ETV Bharat / state

ଲଗାଣ ବର୍ଷାରେ ପାହାଡରୁ ଖସିଲା ପଥର - piece of a mountain falling on road

ରାୟଗଡା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ପୁଟାସିଂ ପଞ୍ଚାୟତର ରୋଜିଂତାଲ ରାସ୍ତାରେ ଅଘଟଣ । ପାହାଡରୁ ଏକ ବିଶାଳ ପଥର ଖଣ୍ଡ ଧସି ରାସ୍ତା ଉପରେ ଜମା ହୋଇଛି । ଏଥିରେ କେହି ଆହତ ହୋଇନଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ରାୟଗଡା
author img

By

Published : Oct 24, 2019, 2:55 PM IST

Updated : Oct 24, 2019, 7:08 PM IST

ରାୟଗଡା: ଗତ ଦୁଇ ଦିନର ଲଗାଣ ବର୍ଷାରେ ପାହାଡରୁ ଧସିଲା ବିଶାଳ ପଥର ଖଣ୍ଡ । ଏଭଳି ଅଘଟଣ ଘଟିଛି ରାୟଗଡା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ପୁଟାସିଂ ପଞ୍ଚାୟତର ରୋଜିଂତାଲ ରାସ୍ତାରେ । ଏଥିରେ କେହି ଆହତ ହୋଇନଥିବାବେଳେ ପାହାଡରୁ ମାଟି ଖସିବା ସହ ବଡ ବଡ ପଥର ଖଣ୍ଡ ଧସି ରାସ୍ତା ଅବରୋଧ କରିଛି । ଫଳରେ ଗାଁ ଲୋକଙ୍କୁ ଯାତାୟତରେ ନାନା ସମସ୍ୟାର ସାମନା କରିବାକୁ ପଡୁଛି ।

ଲଗାଣ ବର୍ଷାରେ ପାହାଡରୁ ଖସିଲା ପଥର

ସୂଚନାନୁସାରେ, ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । କେଉଁଠି କମ ହେଉଛି ତ କେଉଁଠି ଅତ୍ୟଧିକ । ଗତ 2 ଦିନର ଲଗାଣ ବର୍ଷା ଯୋଗୁଁ ରାୟଗଡା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସେପଟେ ଅତ୍ୟଧିକ ବର୍ଷା କାରଣରୁ ଗୁଣପୁର ଅଞ୍ଚଳରେ ପାହାଡରୁ ବିଶାଳ ପଥର ଖଣ୍ଡ ଧସିଛି । ଗୋଟିଏ ପଟେ ନାଗାବଳୀ, ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଅନ୍ୟପଟେ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ଜଗନ୍ନାଥପୁର ଅସ୍ଥାୟୀ ପୋଲ ଉପରେ ୨ ଫୁଟର ପାଣି ଚାଲିଛି । ଯଦ୍ବାରା ଗୁଣୁପୁରରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଲଗାଣ ବର୍ଷା ସହ ରାସ୍ତା ଉପରେ ମାଟି ପଥର ଜମିବା କାରଣରୁ ଯୋଗାଯୋଗ ସ୍ବାଭାବିକ ହୋଇପାରିନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଲଗାଣ ବର୍ଷା ଯୋଗୁଁ ପାହାଡରୂ ଧସିଲା ପଥର ।Body:ବଙ୍ଗୋପସାଗର ରେ ଲଘୁଚାପ ଯୋଗୁଁ ଅବପାତ ଫଳରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ଅସ୍ତ ବ୍ୟସ୍ତ ହୋଇ ପଡିଛି ଜନ ଜୀବନ । ଗୋଟିଏ ପଟେ ନାଗାବଳୀ , ବଂଶଧାରା ନଦୀର ଜଳପତ୍ତନ ବୄଦ୍ଧି ପାଇବାରେ ଲାଗିଛି । ଅତ୍ୟଧିକ ବର୍ଷା କାରଣରୁ ଗୁଣପୁର ଅଞ୍ଚଳରେ ପାହାଡରୁ ବିଶାଳ ପଥର ଖଣ୍ଡ ଧସିଛି । ଦୁଇଦିନ ଧରି ଗୁଣୁପୁରରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିଛି । ପାହାଡରୁ ମାଟି ଖସିବା ସହ ବଡ଼ ବଡ଼ ପଥର ଖଣ୍ଡ ଧସି ରାସ୍ତା ଉପର ଜାମ ହୋଇଛି । ତେବେ ଏଥିରେ କେହି ଆହତ ହୋଇନାହାନ୍ତି ।ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ପୁଟାସିଂ ପଞ୍ଚାୟତର ରେଜିଂତାଲ୍ ରାସ୍ତା ରେ ପାହାଡର ପଥର ଖସି ରାସ୍ତା ଅବୋରଧ। ଗ୍ରାମବାସି ଯାତାୟତରେ ବାଧାପ୍ରାପ୍ତ ହୋଇଛି ।ରାସ୍ତା ଉପରେ ପଥର ପଡିଯିବାରୁ ଗାଁ ଲୋକେ ଯାତାୟତ କରିପାରୁନାହାନ୍ତି । ଅନ୍ୟପଟେ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ଜଗନ୍ନାଥପୁର ଅସ୍ଥାୟୀ ପୋଲ ଉପରେ ୨ ଫୁଟର ପାଣି ଚାଲିଛି । ଯାହାଫଳରେ ଅନ୍ୟପଟେ ଗୁଣୁପୁରରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ରହିଛି । ତେବେ ଲଗାଣ ବର୍ଷା ଲାଗି ରହିଥିବାରୁ ଯୋଗାଯୋଗ ସ୍ବାଭାବିକ ହୋଇ ପାରୁନାହିଁ ।Conclusion:ଲଗାଣ ବର୍ଷା ଯୋଗୁଁ ପାହାଡରୂ ଧସିଲା ପଥର ।
Last Updated : Oct 24, 2019, 7:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.