ETV Bharat / state

ସ୍କୁଲ ପାଇଖାନା ଟାଙ୍କିରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହରେ 3 ଅଟକ

author img

By

Published : Nov 11, 2019, 12:05 AM IST

ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ହାତୀଖମ୍ବା ଗ୍ରାମରେ ଚାଞ୍ଚଲ୍ୟ । ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ପାଇଖାନା ଟାଙ୍କିରେ ମିଳିଲା ନିଖୋଜ ଥିବା ହାତୀଖମ୍ବା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ବିଦ୍ୟାଳୟ ପାଇଖାନା ଟାଙ୍କିରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ହାତୀଖମ୍ବା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଖାନା ଟାଙ୍କିରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସୂଚନାଯୋଗ୍ୟ, ହାତୀଖମ୍ବା ଗ୍ରାମର ଉଦାଲା ରାଜାରାଓ ଓ ସ୍ତ୍ରୀ ଉଦାଲା ପାର୍ବତୀ ଘରେ ଖାଉଥିବା ସମୟରେ ଉକ୍ତ ଗ୍ରାମର ମହେନ୍ଦ୍ର ମାଣ୍ଡାଲା ଓ ମାଧବ କାଡ୍ରାକା ତାଙ୍କୁ ବାହାରକୁ ଡାକି ନେଇଯାଇଥିଲେ । ଏହାପରେ ବିଳମ୍ବିତ ରାତ୍ରିରେ ମହେନ୍ଦ୍ର ଓ ମାଧବ ଫେରିଥିଲେ, କିନ୍ତୁ ରାଜାରାଓ ଘରକୁ ଫେରି ନଥିଲେ।

ଏହା ଦେଖି ତାଙ୍କ ସ୍ତ୍ରୀ ବ୍ୟସ୍ତ ହୋଇ ମହେନ୍ଦ୍ର ଓ ମାଧବଙ୍କୁ ସ୍ବାମୀ କୁଆଡେ ଗଲେ ବୋଲି ପଚାରିଥିଲେ । ସେ ଫେରିଆସିବ ବୋଲି ସେମାନେ କହିଥିଲେ । ମାତ୍ର ତା ପରଦିନ ସକାଳୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ରାଜାରାଓଙ୍କ କୌଣସି ଖୋଜ ଖବର ମିଳି ନ ଥିଲା ।

ଏହାପରେ ବାଧ୍ୟ ହୋଇ ପାର୍ବତୀ ଏନେଇ ଥାନାରେ ଏତଲା ଦେଇଥିଲେ । ତେବେ ରବିବାର ସକାଳୁ ଖୋଜାଖୋଜି କରିବା ସମୟରେ ହାତୀଖମ୍ବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଇଖାନା ଟାଙ୍କି ପାଖରେ ବହୁତ ଦୁର୍ଗନ୍ଧ ହେଉଥିଲା । ପରେ ଗ୍ରାମବାସୀ ପ୍ରଥମେ ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରିଙ୍କୁ ଖବର ଦେଇଥିଲେ। ସରପଞ୍ଚ ଆସିଲା ପରେ ପାଇଖାନା ଟାଙ୍କିର ପ୍ଲେଟକୁ କାଢି ଦେଖିବା ସମୟରେ ଉଦାଲାଙ୍କ ମୃତଦେହ ଭିତରେ ଥିବା ଦେଖିବାକୁ ପାଇଥିଲେ ।

ଏହାପରେ ସଙ୍ଗେ ସଙ୍ଗେ ମୁକୁନ୍ଦପୁର ଫାଣ୍ଡି ଓ ଚାନ୍ଦିଲି ଥାନାରେ ଏନେଇ ସରପଞ୍ଚ ଖବର ଦେଇଥିଲେ। ଖବର ପାଇ ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରି ମହେନ୍ଦ୍ର ମାଣ୍ଡାଲା, ମାଧବ କାଡ୍ରାକା ଓ ରାଜେନ୍ଦ୍ର ପାଲାକାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ବିଦ୍ୟାଳୟ ପାଇଖାନା ଟାଙ୍କିରୁ ନିଖଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହତ୍ୟା ସନ୍ଦେହରେ ୩ଜଣଙ୍କୁ ଅଟକBody:କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ହାତୀଖମ୍ବା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ପାଇଖାନା ଟାଙ୍କିରୁ ତିନିଦିନ ଧରି ନିଖୋଜ ଥିବା ହାତୀଖମ୍ବା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ଏବଂ ଘଟଣାରେ ୩ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।ସୂଚନାଯୋଗ୍ୟ ହାତୀଖମ୍ବା ଗ୍ରାମର ଉଦାଲା ରାଜାରାଓ (୫୨) ଓ ସ୍ତ୍ରୀ ପାର୍ବତୀ ଉଦାଲା ଘରେ ଖାଉଥିବା ସମୟରେ ଉକ୍ତ ଗ୍ରାମର ମହେନ୍ଦ୍ର ମାଣ୍ଡାଲା (୨୨) ଓ ମାଧବ କାଡ୍ରାକା (୨୨) ମୃତ ଉଦାଲାଙ୍କ ଘରକୁ ଯାଇ ବାହାରକୁ ଡାକି ନେଇଯାଇଥିଲେ ହେଲେ ବିଳମ୍ବିତ ରାତ୍ରରେ ମହେନ୍ଦ୍ର ଓ ମାଧବ ଫେରିଥିଲେ। କିନ୍ତୁ ଉଦାଲା ଫେରି ନଥିଲେ। ତାହା ଦେଖି ଉଦାଲାଙ୍କ ପତ୍ନୀ ବ୍ୟସ୍ତ ହୋଇ ଅଭିଯୁକ୍ତଙ୍କୁ ପଚାରିବାରୁ ସେ ଫେରିଆସିଲେ ବୋଲି ଅଭିଯୁକ୍ତ ମାନେ କହିଥିଲେ।ହେଲେ ତା ପରଦିନ ସକାଳୁ ମଧ୍ୟ ବହୁ ଖୋଜାଖୋଜି କରିଲା ପରେ ମଧ୍ୟ ମୃତ ଉଦାଲାଙ୍କ କୌଣସି ଖୋଜ ଖବର ମିଳି ନ ଥିଲା ଏବଂ ମୃତ ବ୍ୟକ୍ତିଙ୍କ ପତ୍ନୀ ଥାନାରେ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ। ହେଲେ ଆଜି ସକାଳୁ ଖୋଜାଖୋଜି କରିବା ସମୟରେ ହାତୀଖମ୍ବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଇଖାନା ଟାଙ୍କି ପାଖରେ ବହୁତ ଦୁର୍ଗନ୍ଧ ହେଉଥିବା ଜାଣିପାରି ପ୍ରଥମେ ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରିଙ୍କୁ ଖବର ଦେଇଥିଲେ। ସରପଞ୍ଚ ଆସିଲା ପରେ ପାଇଖାନା ଟାଙ୍କିର ପ୍ଲେଟକୁ କାଢି ଦେଖିଲା ବେଳକୁ ଉଦାଲାଙ୍କ ମୃତ ଦେହ ଭିତରେ ଥିବା ଦେଖିବାକୁ ପାଇଥିଲେ ଓ ସଙ୍ଗେ ସଙ୍ଗେ ମୁକୁନ୍ଦପୁର ଫାଣ୍ଡି ଓ ଚାନ୍ଦିଲି ଥାନାରେ ଖବର ଦେଇଥିଲେ। ଖବର ପାଇ ଚାନ୍ଦିଲି ଥାନା ଅଧିକାରୀ ଅଜିତ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ଓ ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରି ମହେନ୍ଦ୍ର ମାଣ୍ଡାଲା, ମାଧବ କାଡ୍ରାକା ଓ ରାଜେନ୍ଦ୍ର ପାଲାକାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରିଛି ଏବଂ ମୃତ ଦେହକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। Conclusion:ବିଦ୍ୟାଳୟ ପାଇଖାନା ଟାଙ୍କିରୁ ନିଖଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହତ୍ୟା ସନ୍ଦେହରେ ୩ଜଣଙ୍କୁ ଅଟକ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.