ETV Bharat / state

ଇକୋ ଟୁରିଷ୍ଟ କଟେଜ ନିର୍ମାଣକୁ ବିରୋଧ କଲେ ଡଙ୍ଗରିଆ ସଂପ୍ରଦାୟ - Dangria community

ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ଅନ୍ତର୍ଗତ ଅଡିଶାକାନି ନିକଟ ନିୟମଗିରି ଅଞ୍ଚଳରେ ଡଙ୍ଗାରିଆଙ୍କ ଅକ୍ତିୟାରରେ ଥିବା ଏକ ଜମି ଉପରେ ବନ ବିଭାଗ ତରଫରୁ ଇକୋ ଟୁରିଷ୍ଟ କଟେଜ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଡଙ୍ଗରିଆଙ୍କ ଦ୍ୱାରା ଏହାକୁ ତୀବ୍ର ବିରୋଧ କରାଯାଇଛି ।

ଇକୋ ଟୁରିଷ୍ଟ କଟେଜ ନିର୍ମାଣକୁ ବିରୋଧ କଲେ ଡଙ୍ଗରିଆ ସଂପ୍ରଦାୟ

author img

By

Published : Oct 4, 2020, 10:35 PM IST

ରାୟଗଡା: ଡଙ୍ଗରିଆ ସଂସ୍କୃତିର ପ୍ରଚାର ପ୍ରସାର ତଥା ପର୍ଯ୍ୟଟନର ବିକାଶ କରିବାକୁ ବନ ବିଭାଗ ଦ୍ଵାରା ନିର୍ମାଣ ହେବାକୁ ଥିବା ଇକୋ ଟୁରିଷ୍ଟ କଟେଜକୁ ବିରୋଧ କରି ନିୟମଗିରିରେ ଆୟୋଜିତ ହୋଇଛି ଡଙ୍ଗରିଆ ମେଳି। ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତ ଅନ୍ତର୍ଗତ ଅଡିଶାକାନି ନିକଟ ନିୟମଗିରି ଅଞ୍ଚଳରେ ଡଙ୍ଗରିଆଙ୍କ ଅକ୍ତିୟାରରେ ଥିବା ଏକ ଜମି ଉପରେ ବନ ବିଭାଗ ତରଫରୁ ଇକୋ ଟୁରିଷ୍ଟ କଟେଜ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଡଙ୍ଗରିଆଙ୍କ ଦ୍ୱାରା ଏହାକୁ ତୀବ୍ର ବିରୋଧ କରାଯାଇଛି ।

ଇକୋ ଟୁରିଷ୍ଟ କଟେଜ ନିର୍ମାଣକୁ ବିରୋଧ କଲେ ଡଙ୍ଗରିଆ ସଂପ୍ରଦାୟ

ଏନେଇ ଉକ୍ତ ସ୍ଥାନରେ ନିୟମଗିରିର 27 ଖଣ୍ଡ ଗ୍ରାମର ଡଙ୍ଗରିଆ ଏକତ୍ରିତ ହୋଇ ଏକ ବିରୋଧୀ ସଭା ଅନୁଷ୍ଠିତ ହୋଇଯାଇଛି । ସେମାନଙ୍କ କହିବା ହେଲା ଡଙ୍ଗରିଆଙ୍କ ଉନ୍ନତି ନାମରେ ଇକୋ ଟୁରିଷ୍ଟ କଟେଜନିର୍ମାଣଙ୍କୁ ବିରୋଧ କରାଯିବ। କାରଣ OPELIP ଦ୍ୱାରା ଉକ୍ତ ଜାଗାକୁ ବନବିଭାଗକୁ ପ୍ରଦାନ କରାଯାଇଛି ଯାହା ଡଙ୍ଗରିଆଙ୍କ ଚାଷଜମି । ତେଣୁ କୌଣସି ପରିସ୍ଥିତିରେ ମଧ୍ୟ ଏଠାରେ ଇକୋ ଟୁରିଷ୍ଟ କଟେଜ ନିର୍ମାଣ କରାଇ ନ ଦେବାକୁ ସେମାନେ ସ୍ଥିର କରିଥିବା ନେତୃତ୍ୱ ନେଇଥିବା ଡଙ୍ଗରିଆ କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.