ETV Bharat / state

କାଶୀପୁରରେ ଡରାଉଛି ଡାଇରିଆ, ପୁଣି ଲେଉଟିବ କି ୨୦୧୦ ମସିହାର କଲେରା !

ରାୟଗଡା କାଶୀପୁରରେ ଆତଙ୍କ ଖେଳାଇଛି ଡାଇରିଆ । ତିନି ଦିନରେ ଗଲାଣି ୬ ଜଣ ଜୀବନ । ଅଧିକ ପଢନ୍ତୁ

author img

By

Published : Jul 16, 2022, 7:58 AM IST

କାଶୀପୁରରେ ଡରାଉଛି ଡାଇରିଆ, ପୁଣି ଲେଉଟିବ କି ୨୦୧୦ ମସିହାର କଲେରା !
କାଶୀପୁରରେ ଡରାଉଛି ଡାଇରିଆ, ପୁଣି ଲେଉଟିବ କି ୨୦୧୦ ମସିହାର କଲେରା !

ରାୟଗଡା: ଅନେକ ସମୟରେ ଖବରକାଗଜର ଖବର ଶୀର୍ଷରେ ରହିଛି କାଶୀପୁର । କେତେବେଳେ ଆମ୍ବ ଟାକୁଆ ଖାଇ ଜୀବନ ଯାଇଛି ତ ପୁଣି କେତେବେଳେ କଲେରାର କରାଳ ରୂପ ଗ୍ରାସିଛି ଅନେକ ଜୀବନ । ବର୍ତ୍ତମାନ ସମୟରେ କାଶୀପୁର ବ୍ଲକ ଡାଇରିଆ ପାଇଁ ପୁଣି ଚର୍ଚ୍ଚାରେ ରହିଛି(Diarrhea Outbreak In Rayagada) । ଏଠାରେ ଝାଡାବାନ୍ତିରେ ତିନି ଦିନ ମଧ୍ୟରେ ୬ ଜଣ ଜୀବନ ହରାଇଛନ୍ତି । ୩୦ରୁ ଅଧିକ ଲୋକେ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଭୟାବହତା ଖେଳିଯାଇଛି ।

ପ୍ରତିବର୍ଷ ବର୍ଷା ଋତୁ ଆରମ୍ଭରୁ ରାୟଗଡା କାଶୀପୁର ବ୍ଲକରେ ଝାଡ଼ାବାନ୍ତିର ଆର୍ତ୍ତନାଦ ଶୁଣିବାକୁ ମିଳେ । ଡାଇରିଆର ପ୍ରକୋପରେ ଅନେକ ନିରୀହ ଜୀବନ ଝଡିପଡେ । ଏହି ସମୟରେ ଡାଇରିଆର ମୁକାବିଲା ପାଇଁ ରାଜଧାନୀରୁ ରାୟଗଡା ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଚଳଚଞ୍ଚଳ ହୋଇଉଠନ୍ତି । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ କିନ୍ତୁ ସ୍ଥିତି ଯଥା ପୂର୍ବଂ ତଥା ପରଂ ଭଳି ରହିଯାଏ । ଯାହାର ଫଳସୂରୁପ, ତିନି ଦିନ ମଧ୍ୟରେ ବ୍ଲକରେ ୬ ଜଣଙ୍କ ଡାଇରିଆରେ ପ୍ରାଣ ଗଲାଣି ।

ସବୁଠାରୁ ବଡ କଥା 2010 ମସିହା କଲେରା ପରେ କେନ୍ଦ୍ର ସରକାର କେବିକେ ଜିଲ୍ଲା ପାଇଁ ରାୟଗଡା ଠାରେ ଆରଏମଆରସିର ଏକ ପରୀକ୍ଷା ୟୁନିଟ ପ୍ରତିଷ୍ଠା କରିଥିଲେ । ଏହାସତ୍ତ୍ବେ କାଶୀପୁର ବ୍ଲକରେ ଡାଇରିଆ ଆତଙ୍କ ସୃଷ୍ଟି ହୋଇ ଇତିମଧ୍ୟରେ 6 ଜଣଙ୍କ ଜୀବନ ଯାଇଥିଲେ ସୁଦ୍ଧା କାରଣ ଖୋଜି ପାରୁନାହିଁ ସ୍ବାସ୍ଥ୍ୟ ବିଭାଗ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.