ETV Bharat / state

ଚିଟଫଣ୍ଡ ନାଁରେ 82 ଲକ୍ଷର ଠକେଇ କରି ଦମ୍ପତି ଗିରଫ

ଚିଟଫଣ୍ଡ ସ୍କାମ କରି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦମ୍ପତିଙ୍କୁ ରାୟଗଡା ପୁଲିସ ଆଜି ଗିରଫ କରିଛି । ଅଭିଯୁକ୍ତ ଦୁହେଁ ହେଲେ ଟି ବେନୁଗୋପାଲ ଓ ଟି ସରସ୍ବତୀ ।

couple arrested in case of cheatfund fraud
ଚିଟଫଣ୍ଡ ନାଁରେ 82 ଲକ୍ଷ ଠକେଇ
author img

By

Published : Jun 1, 2020, 2:22 PM IST

ରାୟଗଡା: ଚିଟଫଣ୍ଡ ସ୍କାମ କରି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦମ୍ପତିଙ୍କୁ ରାୟଗଡା ପୁଲିସ ଆଜି ଗିରଫ କରିଛି । ଅଭିଯୁକ୍ତ ଦୁହେଁ ହେଲେ ଟି ବେନୁଗୋପାଲ ଓ ଟି ସରସ୍ବତୀ । ସ୍ଥାନୀୟ ରେଲୱେ ଗାର୍ଡ କଲୋନୀରେ ରହୁଥିବା ଏସ.କଲ୍ୟାଣି ଦଳପତି ନାମକ ଜଣେ ମହିଳା ଏନେଇ ଗତ ୨୨ ତାରିଖ ଦିନ ଟାଉନ ଥାନରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀଙ୍କୁ ଗିରଫ କରିଛି ।

ଚିଟଫଣ୍ଡ ନାଁରେ 82 ଲକ୍ଷ ଠକେଇ

ସେମାନଙ୍କଠୁ ବ୍ୟାଙ୍କ ପାସ ବୁକ, ଏଟିଏମ କାର୍ଡ, ଡାଏରୀ ସମେତ ଅନ୍ୟ ଜରୁରୀ ନଥିପତ୍ର ଜବତ କରିଛି । ସୂଚନାଯୋଗ୍ୟ, ସହରସ୍ଥିତ ରେଲୱେ କଲୋନୀ ଠାରେ ବିଗତ କିଛି ବର୍ଷଧରି ଅଭିଯୁକ୍ତ ଦମ୍ପତି ବିଭିନ୍ନ ଚିଟଫଣ୍ଡ ଗ୍ରୁପ ଗଢି ସେହି ଅଞ୍ଚଳର ମହିଳାଙ୍କୁ ଟଙ୍କା ଲଗାଣ ସକାଶେ ଆକୃଷ୍ଟ କରୁଥିଲେ । ଦୀର୍ଘଦିନରୁ ୩୦ରୁ ଉର୍ଦ୍ଧ୍ବ ମହିଳାମାନେ ଉକ୍ତ ଚିଟଫଣ୍ଡରେ ନିଜ ଟଙ୍କା ବିନିଯୋଗ କଲା ପରେ ମଧ୍ୟ ଅଭିଯୁକ୍ତ ସେମାନଙ୍କ ଟଙ୍କା ଫେରସ୍ତ କରି ନଥିଲେ ।

ଯାହାଫଳରେ ଏ ନେଇ ଟଙ୍କା ବିନିଯୋଗ କରିଥିବା ମହିଳା ପୁଲିସର ଦ୍ବାରସ୍ତ ହୋଇଥିଲେ । ପୁଲିସ ତଦନ୍ତ ସମୟରେ ୮୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଚିଟ ଫଣ୍ଡ ଯୋଗେ ସ୍ବାମୀ-ସ୍ତ୍ରୀ ଠକେଇ କରିଥିବା ଜଣା ପଡିଥିଲା । ତେବେ ଏହି ମାମଲାରେ ସଂମ୍ପୃକ୍ତ ଦମ୍ପତିଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.