ETV Bharat / state

ଅସ୍ତ୍ରୋପଚାର ପରେ ପେଟରେ ଛାଡିଦେଲେ ଏକ ମିଟର ଗଜକନା - ମହିଳାଙ୍କ ପେଟରେ ଗଜ କପଡ଼ା ଛାଡ଼ିଦେଲେ ଡାକ୍ତର

ପ୍ରସୂତୀଙ୍କ ଜୀବନ ଶେହ ଖେଳ ଖେଳିଲେ ଡାକ୍ତର । ଅସ୍ତ୍ରୋପଚାର ପରେ ପେଟରେ ଛାଡ଼ିଦେଲେ ଏକ ମିଟର ଗଜକନା । ଅଧିକ ପଢ଼ନ୍ତୁ

ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର, ପ୍ରସୁତୀଙ୍କ ପେଟରେ ଛାଡ଼ିଦେଲେ ଏକ ମିଟର ଗଜକନା

author img

By

Published : Mar 22, 2022, 10:52 PM IST

ରାୟଗଡ଼ା: ପ୍ରସୂତୀଙ୍କ ଜୀବନ ଶେହ ଖେଳ ଖେଳିଲେ ଡାକ୍ତର । ଅସ୍ତ୍ରୋପଚାର ପରେ ପେଟରେ ଛାଡ଼ିଦେଲେ ଏକ ମିଟର ଗଜକନା । ରାୟଗଡ଼ା ଜିଲ୍ଲା ମେଡ଼ିକାଲରୁ ଏଭଳି ଅଭିଯୋଗ ଆସିଛି । ୨୦୨୧ ମସିହା ଅକ୍ଟୋବର ୩ ତାରିଖ ଦିନ କୋରାପୁଟ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବିରିଗୁଡ଼ା ଗାଁର ଚେତନ ହଳବାଙ୍କ ପତ୍ନୀ କାଞ୍ଚନ ହଲବାଙ୍କ ପ୍ରସବ ଯନ୍ତ୍ରଣା ପରେ ସେ ରାୟଗଡ଼ା ଜିଲ୍ଲା ମେଡିକାଲରେ ଅସ୍ତ୍ରୋପଚାର କରାଇଥିଲେ ।

ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର, ପ୍ରସୁତୀଙ୍କ ପେଟରେ ଛାଡ଼ିଦେଲେ ଏକ ମିଟର ଗଜକନା

ଅସ୍ତ୍ରୋପଚାର ପ୍ରସୂତି ବିଭାଗର ଡାକ୍ତର ଲତିକା ବେହେରା ଅସ୍ତ୍ରୋପଚାର ମାଧ୍ୟମରେ ପ୍ରସବ କରି ୫ଦିନ ପରେ କାଞ୍ଚନଙ୍କୁ ସୁସ୍ଥ କହି ଛାଡ଼ି ଦେଇଥିଲେ । ୧୫ ଦିନ ପରେ ପୁଣି କାଞ୍ଚନ ହଳବାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ପୁଣି ରାୟଗଡ଼ା ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ ସେତେବେଳେ ଡାକ୍ତର ପ୍ରଫୁଲ୍ଲ ପାଢ଼ୀ ତାଙ୍କୁ ପରୀକ୍ଷା କରି କିଛି ଅସୁବିଧା ନାହିଁ କହି କିଛି ଔଷଧ ଦେଇ ପଠାଇଦେଇଥିଲେ । ହେଲେ ଯନ୍ତ୍ରଣାର ମାତ୍ରା ଦିନକୁ ଦିନ ବଢି ଚାଲିବାରୁ ଗତ ଜାନୁଆରୀ ୩୧ ତାରିଖରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଲଟ୍ରା ସାଉଣ୍ଡ କରିଥିଲେ । ଜାଣିବାକୁ ପାଇଲେ ପେଟରେ କିଛି ରହିଛି ।

ଏହା ଜାଣିବାପରେ ମହିଳାଙ୍କ ସ୍ବାମୀ ଚେତନ ହଲବା ଜମିବାଡ଼ି ବନ୍ଧା ପକାଇ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଇଥିଲେ । ଫେବ୍ରୁଆରୀ ୪ ତାରିଖରେ ସେ ଭର୍ତ୍ତି ହୋଇଥିଲେ ଏବଂ ୫ ତାରିଖରେ ଅପରେସନ ବେଳେ ପେଟ ଭିତରୁ ଏକ ମିଟର ଲମ୍ବା ଗଜ କପଡା ବାହାରିଥିଲା ।

ଏଥିପାଇଁ ସ୍ବାମୀ ଚେତନା ହଲବାଙ୍କ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ଅବହେଳା ସାଙ୍ଗକୁ କ୍ଷତିପୂରଣ ଦାବିକରି ଆଜି ରାୟଗଡା ଥାନାରେ ପ୍ରସୂତି ବିଭାଗର ଡ଼ାକ୍ତର ଲତିକା ବେହେରାଙ୍କ ନାମରେ ସେ ଏତଲା ଦେଇଛନ୍ତି । ଏନେଇ CDMO ଲାଲମୋହନ ରାଉତରାୟ କହିଛନ୍ତି, ଘଟଣାର ତଦନ୍ତ କରି ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.