ETV Bharat / state

ଆକାଶ ମାର୍ଗରୁ ରେଲୱେ ଷ୍ଟେସନ ଜଗିବ ଡ୍ରୋନ୍ - ଡ୍ରୋନ ନିରୀକ୍ଷଣ

ପ୍ଲାଟଫର୍ମ ସମେତ ରେଲୱେ ଟ୍ରାକ୍, ଗୁଡ୍ ସେଡ୍ ଅଞ୍ଚଳ, ତେଲ ଡିପୋ, କର୍ମଚାରୀ କଲୋନୀ, ଅଫିସର କ୍ଲବ୍, ଯାନ୍ତ୍ରିକ ବିଭାଗ, ଷ୍ଟେସନ ପ୍ରବେଶ ପଥ ଉପରେ ଡ୍ରୋନ୍ ରଖିବ ତୀକ୍ଷ୍ଣ ନଜର । ଅଧିକ ପଢନ୍ତୁ...

ଆକାଶ ମାର୍ଗରୁ ରେଲୱେ ଷ୍ଟେସନ ଜଗିବ ଡ୍ରୋନ୍
ଆକାଶ ମାର୍ଗରୁ ରେଲୱେ ଷ୍ଟେସନ ଜଗିବ ଡ୍ରୋନ୍
author img

By

Published : Apr 14, 2020, 10:43 PM IST

ରାୟଗଡା: ଆକାଶ ମାର୍ଗରୁ ରେଲୱେ ଷ୍ଟେସନ ଜଗିବ ଡ୍ରୋନ୍ । ରେଳପଥରେ ଅବାଧ ପ୍ରବେଶକୁ କରିବ ଚିହ୍ନଟ । ରାୟଗଡା ଷ୍ଟେସନରେ ଏପରି ପରୀକ୍ଷଣ ମଙ୍ଗଳବାର ଶେଷ ହୋଇଛି ।

ଆକାଶ ମାର୍ଗରୁ ରେଲୱେ ଷ୍ଟେସନ ଜଗିବ ଡ୍ରୋନ୍

ପ୍ଲାଟଫର୍ମ ସମେତ ରେଲୱେ ଟ୍ରାକ୍, ଗୁଡ୍ ସେଡ୍ ଅଞ୍ଚଳ, ତେଲ ଡିପୋ, କର୍ମଚାରୀ କଲୋନୀ, ଅଫିସର କ୍ଲବ୍, ଯାନ୍ତ୍ରିକ ବିଭାଗ, ଷ୍ଟେସନ ପ୍ରବେଶ ପଥ ଉପରେ ଡ୍ରୋନ୍ ରଖିବ ତୀକ୍ଷ୍ଣ ନଜର । ଲକଡାଉନ କାରଣରୁ କମ ସଂଖ୍ୟକ ସୁରକ୍ଷାକର୍ମୀ, ଗ୍ୟାଙ୍ଗମ୍ୟାନ୍ ମୁତୟନ ହୋଇଥିବାରୁ ସୁରକ୍ଷା ଲାଗି ଡ୍ରୋନର ସହାୟତା ନେଇଛି ରେଳ ବିଭାଗ । ଦୈନିକ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀବାହୀ ଟ୍ରେନ ରାୟଗଡା ଷ୍ଟେସନ ଦେଇ ଯାତାୟତ କରୁଥିଲା ।

ତେବେ କୋରୋନା ମୁକାବିଲା ପାଇଁ ଯାତ୍ରୀବାହୀ ରେଳ ଚଳାଚଳ ଉପରେ ରୋକ୍ ଲାଗିବା ପରେ ୨୫ ତାରିଖରୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ କେତେକ ମାଲବାହୀ ଟ୍ରେନ୍ ଚଳାଚଳ କରୁଛି । ଫଳରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ଯାତ୍ରୀ ରେଳପଥକୁ ସୁରକ୍ଷିତ ମଣି ଚାଲି ଚାଲି ଅନ୍ୟ ରାଜ୍ୟରୁ ନିଜ ଘରକୁ ଫେରୁଛନ୍ତି । ଏହାସହ କେତେକ ଲୋକ ମାଲବାହୀ ଟ୍ରେନରେ ବସି ଆସୁଥିବାର ଦେଖିବାକୁ ମିଳୁଛି ।

ଏପରି ଅଘଟଣ ଏଡାଇବା ସହ ରେଳବାଇ ସମ୍ପତ୍ତି ସୁରକ୍ଷା ଏବଂ ବେଆଇନ ଭାବେ ଟ୍ରାକରେ ଚାଲି ଚାଲି ଆସୁଥିବା ଶ୍ରମିକଙ୍କ ଉପରେ ନଜର ରଖିବାକୁ ବିଭାଗ ଡ୍ରୋନର ସହାୟତା ନେଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.