ETV Bharat / state

ଦୁଇ ବର୍ଷପରେ 'ଦିଶା' ବୈଠକ, ଦୂରସଞ୍ଚାର ବିଭାଗ ଅନୁପସ୍ଥିତ - DISHA Meeting news

ଡ଼ିଆରଡ଼ିଏ ସଭାଗୃହରେ ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି "ଦିଶା'' ର ଚଳିତ ବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

First 'DISHA' Meeting head after two yeas at rayagada
ଦୁଇ ବର୍ଷପରେ 'ଦିଶା' ବୈଠକ, ଦୂରସଞ୍ଚାର ବିଭାଗ ଅନୁପସ୍ଥିତ
author img

By

Published : Nov 8, 2020, 2:14 AM IST

ରାୟଗଡା: ଜିଲ୍ଲା ସଦର ମହକୁମା ଡ଼ିଆରଡ଼ିଏ ସଭାଗୃହରେ ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି "ଦିଶା'' ର ଚଳିତ ବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା ଅଧ୍ୟକ୍ଷତା କରିଥିଲେ ।

ଦୁଇ ବର୍ଷପରେ 'ଦିଶା' ବୈଠକ, ଦୂରସଞ୍ଚାର ବିଭାଗ ଅନୁପସ୍ଥିତ

ରାଜ୍ୟସଭା ସାଂସଦ ଏନ.ଭାଷ୍କର ରାଓ, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମୃତ ରୁତୁ ରାଜ ବୈଠକ ପରିଚାଳନା ଭୁମିକା ନିଭାଇଥିଲେ ।

ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରାଯାଇଛି । ଏଥିସହ ତୃଣମୂଳ ସ୍ଥରରେ ଥିବା ସମସ୍ୟାର କିମ୍ବା କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଛି । ଦାଦନ ପ୍ରବଣ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲା ପାଇଁ ମନରେଗାରେ ୧୫୦ ଦିନ କାମ ଯୋଗାଇବା ପାଇଁ ନିର୍ଦ୍ଦେଶ ରହିଛି । ତେବେ ରାୟଗଡ଼ା ଭଳି ପଛୁଆ ଜିଲ୍ଲାପାଇଁ ଏହା କିପରି ଲାଗୁହେବ, ସେ ନେଇ ଉଭୟ ସାଂସଦ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

ଗ୍ରାମାଞ୍ଚଳରେ ଯେଉଁମାନେ କେନ୍ଦ୍ର ସରକାରଙ୍କ ଯୋଜନାରେ ଘର ପାଇଥିଲେ ମଧ୍ୟ ସଂପୂର୍ଣ୍ଣ କରିପାରି ନାହାଁନ୍ତି, ସେଭଳି ହିତାଧିକାରୀଙ୍କୁ ଚିହ୍ନଟକରି ତୁରନ୍ତ ତାଙ୍କୁ ସହାୟତା ପ୍ରଦାନ କରିବାକୁ ରାଜ୍ୟସଭା ସାଂସଦ ଏନ. ଭାଷ୍କର ରାଓ ପ୍ରସ୍ଥାବ ଦେଇଥିଲେ । ସେହିଭଳି ଆଗାମୀ ଦିନରେ ରାୟଗଡ଼ାରେ ରେଳ ବିଭାଗର ନୂତନ ଡ଼ିଭିଜନ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାର ରେଳ ସଞ୍ଚାରକୁ ଦୃଷ୍ଟିରେ ରଖି ଦିଶା ଭଳି ଗୁରୁତ୍ବପୁର୍ଣ୍ଣ ବୈଠକରେ ସମ୍ପୃକ୍ତ ବିଭାଗର କୈଣସି ଅଧିକାରୀ ଯୋଗ ନଦେବା ନେଇ ଅସନ୍ତୋଷ ଦେଖା ଦେଇଥିଲା ।

ଏନେଇ ସର୍ବସମ୍ନତି କ୍ରମେ ପ୍ରସ୍ଥାବ ଗୃହୀତ ହୋଇ ରେଳ ବିଭାଗକୁ ପଠାଇବା ପାଇଁ ନିଷ୍ପତି ହୋଇଛି । ସେହିଭଳି ଜିଲ୍ଲାରେ ନକ୍ସଲ ଏବଂ କୋରୋନା ସ୍ଥିତିରେ ଦୂର ସଞ୍ଚାରର ଗୁରୁତ୍ବ ଅଧିକ ରହିଥିବା ବେଳେ ଅଧିକାରୀଙ୍କ ଅନୁପସ୍ଥିତି ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । କୋରୋନା ସମୟରେ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଠପ୍ ହୋଇପଡ଼ିଛି । ଇଣ୍ଟରନେଟ କେବଳ ଗୋଟଏ ମାତ୍ର ମାଧ୍ୟମ ସାଜିଥିବାବେଳେ ଦୂରସଞ୍ଚାର ବିଭାଗ ବାବୁଙ୍କ ଦେଖା ନମିଳିବା ନେଇ ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା କ୍ଷୋଭ ପ୍ରକାଶ କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.