ETV Bharat / state

ବିଷାକ୍ତ ଛତୁ ଖାଇ 8 ଶ୍ରମିକ ଅସୁସ୍ଥ - ବିଷାକ୍ତ ଛତୁ

ବିଷାକ୍ତ ଛତୁ ଖାଇ ରାୟଗଡାରେ 8ଜଣ ଶ୍ରମିକ ଅସୁସ୍ଥ ହୋଇ ପଡିଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : May 19, 2019, 6:52 PM IST

ରାୟଗଡା: ବିଷାକ୍ତ ଛତୁ ଖାଇ 8 ଶ୍ରମିକ ଅସୁସ୍ଥ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଘଟିଛି ଏହି ଅଘଟଣ । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରବିବାର ଶିକରପାଇ ନିକଟସ୍ଥ ପୋରିପାଇ ଠାରେ PMGSRY ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ ଶ୍ରମିକମାନେ । ରାସ୍ତାକାମ ସାରି ସେମାନେ ମଧ୍ୟାହ୍ନ 1ଟା ସମୟରେ ଖାଇବାକୁ ନିଜ କ୍ୟାମ୍ପକୁ ଆସିଥିଲେ । ସେଠାରେ ଜଣେ ବ୍ୟକ୍ତି ସେମାନଙ୍କୁ ଛତୁ ଦେଇଥିଲା । ସେ ଛତୁ ଖାଇବା ପରେ ସମସ୍ତଙ୍କୁ ଝାଡାବାନ୍ତି ହୋଇଥିଲା । ଖବର ପାଇ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ଠିକାଦାର ଆସି ସମସ୍ତ ଅସୁସ୍ଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.