ETV Bharat / state

ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ ବୈଠକ ଅନୁଷ୍ଠିତ - farmer

ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ ବୈଠକ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଫଟୋ ସୌଜନ୍ଯ:ସମ୍ବାଦଦାତା, ରାୟଗଡା
author img

By

Published : Apr 26, 2019, 11:33 PM IST

ରାୟଗଡା: ରାୟଗଡା ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହ ବୈଠକ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଚଳିତ ବର୍ଷରେ 1 ଲକ୍ଷ 45 ହଜାର କ୍ବିଣ୍ଟାଲ ଧାନ 14ଟି ମଣ୍ଡି ଦ୍ୱାରା ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ 780ଜଣ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜିକୃତ କରିଛନ୍ତି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ରାୟଗଡା

ଆସନ୍ତା ମେ ପହିଲାରୁ ରବି ଧାନ ସଂଗ୍ରହ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ଚାଷୀଙ୍କୁ ସେମାନଙ୍କ ଧାନର ଟଙ୍କା 24ଘଣ୍ଟା ମଧ୍ୟରେ ସେମାନଙ୍କ ଆକାଉଣ୍ଟରେ ଜମା ହେବ ବୋଲି ଏହି ବୈଠକରେ ସ୍ପଷ୍ଟ କରାଯାଇଛି । ଉକ୍ତ ବୈଠକରେ ରାୟଗଡା ଉପଜିଲ୍ଲାପାଳ, ସମସ୍ତ ତହସିଲଦାର, ଲ୍ୟାମ୍ପସ୍ ଅଧିକାରୀ, ଆରଏମସିଏସ ଅଧିକାରୀ, ଚାଷୀ ସମେତ ଯୋଗାଣ ଅଧିକାରୀ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.