ରାୟଗଡା: ଜେକେପୁର ସ୍ଥିତ ଜେକେ କାଗଜକଳରେ ଅଗ୍ନିକାଣ୍ଡ । କାରଖାନାର ଷ୍ଟୋର ରୁମ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।
ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ କାରଖାନାରେ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡରେ ବିଶେଷ କ୍ଷତି ହୋଇନଥିବା କାରଖାନା ଲୋକ ସମ୍ପର୍କ ଅଧିକିରୀ ସୂଚନା ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ