ETV Bharat / state

ରାୟଗଡାରେ ମୃଦୁ ଭୂକମ୍ପ ଝଟ୍‌କା - earthquake

ରାୟଗଡାରେ ମୃଦୁ ଭୂମିକମ୍ପ । ରିକ୍ଟର ସ୍କେଲରେ ତିବ୍ରତା ୩.୨ ରେକର୍ଡ । ଅଧିକ ପଢନ୍ତୁ...

earthquake in rayagada
ରାୟଗଡାରେ ମୃଦୁ ଭୂମିକମ୍ପ , ରିକ୍ଟର ସ୍କେଲରେ ତିବ୍ରତା ୩.୨ ରେକର୍ଡ
author img

By

Published : Apr 15, 2021, 12:32 PM IST

ରାୟଗଡା: ଜିଲ୍ଲାରେ ମୃଦୁ ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରହିଛି । ଭୋର ୪ ଟାରେ ରାୟଗଡା ସହର ,ଜେକେପୁର , ଥେରୁବାଲି ଓ କଲ୍ୟାଣସିଙ୍ଗପୁର ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହା ଫଳରେ ଏକ ବଡ ଧରଣର ଶବ୍ଦ ସହ ସାମାନ୍ୟ ଝଟକା ଅନୁଭୂତ ହୋଇଥିଲା । ମେଟ୍ରୋଲୋଜିକାଲ ସେଣ୍ଟର ତଥ୍ୟ ଅନୁଯାଇ ,ରାୟଗଡା ସହର ଏହାର କେନ୍ଦ୍ର ରହିଥିବା ବେଳେ ୧୦ କିଲୋମିଟର ଭୂମି ଭିତରେ ଭୂଚଳନ ହୋଇଥିବା ଜଣା ପଡିଛି ।

ରାୟଗଡାରେ ମୃଦୁ ଭୂମିକମ୍ପ , ରିକ୍ଟର ସ୍କେଲରେ ତିବ୍ରତା ୩.୨ ରେକର୍ଡ

ମେଟ୍ରୋଲୋଜିକାଲ ସେଣ୍ଟର ରିପୋର୍ଟ ମୁତାବକ ଭୂମିକମ୍ପ ଜୋନ ମଧ୍ୟରେ ଅମ୍ବଦୋଳା, ମୁନିଗୁଡା, ବିଷମକଟକ ଓ ଅମଲାଭଟ୍ଟା ଅଞ୍ଚଳ ରହିଛି । ରାୟଗଡା ସହର ଦେଇ ଆନ୍ଧ୍ର ସୀମା କେରେଡା ପର୍ଯ୍ୟନ୍ତ ଭୂଗର୍ଭ ଭିତରେ ଏକ ଫାଟ ରହିଛି। ତେଣୁ ଭବିଷ୍ୟତକୁ ଦୃଷ୍ଟରେ ରଖି ରାଜ୍ୟ ସରକାର ଏହି ଅଞ୍ଚଳ ପାଇଁ ଭୂମିକମ୍ପ ନିରୋଧ ସଚେତନ ସୃଷ୍ଟି କରିବା ପାଇଁ ଦାବି ହୋଇଛି । କୋଠବାଡି ନିର୍ମାଣ ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.