ETV Bharat / state

ନକ୍ସଲ ନାମରେ ମିଲ୍ ମାଲିକଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଯୁବକ ଗିରଫ - କଲ୍ୟାଣସିଂହପୁର ଥାନାରେ ନକ୍ସଲ ନାମରେ ଟଙ୍କା

କଲ୍ୟାଣସିଂହପୁରରେ ନକ୍ସଲ ନାମରେ ମିଲ ମାଲିକଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଜଣେ ଯୁବକ ଗିରଫ। ଜଣେ ଫେରାଇ। ଅଧିକ ପଢନ୍ତୁ

ନକ୍ସଲ ନାମରେ ମିଲ୍ ମାଲିକଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଯୁବକ ଗିରଫ

author img

By

Published : Jan 4, 2022, 9:54 PM IST

ରାୟଗଡା: ନକ୍ସଲ ନାମରେ ମିଲ୍ ମାଲିକଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଜଣେ ଯୁବକ ଗିରଫ। ଏହି ଘଟଣାରେ ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି ।

ନକ୍ସଲ ନାମରେ ମିଲ୍ ମାଲିକଙ୍କୁ ଟଙ୍କା ମାଗିବା ଅଭିଯୋଗରେ ଯୁବକ ଗିରଫ

ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ମାଝିଗୁଡ଼ାର ଜଣେ ମିଲ ମାଲିକଙ୍କୁ ନକ୍ସଲ ନାମ କହି ଡରାଇ ଧମକାଇ ଲକ୍ଷାଧିକ ଟଙ୍କା ଆଦାୟ କରିଥିବା କଲ୍ୟାଣସିଂହପୁର ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ଭରତ ବାଚେଲି ଘର ଶେଷଖାଲ ଥାନା ଅନ୍ତର୍ଗତ ମହାବେକାକେଲି ବୋଲି ଜଣାପଡିଛି । ଆଉ ଜଣେ ଫେରାର ଅଭିଯୁକ୍ତଙ୍କ ନାମ ପୋଲିସ ଗୁପ୍ତ ରଖିଛି । ତାକୁ ବର୍ତ୍ତମାନ ପୋଲିସ ଖୋଜୁଛି।

ରାୟଗଡା ଜିଲ୍ଲା ଗୋଟିଏ ନକ୍ସଲ ପ୍ରଭାବିତ ଜିଲ୍ଲା ଭାବେ ପରିଗଣିତ ହେଉଥିବା ବେଳେ ଏହାର ସୁଯୋଗ ନେଇ ଅନେକ ଅସାମାଜିକ ଯୁବକ ନକ୍ସଲଙ୍କ ନାଁ ରେ ଲୋକଙ୍କୁ ଡରାଇ ଧମକାଇ ଚାନ୍ଦା ଆଦାୟ କରୁଥିବା ଅନେକ ନଜିର ରହିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.