ETV Bharat / state

ଗୁଣୁପୁରରେ ହାତୀପଲଙ୍କ ଆତଙ୍କ, ଆତଙ୍କିତ ଗ୍ରାମବାସୀ - elephant terror in gunpur

ଗୁଣୁପୁର ବ୍ଲକ ରୂପାପଦର ନିକଟରେ ହାତୀପଲ ଆତଙ୍କ । ଖାଦ୍ୟ ଅନ୍ବେଷଣରେ 5 ଟିକିଆ ହାତୀପଲ ଗାଁମୁହାଁ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଅଧିକ ପଢ଼ନ୍ତୁ

elephant terror at gunpur in rayagada
ଗୁଣୁପୁର ଅଞ୍ଚଳରେ 5 ଟିକିଆ ହାତୀପଲ, ଆତଙ୍କିତ ଗ୍ରାମବାସୀ
author img

By

Published : Mar 22, 2022, 7:40 AM IST

ରାୟଗଡ଼ା: ଗୁଣୁପୁର ବ୍ଲକ ରୂପାପଦର ନିକଟରେ ହାତୀପୋଲ ଆତଙ୍କ । ଖାଦ୍ୟ ଅନ୍ବେଷଣରେ 5 ଟିକିଆ ହାତୀପଲ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି। ଫଳରେ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ଗୁଣୁପୁର ଅଞ୍ଚଳରେ 5 ଟିକିଆ ହାତୀପଲ, ଆତଙ୍କିତ ଗ୍ରାମବାସୀ

ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳରେ ପୁଣି ହାତୀ ଉପଦ୍ରବ। ରୂପାପଦର ଗ୍ରାମ ନିକଟସ୍ଥ ମହେନ୍ଦ୍ରତନୟା ନଦୀ କୂଳରେ 5 ଟିକିଆ ହାତୀପଲ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଗୁଣୁପୁର ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିବା ସୂଚନା ମିଳିଛି । ତେବେ ଖାଦ୍ୟ ଅନ୍ବେଷଣରେ ହାତୀପଲ ଗ୍ରାମ ଓ ସହରାଭିମୁଖୀ ହେଉଥିବା ଜଣାପଡିଛି।

ଗତ 4 ମାସ ଧରି ଏହି ହାତୀପଲ ତରାମାଳ, ଘନାନ୍ତ୍ରୀ ନୂଆଗାଁ, ପ୍ରଧାନୀଗୁଡା, ରୂପାପଦର ପ୍ରଭୃତି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି । ବନବିଭାଗ ପକ୍ଷରୁ 3 ଟି ଟିମ ଗଠନ କରାଯାଇ ହାତୀପଲ ଉପରେ ନଜର ରଖାଯିବା ସହିତ ବ୍ୟାପକ ସଚେତନତା ସୃଷ୍ଟି କରାଯାଉ ଥିବା ବନ ବିଭାଗ ସୂଚନା ଦେଇଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.