last Updated : Oct 10, 2022, 10:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.