ETV Bharat / state

କୋରୋନା ମାଡରେ ଚିତପଟାଙ୍ଗ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ, ବିପଦରେ ପେଟପାଟଣା

author img

By

Published : Dec 18, 2020, 5:11 PM IST

କୋରୋନା ଯନ୍ତାରେ କାରବାର । ଆର୍ଥିକ ଗତିବିଧି ଠପ । ଅଚଳ କଳକାରଖାନା-ପ୍ଲାଣ୍ଟ, ବନ୍ଦ କାମ ଧନ୍ଦା । ଶୋଚନୀୟ ସ୍ଥିତିରେ ଶିଳ୍ପ । ଆଉ ଏହାର ଘୋର ପ୍ରଭାବ ଦେଖିବାକୁ ମିଳିଛି ଓଡ଼ିଶାର ଶିଳ୍ପ ସମୃଦ୍ଧ ଜିଲ୍ଲା ରାୟଗଡାରେ । ଅଧିକ ପଢନ୍ତୁ..

Covid-19 affect on Micro, Small and Medium Enterprises
ଶୋଚନୀୟ ସ୍ଥିତିରେ ରାୟଗଡାର ଶିଳ୍ପ

ରାୟଗଡା: କରୋନାର ପ୍ରଭାବରେ ବିଶ୍ବର ଅର୍ଥନୀତି ହୁଲସ୍ତୁଲ । ରପ୍ତାନୀ ଠାରୁ ରିଅଲଇଷ୍ଟେଟ, ପର୍ଯ୍ୟଟନ ଠାରୁ ଏମଏସଏମଇ ସବୁ ସେକ୍ଟର ଶୋଚନୀୟ ସ୍ଥିତିରେ । ଆଉ ଏହାର ଘୋର ପ୍ରଭାବ ଦେଖିବାକୁ ମିଳିଛି ଓଡ଼ିଶାର ଶିଳ୍ପ ସମୃଦ୍ଧ ଜିଲ୍ଲା ରାୟଗଡାରେ ।

କୋରୋନା ଯନ୍ତାରେ କାରବାର । ଆର୍ଥିକ ଗତିବିଧି ଠପ । ଅଚଳ କଳକାରଖାନା-ପ୍ଲାଣ୍ଟ, ବନ୍ଦ କାମ ଧନ୍ଦା । ଶୋଚନୀୟ ସ୍ଥିତିରେ ଶିଳ୍ପ । ଜେକେ କାଗଜ କଳ ଠାରୁ ଆରମ୍ଭ କରି ଇମ୍ଫା ଏବଂ ଆଦିତ୍ୟ ବିରଲା ଉତ୍କଳ ଆଲୁମିନା ଭଳି ବହୁ ବୃହତ ଶିଳ୍ପ ସହ ଜିଲ୍ଲାରେ ରହିଛି 800ରୁ ଉର୍ଦ୍ଧ୍ବ ଅଣୁ, କ୍ଷୁଦ୍ର ଓ ମଧ୍ୟମ ସଂସ୍ଥା । ହେଲେ ମହାମାରୀ ମାଡରେ ସବୁ ସଙ୍କୁଚିତ, ଅଣାୟତ୍ତ । ନା ଅର୍ଡର ଆସୁଛି ନା ଉତ୍ପାଦନ ହେଉଛି । ଏଥିମଧ୍ୟରେ ବ୍ୟାଙ୍କ ଇଏମଆଇ ପେମେଣ୍ଟ ବି ଅଟକଛି ।

କୋରୋନା ଭାଙ୍ଗିଲା MSME ଅଣ୍ଟା

କଟକଣା ମଧ୍ୟରେ ପାର୍ବଣ , ବିବାହ ଭୋଜି , ବିଭିନ୍ନ ସମାରୋହ କାର୍ଯ୍ୟକ୍ରମ । ଏଥିଯୋଗୁଁ ନା ବଫେ ଫ୍ଲେଟ ନା ସାଜସଜ୍ଜା ପାଇଁ କାର୍ଡବୋର୍ଡ ବିକ୍ରି ହେଉଛି । ସେପଟେ ଚାହିଦା ନଥିବାରୁ ଫୁଡ ପ୍ରୋସେସିଙ୍ଗ ୟୁନିଟ ହାତ ମଧ୍ୟ ଖାଲି । ଆଉ ଏସବୁ ଭିତରେ ପେଶିହେଉଛନ୍ତି ଏଠାରେ କାମ କରୁଥିବା କର୍ମଚାରୀ ଓ ଶ୍ରମିକ ।

ଜିଲ୍ଲାରେ ଥିବା ୨୮୭ କ୍ଷୁଦ୍ର ଶିଳ୍ପ ସଂସ୍ଥା ମଧ୍ୟରୁ ମାତ୍ର 199 ଶିଳ୍ପ ସଂସ୍ଥା କାର୍ଯ୍ୟକ୍ଷମ । ଏହି ଲିଷ୍ଟରେ 120 ଫେବ୍ରିକେସନ ଶିଳ୍ପ ଭିତରୁ 90 ଟି ସଂସ୍ଥା 50 ଭାଗ କାମ କରୁଥିବା ବେଳେ 30 ଟି ଏବେ ବି ଅଚଳ । ସେପଟେ 14 ଟି ବୋର୍ଡ ମିଲରେ ମାର୍ଚ୍ଚ ମାସରୁ ତାଲା ଝୁଲୁଛି । ଫଳରେ ଏଠାରେ କାମ କରୁଥିବା 300 ପରିବାର ପେଟପାଟଣା ପାଇଁ ମିଳୁନି ଦାନା । ଏହି କ୍ରମରେ ଜିଲ୍ଲାରେ ସର୍ବବୃହତ୍ତ 11ଟି କଟନ ମିଲ ରହିଥିବା ବେଳେ 3 ଟି ଏଯାଏଁ କାମ ଆରମ୍ଭ କରିନି । ଆଉ ବାକି ସବୁ 40 ପ୍ରତିଶତ କ୍ଷମତାରେ ଚାଲିଛି । ସେହିଭଳି ବାଷିକ ୮୦୦ କୋଟି ପ୍ରତକ୍ଷ ପରୋକ୍ଷ ବ୍ୟବସାୟ କରୁଥିବା କଟନ ଶିଳ୍ପରେ ମଧ୍ୟରେ ଦେଖାଦେଇଛି ଶ୍ରମିକ ଅଭାବ । କେବଳ ସେତିକି ନୁହେଁ ରଥଯାତ୍ରା , ଦଶହରା, ଗଜଲକ୍ଷ୍ମୀ ପୂଜା ଏବଂ କାଳିପୂଜା ଭଳି ସାମୁହିକ ପର୍ବପର୍ବାଣୀ ବନ୍ଦ ଯୋଗୁଁ ଜିଲ୍ଲାରେ ଥିବା ୧୪ ଟି ଫୁଡ଼ ପ୍ରସେସିଙ୍ଗ ୟୁନିଟ ମଧ୍ୟରୁ ୪ ଟି ସମ୍ପୁର୍ଣ୍ଣ ବନ୍ଦ ହୋଇପଡ଼ିଥିବା ବେଳେ ବାକି ୧୦ ଟି ୟୁନିଟ ୩୫ ପ୍ରତିଶତ କାର୍ଯ୍ୟକ୍ଷମ ରହିଛି । ଜିଲ୍ଲାର ବାଷିକ ୮୦୦ କୋଟି ପ୍ରତ୍ୟକ୍ଷ ପରୋକ୍ଷ ବ୍ୟବସାୟ କରୁଥିବା କଟନ ଇଣ୍ଡଷ୍ଟ୍ରିରେ ମଧ୍ୟ କୋରୋନାର ପ୍ରଭାବ ଦେଖିବାକୁ ମିଳିଛି ।

ଯଦି ଏଭଳି ସଙ୍କଟାପନ୍ନ ସ୍ଥିତି ଜାରି ରୁହେ , ଆଉ କୌଣସି ସହଯୋଗ ସହାୟତା କିମ୍ବା ରିହାତି ମିଳିବ ନାହିଁ , ତେବେ ବହୁ ଶିଳ୍ପ ବନ୍ଦ ହେବା ସହ ରୋଜଗାର ଉଭାନ ହୋଇଯିବ । ଯାହାର ପ୍ରଭାବ ରାଜ୍ୟର ଅଭିବୃଦ୍ଧି ହାର ଉପରେ ପଡିବା ସୁନିଶ୍ଚିତ !

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.