ETV Bharat / state

ଇଟିଭି ଭାରତ ପ୍ରଭାବ: ମଡେଲ ଡିଗ୍ରୀ କଲେଜରୁ ହଟିବ କୋଭିଡ କେୟାର ସେଣ୍ଟର - କଲେଜରୁ ହଟିବ କୋଭିଡ କେୟାର ସେଣ୍ଟର

ଇଟିଭି ଭାରତରେ ଖବର ପ୍ରସାରଣ ପରେ ରାୟଗଡ଼ା ମଡେଲ ଡିଗ୍ରୀ କଲେଜରୁ କୋଭିଡ କେୟାର ସେଣ୍ଟର ହଟିବା ପାଇଁ ନିଷ୍ପତି ହୋଇଛି । ଅଧିକ ପଢନ୍ତୁ...

ଇଟିଭି ଭାରତ ପ୍ରଭାବ; ମଡେଲ ଡିଗ୍ରୀ କଲେଜରୁ  ହଟିବ କୋଭିଡ କେୟାର ସେଣ୍ଟର

author img

By

Published : Oct 1, 2020, 9:01 PM IST

Updated : Oct 1, 2020, 10:08 PM IST

ରାୟଗଡା: ଇଟିଭି ଭାରତରେ ଖବର ପ୍ରସାରଣ ପରେ ରାୟଗଡ଼ା ମଡେଲ ଡିଗ୍ରୀ କଲେଜରୁ କୋଭିଡ କେୟାର ସେଣ୍ଟର ହଟିବା ପାଇଁ ନିଷ୍ପତି ହୋଇଛି । କଲେଜରୁ କୋଭିଡ କେୟାର ସେଣ୍ଟର ନ ହଟି ନାମ ଲେଖା ଆରମ୍ଭ ହୋଇଥିଲା । ଯାହା ଫଳରେ ଶହ ଶହ ଛାତ୍ରଛାତ୍ରୀ କୋଭିଡ କେୟାର ସେଣ୍ଟର ସାଜିଥିବା କଲେଜରେ ନାମ ଲେଖାଇଥିଲେ ।

ଇଟିଭି ଭାରତ ପ୍ରଭାବ; ମଡେଲ ଡିଗ୍ରୀ କଲେଜରୁ ହଟିବ କୋଭିଡ କେୟାର ସେଣ୍ଟର

ଏହି ଖବର ବୁଧବାର ଇଟିଭି ଭାରତରେ ପ୍ରସାରିତ ହୋଇଥିଲା । ଏବଂ ପ୍ରଭାବ ପଡିବା ପରେ ଗୋଟେ ଦିନ ଭିତରେ ସେଠାରୁ କୋଭିଡ କେୟାର ସେଣ୍ଟର ହଟିବ ବୋଲି କହିଛନ୍ତି ଜିଲ୍ଲାପାଳ । ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା କୋଭିଡ କେୟାର ସେଣ୍ଟରକୁ ସମ୍ପୃକ୍ତ କଲେଜର ଅନ୍ୟ ଏକ ବ୍ଲକକୁ ସ୍ଥାନାନ୍ତର କରିବା ପାଇଁ ପ୍ରତିଶ୍ରୁତି ମିଳିଥିବାବେଳେ ହଠାତ କୋଭିଡ କେୟାର ସେଣ୍ଟର ସ୍ଥାନାନ୍ତର ନହେବା ନେଇ ଜିଲ୍ଲାପାଳଙ୍କ ପତ୍ର କଲେଜ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଚିନ୍ତା ବଢେଇ ଦେଇଥିଲା ।

ଏପଟେ ପିଲାମାନେ ଏହି କୋଭିଡ ସେଣ୍ଟରରେ ପହଞ୍ଚି ନାମ ଲେଖାଇଥିଲେ । ତେବେ ସଂକ୍ରମଣର ଭୟାବହତା ଭିତରେ ନାମ ଲେଖାଇଥିଲେ ଛାତ୍ରଛାତ୍ରୀ । ସେପଟେ ପ୍ରଶାସନର ଏପରି ଖାମଖିଆଲି ବ୍ୟବସ୍ଥାକୁ ସାଧାରଣରେ ନିନ୍ଦା କରାଯାଇଥିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Oct 1, 2020, 10:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.