ରାୟଗଡା: ଚନ୍ଦ୍ରପୁର ଜଙ୍ଗଲରୁ ବ୍ୟାପକ ମାଓ ସାମଗ୍ରୀ ଜବତ । ବନ୍ଧୁକ ସହ ମାଓ ସାମଗ୍ରୀ ଜବତ ପ୍ରମାଣ କରିଛି ଜିଲ୍ଲାରେ ମାଓବାଦୀଙ୍କ ସ୍ଥିତି । ସିଆରପିଏଫର ଯବାନ ମାନେ ସୀମାନ୍ତ ରାୟଗଡା, କନ୍ଧମାଳ ଜିଲ୍ଲାର ଚନ୍ଦ୍ରପୁର ଅଞ୍ଚଳରେ କୁମ୍ବିଂ ବେଳେ ବ୍ୟାପକ ପରିମାଣର ମାଓ ସାମଗ୍ରୀ ଠାବ କରିଛନ୍ତି ।
ସିଆରପିଏଫର 8ମ ବାଟାଲିୟନ ଯବାନ ମାନେ ରାୟଗଡା ଓ କନ୍ଧମାଳ ସୀମାନ୍ତ ଚନ୍ଦ୍ରପୁର ଥାନା ଅଞ୍ଚଳର ଅଣ୍ଡେଙ୍ଗି ଗ୍ରାମ ନିକଟସ୍ଥ ଜଙ୍ଗଲରେ କୁମ୍ବିଂ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି l ଯବାନ ମାନଙ୍କ କୁମ୍ବିଂ ଅପରେସନ ଖବର ପାଇ ମାଓବାଦୀ ମାନେ ସେଠାରୁ ଛତ୍ରଭଙ୍ଗ ଦେଇଛନ୍ତି ।
ଘଟଣାସ୍ଥଳରୁ 9ଟି ବନ୍ଧୁକ, 15ଟି ଡିଟୋନେଟର, 8ରାଉଣ୍ଡ ଅଫୁଟା ଗୁଳି, 11ଟି ଜିଲୋଟିନ ରୋଡ଼, 1kg ୟୁରିଆ, ଗୋଟିଏ ବଣ୍ଡଲ ତାର, 2ଟି ଟିଫିନ ବକ୍ସ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି l ତେବେ ସେହି ସ୍ଥାନରେ କେତେ ଜଣ ମାଓବାଦୀ ଥିଲେ ତାହା ସ୍ପଷ୍ଟ ଜଣା ପଡିନଥିବା ବେଳେ ସିଆରପିଏଫର ବ୍ୟାକପ ଟିମ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ