ରାୟଗଡା: କୋଭିଡ ପ୍ରସ୍ତୁତି ନେଇ ଜିଲ୍ଲାସ୍ତରୀୟ ମକ ଡ୍ରିଲ ଆରମ୍ଭ । ବିଶ୍ଵରେ ଚୀନ କାରୋନା ଭୂତାଣୁ ବିଏଫ.7 ଚିନ୍ତା ବଢାଇଥିବା ବେଳେ କେନ୍ଦ୍ର ଠାରୁ ରାଜ୍ୟ ସରାକାର ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଧେଶ କ୍ରମେ ଆଜି ସାରା ଦେଶରେ ଅନୁଷ୍ଟିତ ହୋଇଛି କୋଭିଡ ପ୍ରସ୍ତୁତି ନେଇ ମକ ଡ୍ରିଲ । ଏହି କ୍ରମରେ ରାୟଗଡା ଜିଲ୍ଲା ସଦର ମହକୁମାରେ ଥିବା ମୁଖ୍ୟ ଚିକିଛାଳୟରେ ମଧ୍ୟ ପୂର୍ବ ପ୍ରସ୍ତୁତି କରିଛି ସ୍ବାସ୍ଥ୍ୟ ବିଭାଗ ।
ମୁଖ୍ୟତ ଅମ୍ଳଜାନ ପ୍ଳାଣ୍ଟ , ଶଯ୍ୟା ପ୍ରସ୍ତୁତି , ପରୀକ୍ଷା ସହ ଆବଶ୍ୟକୀୟ ଔଷଧ ସାଙ୍ଗକୁ ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥାର ତଦାରଖ କରିଛନ୍ତି ସିଡିଏମଓଙ୍କ ନେତୃତ୍ବରେ ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ ଟିମ । ଯେକୌଣସି ସମୟରେ କୋରୋନା ସଂକ୍ରମିତ ରୋଗୀ ଆସିଲେ ସେମାନଙ୍କ ଚିକିତ୍ସା ନିମନ୍ତେ ସମସ୍ତ ଆନୁଷାଙ୍ଗନିକ ବ୍ୟବସ୍ଥା ସହ କର୍ମଚାରୀ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଜିଲ୍ଲା ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି । ଏହି ମକ ଡ୍ରିଲରେ ହସ୍ପିଟାଲ ଓ ମେଡିକାଲ କଲେଜଗୁଡ଼ିକରେ କୋଭିଡ ମୁକାବିଲା ପାଇଁ ଆଇସୋଲେସନ୍ ବେଡ୍, ଆଇସିୟୁ, ଅକ୍ସିଜେନ୍, ଟେଷ୍ଟିଂ କିଟ୍, ଔଷଧ, ଭେଣ୍ଟିଲେଟରର ତଥ୍ୟ ଦେବେ ଜିଲ୍ଲା ପ୍ରଶାସନ। କେନ୍ଦ୍ର ସରକାରଙ୍କ କୋଭିଡ୍ ପୋର୍ଟାଲରେ ଅପ୍ଲୋଡ୍ ହେବ ଏସବୁ ତଥ୍ୟ। ଯଦି ସଂକ୍ରମଣ ବଢେ ତେବେ ସମ୍ଭାବ୍ୟ ସ୍ଥିତିର କିଭଳି ମୁକାବିଲା କରାଯିବ।
ଏହା ବି ପଢନ୍ତୁ....ଆଜି ବସିବ ବର୍ଷର ଶେଷ କ୍ୟାବିନେଟ, 10ରୁ ଅଧିକ ପ୍ରସ୍ତାବରେ ବାଜିବ ମୋହର !
ପ୍ରକାଶ ଥାଉ କି, କୋରୋନା ପୁଣି ଫେରିଛି । ଏ ନେଇ ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଆଗକୁ ନୂଆ ବର୍ଷ ଥିବାରୁ କିଛି ନୂଆ ଗାଇଡଲାଇନ ମଧ୍ୟ ଆସିପାରେ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇପାରେ । ରାଜ୍ୟରେ କୋଭିଡ ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଦେଶର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ମକ ଡ୍ରିଲ ଆରମ୍ଭ ହୋଇଛି । ଆଲର୍ଟ ମୋଡରେ ରହିଛନ୍ତି ସରକାର ।
ଇଟିଭି ଭାରତ, ରାୟଗଡା