ETV Bharat / state

ଡରାଉଛି କୋରୋନା, ରାୟଗଡାରେ ଆରମ୍ଭ ହେଲା ଡୋର-ଟୁ-ଡୋର ସର୍ଭେ

author img

By

Published : Apr 25, 2021, 7:52 PM IST

ବାହାର ରାଜ୍ୟ କିମ୍ବା କୁମ୍ଭମେଳାରୁ ଫେରନ୍ତାଙ୍କୁ ଚିହ୍ନଟ ପାଇଁ ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା ଡୋର-ଟୁ-ଡୋର ସର୍ଭେ । ଅଧିକ ପଢନ୍ତୁ...

ରାୟଗଡାରେ ଆରମ୍ଭ ହେଲା  ଡୋର-ଟୁ-ଡୋର ସର୍ଭେ
ରାୟଗଡାରେ ଆରମ୍ଭ ହେଲା ଡୋର-ଟୁ-ଡୋର ସର୍ଭେ

ରାୟଗଡା: ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା ସର୍ଭେ । ବାହାର ରାଜ୍ୟ କିମ୍ବା କୁମ୍ଭମେଳାରୁ ଫେରନ୍ତାଙ୍କୁ ଚିହ୍ନଟ ପାଇଁ ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା ଡୋର-ଟୁ-ଡୋର ସର୍ଭେ ।

ରାୟଗଡାରେ ଆରମ୍ଭ ହେଲା ଡୋର-ଟୁ-ଡୋର ସର୍ଭେ

ବାହାର ରାଜ୍ୟ କିମ୍ବା କୁମ୍ଭମେଳା ଫେରନ୍ତାଙ୍କର ସର୍ଭେ କରି ତାଲିକା ପ୍ରସ୍ତୁତି କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ l ଏହାସହିତ କୌଣସି ଲୋକଙ୍କ ଠାରେ ଜ୍ଵରର ଲକ୍ଷଣ ଥିଲେ ସେମାନଙ୍କ ମଧ୍ୟ ତାଲିକା ପ୍ରସ୍ତୁତ କରାଯିବ। ଆସନ୍ତା ଦୁଇ ଦିନ ଭିତରେ ଏହି ତାଲିକା ପ୍ରସ୍ତୁତ କରି ରିପୋର୍ଟ ଦାଖଲ କରିବାକୁ ସମସ୍ତ ବିଡ଼ିଓ, ତହସିଲଦାର ଓ ସିଡିପିଓ ମାନଙ୍କୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ରବିବାର ଭିସି ଯୋଗେ ବସିଥିବା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ।

ରବିବାର ଠାରୁ ପ୍ରତ୍ୟେକ ବ୍ଲକରେ ଅଙ୍ଗନୱାଡି, ଆଶା, ଏଏନଏମ ଓ ଶିକ୍ଷକମାନେ ମିଶି ଘରକୁ ଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେହିପରି ସୋମବାର ଠାରୁ RT-PCR ଟେଷ୍ଟିଙ୍ଗ କରାଯିବ । କୋରୋନା ଲକ୍ଷଣ ଥିବା ଵ୍ୟକ୍ତିମାନଙ୍କୁ କ୍ଳଷ୍ଟର ଟିଏମସିରେ(TMC) ସଂଘରୋଧରେ ରଖିବl ନିମନ୍ତେ ବ୍ୟବସ୍ଥା କରାଯାଇଛି l ବିଡ଼ିଓ ମାନେ ଏହାକୁ ପର୍ଯ୍ୟବେକ୍ଷଣ କରିବେ ଏବଂ ଉପଜିଲ୍ଲାପାଳ ଏହାର ମନିଟରିଙ୍ଗ କରିବେ ବୋଲି ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକରେ ନିଷ୍ପତ୍ତି ହୋଇଛି l

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.