ETV Bharat / state

ନିୟମଗିରି ପାହାଡରେ ସିଆରପିଏଫର କୁମ୍ବିଂ ଅପରେସନ, ବିପୁଳ ସାମଗ୍ରୀ ଜବତ - ନିୟମଗିରି ସିଆରପିଏଫ କମ୍ବିଂ ଅପରେସନ

ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ ହୋଇଛି । ଅଧିକ ପଢନ୍ତୁ...

ନିୟମଗିରି ପାହାଡରେ ସିଆରପିଏଫ କମ୍ବିଂ ଅପରେସନ, ବିପୁଳ ସାମଗ୍ରୀ ଜବତ

author img

By

Published : Aug 7, 2021, 8:58 PM IST

ରାୟଗଡା: ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ ହୋଇଛି । ସିଆରପିଏଫ ଚତୁର୍ଥ ବାଟାଲିୟନ ପକ୍ଷରୁ କୁମ୍ବିଂ ଅପରେସନବେଳେ ମାଓବାଦୀମାନେ ବ୍ୟବହାର କରିବା ପାଇଁ ଗଚ୍ଛିତ ରଖିଥିବା ସାମଗ୍ରୀ ଜବତ କରାଯାଇଛି । ସେକେଣ୍ଡ ଇନ-କମାଣ୍ଡେଣ୍ଟ ମିତୁ ରୟଙ୍କ ନେତୃତ୍ୱରେ ସିଆରପିଏଫ ଯବାନମାନେ ଏହି କୁମ୍ବିଂ ଅପରେସନ କରୁଥିଲେ ।

ନିୟମଗିରି ପାହାଡରେ ସିଆରପିଏଫ କମ୍ବିଂ ଅପରେସନ, ବିପୁଳ ସାମଗ୍ରୀ ଜବତ
ନିୟମଗିରି ପାହାଡରେ ସିଆରପିଏଫ କମ୍ବିଂ ଅପରେସନ, ବିପୁଳ ସାମଗ୍ରୀ ଜବତ
ନିୟମଗିରି ପାହାଡରେ ସିଆରପିଏଫ କମ୍ବିଂ ଅପରେସନ, ବିପୁଳ ସାମଗ୍ରୀ ଜବତ

ସନ୍ଧାନି କୁକୁର ସହାୟତାରେ କୁମ୍ବିଂ ଅପରେସନ ଜାରି ରଖିଥିଲେ ଯବାନ । ତେବେ ଆଜି(ଶନିବାର) ସକାଳୁ ତଡିଝୋଲା ଗାଁ ନିକଟ ଏକ ଗୁମ୍ଫା ମଝିରେ କିଛି ମାଓ ସାମଗ୍ରୀ ରଖାଯାଇଥିବା ଜଣାପଡିଥିଲା । ଏହାକୁ ସନ୍ଧାନୀ କୁକୁର ଉକ୍ତ ସ୍ଥାନରେ ଠାବ କରିଥିଲା । ସେହି ସ୍ଥାନରେ ଏକ ମାଓ ବ୍ୟାନର ସହିତ ୨ଟି ଦେଶୀ ବନ୍ଧୁକ, ୫ଟି ପଲିଥିନ, ୩୫ଟି ଗୁଳି, ଜିଲେଟିନ, ଗୋଟିଏ ଟେପ ରେକଡ଼, ଗୋଟିଏ ରିମୋଟ, ଫ୍ଲାଶ, ୩ଟି ଷ୍ଟିଲ ଟିଫିନ ବୋମା, ୧୨ରୁ୧୫ କେଜି ୟୁରିଆ, ୫୦ଟି ଡେଟୋନେଟର, ୩ଟି ଟର୍ଚ୍ଚ ଲାଇଟ, ୩ଟି କଲର ଟେପ, ୫୦ ମିଟର ପ୍ଲାଷ୍ଟିକ ଦଉଡି, ୨ଟି ଛତା, ୨ଟି ବ୍ୟାଟେରୀ, ୪ ପ୍ୟାକେଟ ନୁଡେଲ, ୧୩ଟି ଖୋକା, ୧୦ମିଟର ତାର ଜବତ କରିଥିଲେ ।

ଉକ୍ତ ବ୍ୟାନରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁରେ ସହୀଦ ସପ୍ତାହ ପାଳନ କରନ୍ତୁ ବୋଲି ଉଲ୍ଲେଖ ଅଛି । ଅନ୍ୟାୟ ଓ ଦୁର୍ନୀତିକୁ ସମାପ୍ତ କରି ଏକ ସୁସ୍ଥ ସମାଜ ଗଠନ ସହ ଜନଯୁଦ୍ଧ ଜୋରଦାର କରନ୍ତୁ ବୋଲି ଉଲ୍ଲେଖ ରହିଛି । ସିପିଆଇ ମାଓବାଦୀ ପ୍ରତିଷ୍ଠାତା ଚାରୁମଜୁମଦାର, କହ୍ନାଇ ଚାଟାର୍ଜୀ ସହିତ ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ସହ ଶେଷରେ ସିପିଆଇ ମାଓବାଦୀ ବା-ଘୁ-ନା ଡିଭିଜନାଲ କମିଟି ବୋଲି ଉଲ୍ଲେଖ କରିଛନ୍ତି ।

ଆଗକୁ କ୍ରାନ୍ତିଦିବସରେ ମାଓବାଦୀମାନେ ଏକ ବଡ ଅଘଟଣ କରିବା ଯୋଜନା ରଖିଥିବା ଅନୁମାନ କରାଯାଉଛି । କିନ୍ତୁ, ସିଆରପିଏଫ ଯବାନମାନେ ତାହା ଭଣ୍ଡୁର କରି ଦେଇଛନ୍ତି । ଏହା ପୋଲିସ ପାଇଁ ଏକ ବଡ଼ ସଫଳତା ମିଳିଥିବା ରାୟଗଡା ସିଆରପିଏଫ ସେକେଣ୍ଡ ଇନ କମାଣ୍ଡେଣ୍ଟ ମିତୁ ରୟ ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.