ETV Bharat / state

କାଚଗୁଣ୍ଡ ତଳେ ଚାଲାଣ ହେଉଥିଲା ଗଞ୍ଜେଇ, ମାଡି ବସିଲା ପୋଲିସ

ରାୟଗଡା ଜିଲ୍ଲା ସଦର ଅବକାରୀ ଥାନା ପୋଲିସକୁ ମିଳିଛି ବଡ ସଫଳତା । ଟ୍ରକ ଯୋଗେ ଚୋରା ଚାଲାଣ ହେଉଥିବା ୨ କ୍ବିଣ୍ଟାଲ ୪୦ କେଜି ୫୦୦ ଗ୍ରାମ ଓଜନର ୮ଟି ଗଞ୍ଜେଇ ବସ୍ତା ଜବତ କରିଛି ଅବକାରୀ ପୋଲିସ । ତିନି ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

author img

By

Published : Apr 17, 2022, 8:55 AM IST

୧୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ; ତିନି ଗିରଫ

ରାୟଗଡା: ଜିଲ୍ଲା ସଦର ଅବକାରୀ ଥାନା ପୋଲିସକୁ ମିଳିଛି ବଡ ସଫଳତା । ଟ୍ରକ ଯୋଗେ ଚୋରା ଚାଲାଣ ହେଉଥିବା ୨ କ୍ବିଣ୍ଟାଲ ୪୦ କେଜି ୫୦୦ ଗ୍ରାମ ଓଜନର ୮ଟି ଗଞ୍ଜେଇ ବସ୍ତା ଜବତ କରିଛି ଅବକାରୀ ପୋଲିସ । ଘଟଣାରେ ଟ୍ରକ ମାଲିକ ଜଗଦିଶ ନାରାୟଣ ଯାଦବ (୬୦), ଡ୍ରାଇଭର ଅଜୟ ଯାଦବ (୨୨) ଓ ହେଲପର ସୁନୀଲ ତମାରକୁ ଗିରଫ କରିଛି ପୋଲିସ ।

କାଚଗୁଣ୍ଡ ତଳେ ଚାଲାଣ ହେଉଥିଲା ଗଞ୍ଜେଇ, ମାଡି ବସିଲା ପୋଲିସ

ତେବେ, ସମସ୍ତଙ୍କ ଘର ଉତ୍ତରପ୍ରଦେଶର ଇଟାଓ୍ବା ଅଞ୍ଚଳରେ ବୋଲି ଜଣାପଡିଛି । ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ଅଧୀକ୍ଷକ ନୈନା ବେଉରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ସଦର ଅବକାରୀ ଥାନା ସବଇନ୍ସପେକ୍ଟର ସୂର୍ଯ୍ୟ ନାରାୟଣ ରଥଙ୍କ ନେତୃତ୍ବରେ ଅବକାରୀ ଟିମ ପକ୍ଷରୁ ମୀନାଝୋଲା ନିକଟସ୍ତ ୩୨୬ ନମ୍ବର ଜାତୀୟ ରାଜପଥରୁ ଗଞ୍ଜେଇ ନେଇ ଯାଉଥିବା ଟ୍ରକ ନମ୍ବର ୟୁପି ୭୫-ଏମ ୨୨୭୨କୁ ଅଟକାଇ ଚଢାଉ କରାଯାଇଥିଲା । ଚଢାଉ ବେଳେ ଟ୍ରକ ପଛ ଡାଲାରେ ଭଙ୍ଗା କାଚଗୁଣ୍ଡ ତଳେ ଥିବା ୮ ବସ୍ତା ଗଞ୍ଜେଇକୁ ଜବତ କରାଯାଇଥିଲା ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ରାୟଗଡା ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ଦିଗରେ ରାଜ୍ୟ ଅବକାରୀ କମିଶନର ଆଶିଷ ସିଂ ପ୍ରତ୍ୟେକ୍ଷ ଦୃଷ୍ଟି ଦେଉଛନ୍ତି । ଜିଲ୍ଲାରେ ଗଞ୍ଜେଇ ଚାଷକୁ ସଂପୂର୍ଣ୍ଣ ନଷ୍ଟ ସହ ଅବକାରୀ ଚଢାଉ ବ୍ୟାପକ କରିବା ପାଇଁ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.