ରାୟଗଡା: ପାରିବାରିକ କଳହର କରୁଣ ପରିଣତି । ବାପାଙ୍କ ତାଗିତ୍ ସହି ନ ପାରି ଆତ୍ମହତ୍ୟା କଲା ଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଶେସଖାଲ ଥାନା ଅନ୍ତର୍ଗତ ଗାଜିଙ୍ଗା ପଞ୍ଚାୟତରେ ।
ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ବାପା ନାଗେଶ୍ବର କଣ୍ଡଗରି ନିଜ ଝିଅ ସମିତା କଣ୍ଡଗରି (୧୭)କୁ ଘର କାମ କରିବା ପାଇଁ କହିଥିଲେ । ସେଥିରେ ସେ ରାଜି ନ ହେବାରୁ ଏଥିରେ ବାପା ରାଗିଯାଇ ଝିଅକୁ ଘର କାମ କରିବାକୁ ତାଗିଦ୍ କରିଥିଲେ । ଫଳରେ ଝିଅ ରାଗିଯାଇ ନିଜ ଘରେ କପା ଚାଷ ପାଇଁ ରଖାଯାଇଥିବା କୀଟନାଶକ ଔଷଧ ଖାଇଦେଇଥିଲେ । ଘରେ ଅଚେତ୍ ହୋଇ ପଡିଥିବା ଝିଅକୁ ନେଇ ପରିବାର ଲୋକେ ପ୍ରଥମେ ଜେମାଦେଇ ପେଣ୍ଠ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏହା ପୂର୍ବରୁ ମୃତ ଝିଅ ସମିତା ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ବାପା ନାଗେଶ୍ବର କହିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ