ରାୟଗଡା: ଏ ହେଉଛି ରାୟଗଡା ଜିଲ୍ଲା ସଦର ମହୁକମା ପୌର ପରିଷଦ ଅଧୀନ 11 ନମ୍ବର ୱାର୍ଡରେ ଥିବା ଅଣ୍ଟାରିଗୁଡା ଗାଁ । ଏଠି ନାଗାବଳୀ କୂଳ ଲଙ୍ଘିବା ନେଇ ଇଟିଭି ଭାରତରେ ଗତ 10 ତାରିଖରେ ରିପୋର୍ଟ ପ୍ରସାରିତ ହୋଇଥିଲା । ରିପୋର୍ଟ ପ୍ରସାରଣ ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି ।
ବୁଧବାର ସ୍ଥିତି ପରିଖିବା ପାଇଁ ଅଣ୍ଟାରିଗୁଡା ଗାଁରେ ପହିଞ୍ଚି ଥିଲେ ଜିଲ୍ଲା ଯୋଜନା ବୋଡ ଅଧକ୍ଷା ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ପ୍ରଥମ ଥର ପାଇଁ ଗାଁରେ ମନ୍ତ୍ରୀ ପହିଞ୍ଚି ଲୋକଙ୍କ କଥା ବୁଝି ଥିବାରୁ ଗାଁ ଲୋକଙ୍କ ମୂହରେ ଖେଳି ଯାଇଥିଲା ଖୁସିର ଲହରି ।
ଗାଁରେ ରହିଥିଲା ଦୀର୍ଘ ଦିନର ସମସ୍ୟା । ତେବେ ସୁରକ୍ଷା ପାଇଁ ପୌର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ସମାଧାନର ଫିଟୁ ନଥିଲା ବାଟ । ତେବେ ଇଟିଭି ଭାରତ ଗାଁରେ ପହିଞ୍ଚି ଲୋକଙ୍କ କଥା ସରକାରଙ୍କ ପାଖରେ ପହିଞ୍ଚାଇ ଥିବାରୁ ବିଶ୍ବାସ ଭଜନ ହୋଇପାରିଥିଲା ଗାଁ ଲୋକଙ୍କ ପାଖରେ । ତେବେ ଦେଖିବାକୁ ବାକି ରହିଲା ନାଗାବଳୀର ଅଭିଶାପରୁ କିଭଳି ଗ୍ରାମବାସୀଙ୍କୁ ସରକାର ବଞ୍ଚାଉଛନ୍ତି ତାହା ସମୟ ହିଁ କହିବ ।
ରାୟଗାଡରୁ ରଞ୍ଜନ ରଥ, ଇଟିଭି ଭାରତ