ETV Bharat / state

ନିୟମଗିରିର ଡଙ୍ଗରିଆ: ଫିକା ପଡିଛି ଶିକ୍ଷା ବ୍ୟବସ୍ଥାର ରଙ୍ଗୀନ ଚିତ୍ର

author img

By

Published : Feb 16, 2020, 11:45 AM IST

ନିୟମଗିରିର ଡ଼ଙ୍ଗରିଆ ଅଞ୍ଚଳରେ ବାଟ ହୁଡିଛି ଶିକ୍ଷା ଅଧିକାର ଆଇନ । ଶିକ୍ଷା ଅଧିକାରରୁ ବଞ୍ଚିତ ନିୟମଗିରିର ଡ଼ଙ୍ଗରିଆ ପିଲାଙ୍କ ପାଠପଢ଼ା ସମୟ ବିତୁଛି ଗାଁ ଦାଣ୍ଡରେ । ଖେଳ ସାଙ୍ଗକୁ ଛେଳି ଚରାଇ ବିତୁଛି ବେଳ । ପଢନ୍ତୁ ପୁରା ଖବର...

ନିୟମଗିରିର ଡ଼ଙ୍ଗରିଆଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ବାଟବଣା

ରାୟଗଡା: ନିୟମଗିରିର ଡ଼ଙ୍ଗରିଆ ଅଞ୍ଚଳରେ ବାଟ ହୁଡିଛି ଶିକ୍ଷା ଅଧିକାର ଆଇନ । ଶିକ୍ଷା ଅଧିକାରରୁ ବଞ୍ଚିତ ନିୟମଗିରିର ଡ଼ଙ୍ଗରିଆ ପିଲାଙ୍କ ପାଠପଢ଼ା ସମୟ ବିତୁଛି ଗାଁ ଦାଣ୍ଡରେ । ଖେଳ ସାଙ୍ଗକୁ ଛେଳି ଚରାଇ ବିତୁଛି ବେଳ । ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ପାଠ ପଢ଼ିବାକୁ ଚାହୁଁଛନ୍ତି ନିୟମଗିରି ଡ଼ଙ୍ଗରିଆ ପିଲା । ହେଲେ ଗାଁରେ ନା ଅଛି ସ୍କୁଲ ନା ଅଙ୍ଗନବାଡ଼ି କେନ୍ଦ୍ର । ଏଭଳି ପରିସ୍ଥିତିରେ ଶିକ୍ଷାଠାରୁ ଅନେକ ଦୂରରେ ରାୟଗଡ଼ାର କଞ୍ଜାମଜୋଡ଼ି ଗାଁ ।

ସ୍ବାଧୀନତାର 70 ବର୍ଷ ପରେ ନିୟମଗିରିର ଡଙ୍ଗରିଆ ଆଜି ପଢିବାକୁ ଚାହୁଁଛି, ଶିକ୍ଷିତ ହେବାକୁ ଚାହୁଁଛି । ହେଲେ ଗାଁରେ ନା ଅଛି ସ୍କୁଲ ନା ଅଛି ଅଙ୍ଗନବାଡି କେନ୍ଦ୍ର । ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଞ୍ଚରାଗୁଡା ପଞ୍ଚାୟତର କାଞ୍ଜମଯୋଡି ଗାଁର। ପାଖାପାଖି 20 ପରିବାରର 35 ଜଣ ଶିଶୁ ଏବେ ଶିକ୍ଷାରୁ ବଞ୍ଚିତ। ଏମାନଙ୍କ ନିରୀହ ମୁହଁରୁ ବାରି ହୋଇ ପଡେ ଶିକ୍ଷାରୁ ବଞ୍ଚିତ ହେବାର ଅସହାୟତା ।

ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ, ସରକାରଙ୍କ ଏଇ ନାରା କିନ୍ତୁ ପହଞ୍ଚିପାରିନି ଓଡିଶା ରେ ଆଦିବାସୀ ଇଲାକା ରେ । ବିଡମ୍ବନାର ବିଷୟ, ସ୍କୁଲ କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ଯିବାକୁ ହେଲେ 5କିମି ଘାଟି ଓହ୍ଲାଇ ଟ୍ରେନ ଲାଇନ ପାର ହେବାକୁ ପଡୁଛି । ତେଣୁ ବାପା ମାଆ ପିଲାଙ୍କୁ ସ୍କୁଲ କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ଛାଡିବାକୁ ଭୟ କରୁଛନ୍ତି। ଆମେବି ପଢ଼ିବୁ ଆମେବି ବଢ଼ିବୁ , ଶିକ୍ଷା ଆଲୋକରେ ଆଲୋକିତ ହେବୁ । ଏମିତି ସ୍ବପ୍ନ ଦେଖୁଛନ୍ତି ଡ଼ଙ୍ଗରିଆ ପିଲା । ହେଲେ କେମିତି ପୂରଣ ହେବ କୁନିକୁନି ପିଲାଙ୍କ ସ୍ବପ୍ନ ତାହା ଏବେ ସନ୍ଦେହ ଘେରରେ। ସେପଟେ ଏମିତି ଏକ ଦୁଃସ୍ଥିତିକୁ ଜିଲ୍ଲାପାଳ ଖୋଦ ସ୍ବିକାର କରିଥିବା ବେଳେ ତୁରନ୍ତ ସେହି ଗାଁରେ ଏକ ମିନି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.