ETV Bharat / state

Covid Vaccination: ନିୟମଗିରିରେ ଘର ଘର ବୁଲି ଟୀକାକରଣ କରୁଛନ୍ତି ସ୍ବେଚ୍ଛାସେବୀ

ସ୍ବେଚ୍ଛାସେବୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମରେ ରାୟଗଡାରେ ଚାଲିଛି ଘର ଘର ଟୀକାକରଣ । ନିୟମଗିରିରେ ଘରକୁ ଘର ବୁଲି ଡଙ୍ଗରିଆଙ୍କୁ ଟିକାଦାନ କରୁଛି ସ୍ବେଚ୍ଛାସେବୀ ସଂସ୍ଥା ହର୍ଷ ଟ୍ରଷ୍ଟ । ଅଧିକ ପଢନ୍ତୁ

author img

By

Published : Dec 17, 2021, 9:46 AM IST

Updated : Dec 17, 2021, 10:29 AM IST

Covid Vaccination
Covid Vaccination

ରାୟଗଡା: ଦେଶରେ ସୁପରଫାଷ୍ଟ ସ୍ପିଡରେ ଚାଲିଛି କୋରୋନା ଟୀକାକରଣ । ଓଡିଶା ମଧ୍ୟ ଟୀକାଦାନରେ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛି । ଟୀକକରଣକୁ ଅଧିକ ତ୍ବରାନ୍ବିତ କରାଇବା ସହ ଗ୍ରାମାଞ୍ଚଳରେ ଏହାକୁ ବ୍ୟାପକ କରିବାକୁ ହର୍ ଘର୍ ଦସ୍ତକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଆଦିବାସୀ ଆଧ୍ୟୁଷିତ ନିୟମଗିରିରେ ଘର ଘର ବୁଲି ଡଙ୍ଗରିଆଙ୍କୁ ଟୀକାକରଣ କରୁଛନ୍ତି ହର୍ଷ ଟ୍ରଷ୍ଟର ସ୍ବେଚ୍ଛାସେବୀ ।

ହର୍ଷ ଟ୍ରଷ୍ଟ ନାମକ ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଦୀର୍ଘ ୪ କିଲୋମିଟର ନିୟମଗିରି ପାହାଡ ଚଢି ଘରକୁ ଘର ବୁଲି ଟୀକାକରଣ ଜାରି ରଖିଛନ୍ତି । ହର୍ ଘର୍ ଦସ୍ତକ ଘୋଷଣା ପରେ ପ୍ରତ୍ୟେକ ଘର ପାଖରେ ଲୋକଙ୍କୁ ଟିକା ପହଞ୍ଚାଇବା ସହ ଡ଼ଙ୍ଗାରିଆଙ୍କୁ ବିଶେଷ ଧ୍ୟାନ ଦିଆଯାଉଛି । ସେପଟେ ଘର ପାଖରେ ଟିକା ନେଇ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛନ୍ତି ହିତାଧିକାରୀ ।

ନିୟମଗିରିରେ ଘର ଘର ବୁଲି ଟୀକାକରଣ କରୁଛନ୍ତି ସ୍ବେଚ୍ଛାସେବୀ

ରାୟଗଡ଼ା ଜିଲ୍ଲାରେ କୋରୋନା ଟିକାଦାନ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି । ସହରାଞ୍ଚଳରୁ ଗ୍ରାମାଞ୍ଚଳ ଯାଏଁ ଲୋକମାନେ ଟିକା ନେବାକୁ ବେଶ୍ ଆଗ୍ରହ ପ୍ରକାଶ କରୁଥିବାର ଦେଖାଯାଇଛି । ଏବେସୁଦ୍ଧା ଜିଲ୍ଲାରେ 9 ଲକ୍ଷ 96 ହଜାର 61 ଜଣ ଟିକା ଗ୍ରହଣ କରିସାରିଛନ୍ତି । ସେଥିମଧ୍ୟରୁ 5 ଲକ୍ଷ 64 ହଜାର 114 18 ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ହୋଇଥିବାବେଳେ 3ଲକ୍ଷ 97 ହଜାର 602 ଜଣ 45ବର୍ଷରୁ ଊର୍ଦ୍ଧ୍ବ ଅଟନ୍ତି । ରାୟଗଡାରେ ଏବେ ଟୀକାକରଣ କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ସଂସ୍ଥାଙ୍କୁ ସାମିଲ ପରେ ସ୍ବେଚ୍ଛାସେବୀ ଓ ସ୍ୱାସ୍ଥ୍ୟକର୍ମୀ ଘରକୁ ଘର ବୁଲି ଟୀକାକରଣ ଜାରି ରଖିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Dec 17, 2021, 10:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.