ETV Bharat / state

ଅଂଶୁଘାତ ମୁକାବିଲା ନେଇ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ରାୟଗଡ଼ା ଜିଲ୍ଲାରେ ଅଂଶୁଘାତ ମୁକାବିଲା ନେଇ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

author img

By

Published : Apr 1, 2021, 8:22 AM IST

ଅଂଶୁଘାତ ମୁକାବିଲା ନେଇ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ
ଅଂଶୁଘାତ ମୁକାବିଲା ନେଇ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ରାୟଗଡ଼ା: ଜିଲ୍ଲାରେ ଚଳିତ ବର୍ଷ ଗ୍ରୀଷ୍ମ ଋତୁର ଅଂଶୁଘାତ ଜନିତ ସମସ୍ୟାକୁ ମୁକାବିଲା ନେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୁଖ୍ୟତଃ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାକୁ କିପରି ମୁକାବିଲା କରାଯାଇପାରିବ ସେ ନେଇ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଜଳଯୋଗାଣ, ବିଦ୍ୟୁତ ବିଭାଗ, ଶ୍ରମିକ ଓ ପରିବହନ ବିଭାଗର ଅଧିକାରୀମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲାରେ ପିଇବା ପାଣି ସମସ୍ୟା ଦେଖାଦେଲେ ଅଭିଯୋଗ ଆସିବା ପୂର୍ବରୁ ତୁରନ୍ତ ଏହାର ନିରାକରଣ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥାକୁ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଅଚଳ ନଳକୂପ ଗୁଡିକ ତୁରନ୍ତ ମରାମତି କରାଯାଇ ପିଇବା ପାଣି ସମସ୍ୟା ଦୂର କରାଯାଇପାରିବ ସେଥିପାଇଁ ଅଧିକାରୀମାନେ ଉଦ୍ୟମ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି, ଜୀବନ ରକ୍ଷକ ମେଡିସିନ, ଓଆରଏସ, ସାଲାଇନ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହଜୁଦ ରଖାଯାଇଛି ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଅଂଶୁଘାତ ରୋଗୀଙ୍କ ନିମନ୍ତେ ୪ଟି ଶଯ୍ୟା, ଗୋଷ୍ଠୀ କେନ୍ଦ୍ରରେ ୩ଟି ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଟି ଶଯ୍ୟା ସଂରକ୍ଷଣ ରଖାଯାଇଛି । ଏହା ସହିତ ବରଫ, କୁଲର ଆଦିର ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ରାଜୁ ପ୍ରକାଶ କରିଛନ୍ତି । ବିଦ୍ୟୁତ ବିଭାଗ ତରଫରୁ ଏହି ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଶ୍ରମ ବିଭାଗ ତରଫରୁ ନିୟମିତ ତଦାରଖ କରି କାର୍ଯ୍ୟକ୍ଷେତ୍ରକୁ ପୂର୍ବାହ୍ମ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମ ବନ୍ଦ ରଖିବା ସହ କାର୍ଯ୍ୟସ୍ଥଳରେ ପିଇବା ପାଣିର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମହେଶ୍ୱର ନାଏକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.