ETV Bharat / state

ଜମିରେ ସଢୁଛି ପାହାଡି ସପୁରୀ, ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି ଡଙ୍ଗରିଆ ଚାଷୀ

author img

By

Published : Sep 21, 2020, 4:35 PM IST

କୋରୋନା ଚକ୍ରରେ ଘାଇଲା ଡଙ୍ଗରିଆ ଜନଜାତି । ଲକଡାଉନ ଗାଡିମୋଟର ଓ ଦୋକାନ ବଜାର ବନ୍ଦ ହେବା ଫଳରେ ଜମିରେ ସଢୁଛି ପାହାଡିଆ ସପୁରୀ । ବଜାର ସୁବିଧା ଓ ଗୋଦାମ ଅଭାବରୁ ବାଧ୍ୟ ହୋଇ ବିକ୍ରି ହେଉଛି ଫଳ । ଫଳରେ ଏଥର ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଛି ରାୟଗଡାର ଡଙ୍ଗରିଆ ଚାଷୀଙ୍କୁ । ଅଧିକ ପଢନ୍ତୁ...

ଶାଗମାଛ ଦରରେ ବିକୁଛନ୍ତି ପାହାଡି ସପୁରୀ
ଶାଗମାଛ ଦରରେ ବିକୁଛନ୍ତି ପାହାଡି ସପୁରୀ

ରାୟଗଡା: ଲକଡାଉନରେ ରାୟଗଡା ସପୁରୀ ଚାଷୀଙ୍କ ଅଭାବୀ ବିକ୍ରି । ଉତ୍ପାଦନର ଉଚିତ ମୂଲ୍ୟ ନପାଇ ହତାଶ ହୋଇ ପଡିଛନ୍ତି ଚାଷୀ । ବିଷମ କଟକ ବ୍ଲକ ନିୟମଗିରି ପାହାଡି ଅଞ୍ଚଳରେ ସପୁରୀ ଚାଷ କରୁଥିବା ଡଙ୍ଗର ଜନଜାତିଙ୍କୁ ଏଥର ସହିବାକୁ ପଡିଛି ଲକ୍ଷାଧିକ ଟଙ୍କାର କ୍ଷତି। ବଜାରର ସୁବିଧା ଓ ଗୋଦାମ ଅଭାବରୁ ଶାଗ ମାଛ ଦରରେ ବିକ୍ରି ହେଉଛି ସୁଆଦିଆ ସପୁରୀ ।

ଶାଗମାଛ ଦରରେ ବିକୁଛନ୍ତି ପାହାଡି ସପୁରୀ

ସପୁରୀ ଚାଷ ପାଇଁ ବେଶ ଅନୁକୂଳ ନିୟମଗିରି ପାର୍ବତ୍ୟାଞ୍ଚଳ । ଏଠାରେ ବାର୍ଷିକ 18 ହଜାରରୁ ଅଧିକ ମେଟ୍ରିକ ଟନ ସପୁର ଉତ୍ପାଦନ ହୋଇଥାଏ। ଚଳିତ ବର୍ଷ ଭଲ ଚାଷ ହୋଇଥିଲା। ଡଙ୍ଗରିଆ ଆଶା କରୁଥିଲେ ଏଥର ଦୁଇ ପଇସା ଲାଭ କରିବେ । ହେଲେ ଫସଲ ବେଳକୁ ଜମିରେ ପଡିରହିଛି ଫଳ । କୋରୋନା ଲକଡାଉନ କାରଣରୁ ବନ୍ଦ ରହିଲା ଗାଡିମୋଟର, ଦୋକାନବଜାର । ଫଳରେ ବଜାରକୁ ଫଳ ଆସି ନ ପାରି ସଢୁଛି ସପୁରୀ । ଅନ୍ୟପଟେ, ସୁସ୍ବାଦ ସପୁରୀକୁ ଶାଗମାଛ ଦରରେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବିକ୍ରି କରି କ୍ଷତି ସହୁଛନ୍ତି ଡଙ୍ଗରିଆ ଜନଜାତି ।

ବିଷମ କଟକ ଓ ମୁନିଗୁଡା ବ୍ଲକର 5ଟି ପଞ୍ଚାୟତର 62 ଟି ଗାଁରେ ବସବାସ କରୁଥିବା ଡଙ୍ଗରିଆ ଜନଜାତି ସପୁରୀ ଚାଷ କରିଥାନ୍ତି । 1 ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ କରାଯାଏ ପାହାଡି ସପୁରୀ ଚାଷ । କହିବାକୁ ଗଲେ 90 ପ୍ରତିଶତ ଡଙ୍ଗରିଆ ସମ୍ପ୍ରଦାୟ ନିଜର ଭରଣପୋଷଣ ଏଥିରୁ ହିଁ କରିଥାନ୍ତି । ତେଣୁ ଏମାନଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତିକରଣ କରିବାକୁ ପ୍ରତିବର୍ଷ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଏ ସପୁରୀର ଚାରା । ହେଲେ ଅମଳ ବେଳକୁ ମିଳୁନି ପ୍ରକୃତ ମୂଲ୍ୟ । 35 ଟଙ୍କା ବଦଳରେ ବାଧ୍ୟ ହୋଇ 5 ଓ 10 ଟଙ୍କା ବିକ୍ରି କରୁଛନ୍ତି । ଏଥିରେ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡିବା ସହ ଓ ଆଗାମୀ ଫସଲ ବାବଦକୁ ସଞ୍ଚୟ କରିପାରିନଥିବା ଡଙ୍ଗରିଆ କହିଛନ୍ତି । ସେପଟେ ଚଳିତ ବର୍ଷ କୋରୋନା ଯୋଗୁଁ ସପୁରି ବଜାରରେ ପ୍ରଭାବ ପଡିଥିବା ସ୍ଵୀକାର କରିଛନ୍ତି ଓରମାସର ଅଧିକାରୀ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.