ETV Bharat / state

ରାୟଗଡା ଜିଲ୍ଲାରେ ଚିନ୍ତା ବଢାଉଛି ଡେଙ୍ଗୁ, ୧୩୭ଟି ରକ୍ତ ନମୁନାରୁ ୪୨ ପଜିଟିଭ - rayagada

ରାୟଗଡା ଜିଲ୍ଲାରେ ଚିନ୍ତା ବଢାଉଛି ଡେଙ୍ଗୁ । ୧୩୭ଟି ରକ୍ତ ନମୁନାରୁ ୪୨ ପଜିଟିଭ । ଅଧିକ ପଢନ୍ତୁ...

Dengue worries in Rayagada district
ରାୟଗଡା ଜିଲ୍ଲାରେ ଚିନ୍ତା ବଢାଉଛି ଡେଙ୍ଗୁ
author img

By

Published : Apr 30, 2020, 11:59 PM IST

ରାୟଗଡା: ଜିଲ୍ଲାରେ ଚିନ୍ତା ବଢାଉଛି ଡେଙ୍ଗୁ । ୧୩୭ଟି ରକ୍ତ ନମୁନାରୁ ୪୨ ନମୁନା ଡେଙ୍ଗୁ ପଜିଟିଭ । ମହାମାରୀ କୋରୋନାକ ନେଇ ସମସ୍ତେ ବ୍ୟସ୍ତ ଥିବା ବେଳେ ରାୟଗଡା ଜିଲ୍ଲାରେ ଚିନ୍ତା ବଢାଇଛି ଡେଙ୍ଗୁ । ଜିଲ୍ଲାର ମୁନିଗୁଡା ବ୍ଲକ ସମେତ ବିଭିନ୍ନ ସ୍ଥାନରେ କିଛି ଦିନ ହେଲାଣି ଡେଙ୍ଗୁ ବ୍ୟାପିବାରେ ଲାଗିଛି । ବିଶେଶ କରି ମୁନିଗୁଡା ବ୍ଲକର ଟିକରପଡା ଗ୍ରାମରେ ବିସ୍ପୋରକ ରୂପ ନେଇଛି ଡେଙ୍ଗୁ ।

ରାୟଗଡା ଜିଲ୍ଲାରେ ଚିନ୍ତା ବଢାଉଛି ଡେଙ୍ଗୁ

ଏହି ଗ୍ରାମରେ ଏପ୍ରିଲ ୧୧ ତାରିଖରୁ ୨୯ ତାରିଖ ମଧ୍ୟରେ ସଂଗ୍ରହ କରାଯାଇଥିବା ୧୩୭ ରକ୍ତ ନମୁନା ମଧ୍ୟରୁ ୪୨ଟି ରକ୍ତ ନମୁନା ଡେଙ୍ଗୁ ପଜିଟିଭ ବୋଲି ଜଣାଯାଇଛି । ଏହାଛଡା ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ୭ଟି ଡେଙ୍ଗୁ ପଜିଟିଭ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗର ରେକର୍ଡ କହୁଛି । ଟିକରପଡାରେ ବହୁ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ପରେ କୋରାପୁଟ ମେଡିକାଲ କଲେଜର ଏକ ବିଶେଷଜ୍ଞ ଦଳ ସଂକ୍ରମିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଗାଁରେ ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ବିଶୋଧକ ସିଞ୍ଚନ କରାଯିବା ସାଙ୍ଗକୁ ସେଠାରେ ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇ ଚିକିତ୍ସା ଜାରି ରହିଛି । ତେବେ ଜିଲ୍ଳାରେ ଡେଙ୍ଗୁ ସ୍ଥିତିକୁ ନେଇ ଜିଲ୍ଲାରେ ସତର୍କ ନଜର ରଖାଯାଇ ତଥ୍ୟ ସଂଗ୍ରହ ଜାରି ରହିଥିବା କହିଛନ୍ତି ଅତିରିକ୍ତ ଜିଲ୍ଳା ସ୍ୱାସ୍ଥ୍ୟ ଅଧିକାରୀ ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.