ETV Bharat / state

କୋରୋନା କାଳରେ ବରିଷ୍ଠ ନାଗରିକଙ୍କ ପ୍ରଥମ ବୈଠକ

ରାୟଗଡାରେ କୋରୋନା କାଳରେ ବରିଷ୍ଠ ନାଗରିକଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକମାନଙ୍କୁ ବସ ଓ ରେଳ ଟିକଟ ସଂରକ୍ଷଣ, ବ୍ୟାଙ୍କ୍ ରେ ସ୍ଵତନ୍ତ୍ର ସୁବିଧା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁବିଧା ପ୍ରଦାନ କରିବା ନେଇ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

କୋରୋନା କାଳରେ ବରିଷ୍ଠ ନାଗରିକଙ୍କ ପ୍ରଥମ ବୈଠକ
କୋରୋନା କାଳରେ ବରିଷ୍ଠ ନାଗରିକଙ୍କ ପ୍ରଥମ ବୈଠକ
author img

By

Published : Dec 17, 2020, 9:35 PM IST

ରାୟଗଡା: କୋରୋନା କାଳରେ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ମଙ୍ଗଳ ସଂଘ କାର୍ଯ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ସଂଘର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ ଯୋଗୁଁ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଦୀର୍ଘ ମାସ ଧରି ବନ୍ଦ ରହିଥିଲା। ଜିଲ୍ଲାରେ ବର୍ତ୍ତମାନ କୋରୋନା ସଂକ୍ରମଣଙ୍କ ସଂଖ୍ୟା କମିଥିବା ଯୋଗୁଁ ଆଗାମୀ ଦିନର କାର୍ଯ୍ୟକ୍ରମ ଗୁଡିକ ନେଇ ଆଲୋଚନା ହୋଇଥିଲା ।

ସଂଘର ସଭାପତି ବିନୋଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘର ଉପଦେଷ୍ଟା ନରସିଂହ ନାଥ ପାଢ଼ୀ, କାର୍ଯ୍ୟକାରୀ ସଭାପତି ଡକ୍ଟର୍ ନିରଞ୍ଜନ ପ୍ରସାଦ ବକ୍ସିପାତ୍ର ଓ ସମ୍ପାଦକ ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ତେବେ ପ୍ରଥମେ କୋରୋନାରେ ପ୍ରାଣ ହରାଇଥିବା ମୃତ ବରିଷ୍ଠ ନାଗରିକମାନଙ୍କ ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ସଙ୍ଘର ସଭାପତି କୋଭିଡ ସମ୍ପର୍କରେ ସଚେତନ କରିବା ସହ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ପରେ କାର୍ଯ୍ୟକାରୀ ସଭାପତି ବକ୍ସିପାତ୍ର, ବରିଷ୍ଠ ନାଗରିକ ସୁରକ୍ଷା ଓ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ସମ୍ପାଦକ କାର୍ଯ୍ୟାଳୟ କୋଠାର ମରାମତି ଏବଂ ସୁରକ୍ଷା ସହିତ ବରିଷ୍ଠ ନାଗରିକ ମାନଙ୍କୁ ବସ ଓ ରେଳ ଟିକଟ ସଂରକ୍ଷଣ, ବ୍ୟାଙ୍କ୍ ରେ ସ୍ଵତନ୍ତ୍ର ସୁବିଧା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁବିଧା ପ୍ରଦାନ କରିବା ନେଇ ବିଭାଗୀୟ କର୍ତ୍ତୃପକ୍ଷ ସହ ଆଲୋଚନା କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.