ରାୟଗଡା: ଦୁର୍ଘଟଣା ପରେ ଜଳିଗଲା ଟ୍ୟାଙ୍କର । ରାୟଗଡା ସହର ଉପକଣ୍ଠ ମଝିଘରିଆଣି ମନ୍ଦିର ନିକଟରେ ଏକ ଏସିଡ ଟ୍ୟାଙ୍କର ସହ ଲୁହା ବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାବେଳେ ଅଳ୍ପକେ ଡ୍ରାଇଭର ବର୍ତ୍ତି ଯାଇଥିବା ପୋଲିସ କହିଛି ।
ରାୟଗଡାରୁ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ସଡକ ଦୁର୍ଘଟଣା ଘଟିଛି। ପେରକସାଇଡ ଏସିଡ ବୋଝେଇ କରି ଟ୍ୟାଙ୍କରଟି ବିଶାଖାପାଟନମରୁ ଜେକେପୁର ଅଭିମୁଖେ ଆସୁଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଟ୍ୟାଙ୍କର କ୍ୟାବିନ ସହ ପଛର କିଛି ଅଂଶ ଜଳି ଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ