ETV Bharat / state

ରାୟଗଡା: ବଂଶଧାରା, ନାଗାବଳୀ ଓ ଝଞ୍ଜାବତୀ ନଦୀର ଜଳସ୍ତର ହ୍ରାସ ପାଉଛି

ରାୟଗଡାରେ ବନ୍ୟା ପରିସ୍ଥିତିର ବିପଦ ଟଳିଲା । ଗୋଟିଏ ପଟେ ଜିଲ୍ଲାର ବଂଶଧାରା, ନାଗାବଳୀ ଓ ଝଞ୍ଜାବତୀ ନଦୀର ଜଳସ୍ତର ହ୍ରାସ ପାଉଛି । ଅନ୍ୟ ପଟେ ବିଗତ ତିନି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରୁ ଆଜି ନିସ୍ତାର ମିଳିଛି । ଅଧିକ ପଢନ୍ତୁ

ରାୟଗଡା: ବଂଶଧାରା, ନାଗାବଳୀ ଓ ଝଞ୍ଜାବତୀ ନଦୀର ଜଳସ୍ତର ହ୍ରାସ ପାଉଛି
ରାୟଗଡା: ବଂଶଧାରା, ନାଗାବଳୀ ଓ ଝଞ୍ଜାବତୀ ନଦୀର ଜଳସ୍ତର ହ୍ରାସ ପାଉଛି
author img

By

Published : Aug 16, 2022, 7:24 PM IST

ରାୟଗଡା: ଲଗାଣ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ହେଲେ ଏଥିରୁ ଆଶ୍ବସ୍ତି ପାଇଛି ରାୟଗଡା ଜିଲ୍ଲା । ଜିଲ୍ଲାରେ ବିଗତ ତିନି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରୁ ଆଜି ନିସ୍ତାର ମିଳିଛି । ଗୁଣୁପୁରଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ତଳକୁ ଖସିଛି । ଏଥିଯୋଗୁଁ ଆଶ୍ଵସ୍ତି ହେଲେ ନଦୀ କୂଳିଆ ଅଧିବାସୀ ।

ରାୟଗଡା: ବଂଶଧାରା, ନାଗାବଳୀ ଓ ଝଞ୍ଜାବତୀ ନଦୀର ଜଳସ୍ତର ହ୍ରାସ ପାଉଛି

ବଂଶଧାରା ଜଳସ୍ତର ବିପଦ ସଙ୍କେତ 84 ମିଟର, ସତର୍କ ସଂକେତ 83 ମିଟର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ବଂଶଧାରା ଜଳସ୍ତର 82.59 ମିଟର ରହିଛି । ଗତ ତିନିଦିନ ଧରି ବଂଶଧାରା ନଦୀର ଉପରମୁଣ୍ଡ ଚନ୍ଦ୍ରପୁର , ମୁନିଗୁଡା ଏବଂ ଗୁଡ଼ାରି ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିବା ଯୋଗୁଁ ବଂଶଧାରାର ଜଳସ୍ତର ବଢିଥିବା ବେଳେ ଆଜି ଉପରମୁଣ୍ଡରେ ମଧ୍ୟ ବର୍ଷା ହୋଇନାହିଁ । ସେହିଭଳି ନାଗାବଳୀ ଏବଂ ଝଞ୍ଜାବତୀ ନଦୀରେ ମଧ୍ୟ ଜଳ ସ୍ତର କମିବାରେ ଲାଗିଛି । ବିଗତ ତିନି ଦିନ ଧରି ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଫଳରେ କେତେକ ସ୍ଥାନରେ ଘର ଭାଙ୍ଗି ଥିବାବେଳେ ଆଉ କେତେକ ସ୍ଥାନରେ ପାହାଡ଼ରୁ ମାଟି ଅତଡା ଧସିଥିଲେ ମଧ୍ୟ ମୃତାହତର କୌଣସି ଖବର ନାହିଁ ।

ଗତ 24 ଘଣ୍ଟା ମଧ୍ୟରେ ଚନ୍ଦ୍ରପୁର ବ୍ଲକରେ ସର୍ବାଧିକ 21.3 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ରାୟଗଡା ବ୍ଲକରେ 0.4 , କୋଲନରା ବ୍ଲକରେ 1.2 , କଲ୍ୟାଣସିଙ୍ଗପୁର ବ୍ଲକରେ 6.4, ପଦ୍ମପୁର ବ୍ଲକରେ 1.3, ଗୁଡାରି ବ୍ଲକରେ 6.8, ମୁନିଗୁଡା ବ୍ଲକରେ 3.0 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୁଣୁପୁରରେ , ରମନାଗୁଡା ଓ ବିଷମକଟକ ବ୍ଲକରେ ବର୍ଷା ହୋଇନଥିବା ଜଣାପଡିଛି । ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ମାତ୍ର 54.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.