ETV Bharat / state

ନିୟମଗିରିରେ ଧସିଲା ପାହାଡ ଖସିଲା ପଥର, ଯାତାୟତ ପ୍ରଭାବିତ

ଲଘୁଚାପ ଜନିତ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ କୁରୁଳି ପାଞ୍ଚୟତ ଚାଟିକଣା ଖଜୁରୀ ଯିବା ରାସ୍ତାର ନିୟମଗିରିରେ ଧସିଲା ପାହାଡ ଖସିଲା ପଥର । ଅଧିକ ପଢନ୍ତୁ

DUE TO HEAVY RAINFALL PIECE OF A MOUNTAIN FALL ON ROAD IN RAYAGADA
ନିୟମଗିରିରେ ଧସିଲା ପାହାଡ ଖସିଲା ପଥର, ଯାତାୟତ ପ୍ରଭାବିତ
author img

By

Published : Aug 12, 2022, 10:41 PM IST

Updated : Aug 13, 2022, 12:04 PM IST

ରାୟଗଡା: ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ। ବର୍ଷା ଯୋଗୁଁ ବିଷମକଟକ ବ୍ଲକ କୁରୁଳି ପାଞ୍ଚୟତର ନିୟମଗିରିରେ ପାହାଡ ଧସିଥିବା ବେଳେ ବଡ଼ ବଡ଼ ପଥର ଖଣ୍ଡମାନ ଖସିଥିବା ଦେଖିବାକୁ ମିଳିଛି । ଏକ ବିଶାଳ ପଥର ଲଗାଣ ବର୍ଷାରେ ଖସି ପଡିବା ଫଳରେ ଖଜୁରୀ ଯିବା ରାସ୍ତା ଅବରୋଧ ହୋଇଛି ।

ନିୟମଗିରିରେ ଧସିଲା ପାହାଡ ଖସିଲା ପଥର

ସୂଚନା ଅନୁସାରେ,ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଅବପାତ ପରେ ସମଗ୍ର ରାୟଗଡା ଜିଲ୍ଲାରେ ଦୁଇଦିନ ଧରି ବର୍ଷା ଲାଗିରହିଛି । ଝିପି ଝିପି ବର୍ଷା ଲାଗିରହିବା ଫଳରେ ଏହାର ପ୍ରଭାବ ଜନଜୀବନ ଉପରେ ପଡିଛି । ମାଳଭୂମି ଭରା ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସାମାନ୍ୟ ମାଟି ଅତଡା ଧସିଥିବା ଖବର ମିଳିଥିବା ବେଳେ ଚାଟିକଣା ଖଜୁରୀ ଯିବା ରାସ୍ତାର ଏକ ବିରାଟ କାୟ ପଥର ପାହାଡରୁ ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ନିୟମଗିରି ଭିତରେ ରହୁଥିବା ପ୍ରାୟ 20 ଖଣ୍ଡ ଗାଁକୁ ଚାରିଚକିଆ ଯାନବାହାନ ଯିବା ଆସିବା ବନ୍ଦ ରହିଛି । ଏପରିକି ରାସ୍ତା ଅବରୋଧ ଯୋଗୁଁ ସରକାରଙ୍କ ଯୋଗାଣ ବ୍ୟବସ୍ଥା ମଧ୍ୟ ଠପ ହୋଇଯାଇଛି ।

ଇଟିଭି ଭାରତ, ରାୟଗଡା

Last Updated : Aug 13, 2022, 12:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.