ETV Bharat / state

ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ, ଜଣେ ଜୀବନ୍ତ ଦଗ୍ଧ ୨ ଗୁରୁତର - Fire from shot circuit one dead 2 critical

ଗୁଣୁପୁର ସହର ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ । ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ ଗୁରୁତର ଅଛନ୍ତି । ଗୁରୁତରଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ଜଣାପଡିଛି । ଅଧିକ ପଢନ୍ତୁ

ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ , ଜଣେ ଜୀବନ୍ତ ଦଗ୍ଧ ୨ଗୁରୁତର

author img

By ETV Bharat Odisha Team

Published : Nov 1, 2023, 9:54 PM IST

ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ , ଜଣେ ଜୀବନ୍ତ ଦଗ୍ଧ ୨ଗୁରୁତର

ରାୟଗଡା: ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ ଜଣେ ମୃତ ୨ ଗୁରୁତର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାର ଗୁଣପୁର ସହର । ସହରର ଅସ୍ଥାୟୀ କଲୋନିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏକ କୁଡ଼ିଆ ଘର ସଂପୂର୍ଣ୍ଣ ଜଳିଯାଇ ଥିବାବେଳେ ଜଣେ ଜୀବନ୍ତ ଦଗ୍ଧ ଏବଂ ୨ ଜଣ ଗୁରୁତର ଅଛନ୍ତି । ମୃତକ ଜଣକ ହେଲେ ପ୍ରଭାବତୀ ସାନପାଲି(୫୦)। ଅଗ୍ନିଶମ ବାହିନୀ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଯୋଗ୍ୟ ଆଜି ଅପରାହ୍ନରେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀ ଜଣଙ୍କ ଘରେ ସର୍ଟ ସର୍କିଟରୁ ନିଆଁ ଲାଗିବା ଲାଗିଯାଇଥିଲା । ଫଳରେ ନିଆଁ ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଜଣେ 50 ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା ଏବଂ ଦୁଇ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଗୁଣୁପୁର ସଦର ହସ୍ପିଟାଲରେ ଭର୍ତ୍ତି ହୋଇ ଥିବା ଜଣାପଡିଛି । ମୃତକ ମହିଳା ହେଲେ ପ୍ରଭାତୀ ସିନାପାଲି ଅନ୍ୟ ଦୁଇ ଜଣ ହେଲେ ବାପା ସୂର୍ଯ୍ୟ ସିନାପାଲି ଏବଂ ତାଙ୍କ 5 ବର୍ଷର ଝିଅ ଅନୁଶ୍ରୀ ଦେବନାଥ । ଘଟଣା ସ୍ଥଳରେ ଗୁଣୁପୁର ଅଗ୍ନିଶମ ବାହୀନି ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଦୀର୍ଘ ଦିନ ହେଲା ସୂର୍ଯ୍ୟ ଓ ପ୍ରଭାବତୀ ଅସ୍ଥାୟୀ କୁଡ଼ିଆରେ ରହି ସିଲେଇ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଥିଲେ । ସ୍ଵାମୀ ସୂର୍ଯ୍ୟ ସିନାପାଲି, ପତ୍ନୀ ପ୍ରଭାବତୀ ସାନପାଲି ନାତୁଣୀ ଅନୁସାରୀ ଏକାଠି ରହୁଥିଲେ । ଆଜି ଅପରାହ୍ନ ପ୍ରାୟ ୪ଟାରେ ହଠାତ୍ ଘରେ ନିଆଁ ଲାଗି ଯାଇଥିଲା । ଚାଳଛପର ଘର ସହିତ ଘର ଭିତରେ ବହୁ ଲୁଗା ରହିଥିବାରୁ ଅଳ୍ପ ସମୟ ମଧ୍ୟରେ ଚାରିପଟେ ନିଆଁ ବ୍ୟାପି ଯାଇଥିଲା । ତେଣୁ ଘରୁ କେହି ବାହାରି ପାରିନଥିଲେ । ନିଆଁର ପ୍ରଭାବରେ ପ୍ରଥମେ ପ୍ରଭାବତୀ ଆସିଥିଲେ ।ତେଣୁ ସୂର୍ଯ୍ୟ ଓ ନାତୁଣୀ ଅନୁସାରୀ ଉଦ୍ଧାର କରିବାକୁ ଉଦ୍ୟମ କରି ଉଭୟ ମଧ୍ୟ ଗୁରୁତରତ ହୋଇଥିଲେ । ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରି ସେମାନଙ୍କୁ ଉଦ୍ଧାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ....ଚୌଧୁରୀ ବଜାର ଅଗ୍ନିକାଣ୍ଡ ଘଟଣା: ବିଲ୍ଡିଂରେ ନଥିଲା ଫାୟାର ସାର୍ଟିଫିକେଟ

ତେବେ ପ୍ରଶାସନ ତରଫରୁ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଅନୁକମ୍ପା ମୂଳକ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ ଘଟଣାର ଅନୁଧ୍ୟାନ କରିଛନ୍ତି । ଏହା ସହ ଖୁବ ଶୀଘ୍ର ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଆଲୋଚନା କରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ଇଟିଭି ଭାରତ,ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.