ETV Bharat / state

ନଡିଆ ବୋଝେଇ ଟ୍ରକରେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ, ମାଡି ବସିଲା ବିଷମକଟକ ପୋଲିସ

ବିଷମ କଟକ ପୋଲିସକୁ ମିଳିଲା ଆଉ ଏକ ସଫଳତା, ୨୫ ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଜବତ । ଗଜପତିରୁ ଦିଲ୍ଲୀକୁ ୫ କୁଇଣ୍ଟାଲ ୧୦କିଲୋ ଗଞ୍ଜେଇ ଚୋରା ଚାଲାଣ ବେଳେ ଜଣେ ମାଫିଆ ଗିରଫ । ଅଧିକ ପଢନ୍ତୁ

author img

By

Published : Jun 3, 2022, 7:56 AM IST

ରାୟଗଡାରେ 25ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ଜଣେ ଗିରଫ
Ganja Seized in Rayagada

ରାଯଗଡା: ବିଷମ କଟକ ପୋଲିସକୁ ମିଳିଲା ଆଉ ଏକ ସଫଳତା । ୨୫ ଲକ୍ଷ ଟଙ୍କାର ବେଆଇନ ଗଞ୍ଜେଇ ଜବତ । ନଡ଼ିଆ ବୋଝେଇ ଟ୍ରକରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇକୁ ମାଡିବସିଲା ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ । ଗଜପତିରୁ ଦିଲ୍ଲୀକୁ ୫ କୁଇଣ୍ଟାଲ ୧୦କିଲୋ ଗଞ୍ଜେଇ ଚୋରା ଚାଲାଣ ବେଳେ ହେଉଥିବା ଖବର ପାଇଁ ବିଷମକଟକ ପୋଲିସ ଚଢାଉ କରିଥିଲା । ବିପୁଳ ପରିମାଣରେ ଗଞ୍ଜେଇ ଜବତ ସହ ଜଣେ ମାଫିଆ ଗିରଫ ।

ବିଷମ କଟକ ଥାନା ଅଧିକାରୀ ସୁବାଷ ଚନ୍ଦ୍ର କର୍କରାଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ୪୬ ନମ୍ବର୍ ରାଜ୍ୟ ରାଜପଥର ହାଜାରୀ ଡାଙ୍ଗ ନିକଟରେ ଯାଞ୍ଚ କରିବା ସମୟରେ ଏହି ନଡ଼ିଆ ବୋଝେଇ ଟ୍ରକକୁ ଅଟକାଇଥିଲା । ମିନି ଟ୍ରକରେ ଗଞ୍ଜେଇ ଥିବା ଜାଣିବା ପରେ ଟ୍ରକ ସହ ଗଞ୍ଜେଇ ମାଫିଆକୁ ଥାନାରେ ଅଟକ ରଖାଯାଇଥିଲା । ଟ୍ରକ ଡାଲାରେ ଯାଞ୍ଚ କରିବା ସମୟରେ ନଡ଼ିଆ ବସ୍ତା ତଳେ ୧୭ ପକେଟ ଗଞ୍ଜେଇ ବାହାରିଥିଲା । ଏନେଇ ବିଷମ କଟକ ଥାନାରେ ଏନଡିପିଏସ୍ ମାମଲା ରୁଜୁ କରି ଜଣେ ମାଫିଆକୁ ଗିରଫ କରିଛି । ଗିରଫ ହୋଇଥିବା ଗଞ୍ଜେଇ ମାଫିଆଙ୍କ ପରିଚୟ ସହରଫ ମିଓ୍ବାତର ବାସିନ୍ଦା ବୋଲି ଜଣାପଡ଼ିଛି ।

ତାଙ୍କ ନିକଟରୁ ଗୋଟାଏ ମୋବାଇଲ, ଏକ ହଜାର ଟଙ୍କା ନଗଦ ଟଙ୍କା ଜବତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ୫୦ ହଜାର ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏହି ଗଞ୍ଜେଇର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଓ ଏଥିରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ଖୋଳତାଡ଼ କରୁଥିବା ବିଷମ କଟକ ଥାନା ଅଧିକାରି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.