ରାୟଗଡା: ଗୁଣପୁର ଅବକାରୀ ବିଭାଗକୁ ମିଳିଛି ଆଉ ଏକ ସଫଳତା । ସୂଚନାନୁସାରେ ରାୟଗଡା ଜିଲ୍ଲା ଗୁଣପୁର ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଭାରପ୍ରାପ୍ତ ଅଧିକାରୀ ହିତାଶୁଂ ଶେଖର ମଲ୍ଲିକଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ପାଟ୍ରୋଲିଂ । ଆଉ ଏହି ସମୟରେ ୧୫୦ କେଜିର ଗଞ୍ଜେଇ ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ଜଣକ ହେଲେ ରାୟଗଡା ଜିଲ୍ଲା ପଦ୍ମପୁର ଅଧିନସ୍ଥ ପରିମା ଗ୍ରାମର ରଘୁନାଥ ମାଝି । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ଆଉ ଏଥିପାଇଁ ଅବକାରୀ ଥାନା କେସ୍ ନମ୍ବର ୨୮/୨୦୨୧ କ୍ରମେ କମିଟିଂ ଅଫେନ୍ସ୍ ଧାରା ୨୦ (ବି) (ii) (ସି) ଏନଡ଼ିପିଏସ୍ ଆକ୍ଟ ୧୯୮୫ ଅନୁଯାୟୀ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଥାନା ପୋଲିସ ପକ୍ଷରୁ ସୁଚନା ମିଳିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ