ETV Bharat / state

ରାୟଗଡାରେ ମେଡିକାଲ କଲେଜ ଦାବି: ସଚିବାଳୟରେ ଜିଲ୍ଲାର 12 ଜଣିଆ ପ୍ରତିନିଧି - ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ

ରାୟଗଡାର ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଜିଲ୍ଲାରୁ ଭୁବନେଶ୍ବର ଆସିଥିବା 12 ଜଣିଆ ପ୍ରତିନିଧି ଦଳ, ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ ଏବଂ ୫ ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

Medical College demand at Rayagada
ରାୟଗଡାରେ ମେଡିକାଲ କଲେଜ ଦାବି
author img

By

Published : Dec 29, 2019, 4:13 AM IST

ରାୟଗଡା: ଜୋର ଧରିଲା ଆଦିବାସୀ ବହୁଳ ତଥା ପଛୁଆ ଅଞ୍ଚଳ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି । ଦାବିପତ୍ର ନେଇ ଆସିଥିବା ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ ଏବଂ ୫ ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ଆଲୋଚନା କରିଛନ୍ତି ।

ସଚିବାଳୟରେ ଅନୁଷ୍ଠିତ ଏହି ଆଲୋଚନାରେ ବିଜେଡି ଜିଲ୍ଲା ପ୍ରଭାରୀ ସଂଜୟ ଦାସବର୍ମା, ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା ସୁଧୀର ଦାଶ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ରାୟଗଡା ବାସୀଙ୍କ ଏହି ଦାବିକୁ ସହୃଦୟତାର ସହ ଗ୍ରହଣ କରିଥିବା ଜଣାପଡିଛି । ଏନେଇ ସରକାରଙ୍କ ଆଭିମୁଖ୍ୟ ସକରାତ୍ମକ ରହିଥିବା ବେଳେ ଖୁବଶିଘ୍ର ଏନେଇ ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ ହୋଇଛି । ଜିଲ୍ଲା ବିଜେଡି ପ୍ରଭାରୀ ସଂଜୟ ଦାସବର୍ମା ଓ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ଗ୍ରହଣ କରିଛନ୍ତି । ଏଥିସହିତ ଖୁବଶୀଘ୍ର ଏହି ଦାବି ବିଷୟରେ ଚିନ୍ତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଜିଲ୍ଲାରୁ ଦାବିପତ୍ର ନେଇ ଆସିଥିବା ୧୨ ଜଣିଆ ପ୍ରତିନିଧି ଦଳରେ ରାୟଗଡାର ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ରାୟଗଡାର ବରିଷ୍ଠ ନାଗରିକ ରହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:ରାୟଗଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ଅଧିକାରୀଙ୍କ ସହ ରାୟଗଡା ପ୍ରତିନିଧି ଦଳଙ୍କ ଆଲୋଚନାBody:ଆଦିବାସୀ ବହୁଳ ପଛୁଆ ଅଚଂଳ ଭାବେ ପରିଚିତ ରାୟଗଡା ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବୀ ଜୋର ଧରିଛି । ଏନେଇ ଗତକାଲି ରାୟଗଡାରୁ ଭୁବନେଶ୍ୱର ଯାଇଥିବା ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଟନ ଏବଂ ୫ ଟି ସଚିବ ଭି.କାର୍ତିକେୟନ ପାଣ୍ଡିୟାନଙ୍କ ସହ ଆଲୋଚନା କରିଛନ୍ତି । ଗତକାଲି ସଚିବାଳୟରେ ଅନୁଷ୍ଠିତ ଏହି ଆଲୋଚନାରେ ବିଜେଡି ଜିଲ୍ଲା ପ୍ରଭାରୀ ସଂଜୟ ଦାଶବର୍ମା, ଅନୁସୁଚୀତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା ସୁଧୀର ଦାଶ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ରାୟଗଡାର ବୁଦ୍ଧିଜିବୀ, ରାଜନୈତିକ ଦଳ, ବରିଷ୍ଠ ନାଗରିକଙ୍କୁ ନେଇ ଏକ ୧୨ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ବାଳକ୍ରିଷ୍ଣନ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଭେଟି ମେଡିକାଲ କଲେଜ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ରାୟଗଡା ବାସୀଙ୍କ ଏହି ଦାବୀକୁ ସହୃଦୟତାର ସହ ଗ୍ରହଣ କରିଛନ୍ତି, ଏନେଇ ସରକାରଙ୍କ ଆଭିମୁଖ୍ୟ ସକାରାତ୍ମକ ରହିଥିବା ବେଳେ ଖୁବ ଶିଘ୍ର ଏନେଇ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ଜିଲ୍ଲା ବିଜେଡି ପ୍ରଭାରୀ ସଂଜୟ ଦାଶବର୍ମା ଓ ଅନୁସୁଚୀତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା
Conclusion:ରାୟଗଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ଅଧିକାରୀଙ୍କ ସହ ରାୟଗଡା ପ୍ରତିନିଧି ଦଳଙ୍କ ଆଲୋଚନା
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.