ETV Bharat / state

ମଣ୍ଡିରେ ପଡିଛି ଧଳା ସୁନା, ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

ବିଳମ୍ବରେ ମଣ୍ଡି ଖୋଲିବା କାରଣରୁ ସଂକଟରେ ଧଳା ସୁନା ଚାଷୀ । ଅଧିକ ଖବର ପଢନ୍ତୁ...

author img

By

Published : Jan 30, 2020, 10:42 PM IST

cotton mondi problem in rayagada
ରାୟଗଡାରେ ସଙ୍କଟରେ କପା ଚାଷୀ

ରାୟଗଡ଼ା: ଧଳା ସୁନାର ଜିଲ୍ଲା ଭାବେ ବେଶ ପରିଚିତ ରାୟଗଡ଼ା । ରାୟଗଡ଼ା ଅର୍ଥନୈତିକ ଅଭିବୃଦ୍ଧିରେ କପାଚାଷର ଏକ ପ୍ରମୁଖ ଭୂମିକା ରହିଛି। ସେଥିପାଇଁ କପାକୁ ଏଠିକା ଚାଷୀ ଅର୍ଥକାରୀ ଫସଲ ଭାବେ ଆଦରି ନେଇଛନ୍ତି । ହେଲେ ଏହି ଧଳା ସୁନାର ଫସଲ ଏବେ ସଂକଟରେ। ବିଳମ୍ବରେ ମଣ୍ଡି ଖୋଲିବା ସହ ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତା ବଢାଇ ଦେଇଛି ।

ରାୟଗଡାରେ ସଙ୍କଟରେ କପା ଚାଷୀ

ସେପଟେ ପାଣିପାଗର ବର୍ଷା ଆକଳନ ଚାଷୀଙ୍କ ନିଦ ହଜେଇ ଦେଇଛି। ଚଳିତ ବର୍ଷ କପା ମଣ୍ଡି ବିଳମ୍ବରେ ଖୋଲିଥିବାରୁ ଚାଷୀ ପ୍ରଥମେ ଅଭାବୀ ବିକ୍ରିର ଶିକାର ହୋଇଥିଲେ। ତେବେ କପା କିଣିବାକୁ କଟନ କର୍ପୋରେସନ ଅଫ ଇଣ୍ଡିଆ ଦାୟିତ୍ବ ନେଇଥିବା ସତ୍ତ୍ବେ ଗତ 5ଦିନରୁ ଉର୍ଦ୍ଧ୍ବ ହେଲା ଶହ ଶହ କପା ବୋଝେଇ ଗାଡି ରାୟଗଡା RMC ୱାର୍ଡ଼ରେ ପଡିରହିଛି।

ଶୀତ କାକର ସାଙ୍ଗକୁ ଏବେ ବର୍ଷା ସମ୍ଭାବନା ଚାଷୀଙ୍କ ନିଦ ହଜେଇ ଦେଇଛି। ସରକାରଙ୍କ ପକ୍ଷରୁ ସିସିଆଇ ୯୦ ଭାଗ କପା କିଣିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ବାକି ୧୦ ଭାଗ ବେସରକାରି ବ୍ୟବସାୟ ପ୍ରତିଷ୍ଠାନ କିଣିବା ପାଇଁ ନିୟମ ରହିଛି । କିନ୍ତୁ ବାହାର ରାଜ୍ୟର ବେପାରୀ ଦଲାଲ ମାଧ୍ୟମରେ ଧର୍ମକୁ ଆଖିଠାର ମାରିବା ନ୍ୟାୟରେ ଚାଷୀଙ୍କ ଠାରୁ କମ୍ ଦରରେ କପା କିଣି କିଛି ଅସାଧୁ କର୍ମଚାରୀଙ୍କ ସହାୟତାରେ ସିସିଆଇକୁ ଚଢ଼ାଦରରେ ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି ।

କେବଳ ସେତିକି ନୁହେଁ ସିସିଆଇ, ଦଲାଲ ଓ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିଭିନ୍ନ ବାହାନା ଦେଖାଇ କପା କିଣାଯାଉ ନଥିବା ବେଳେ କପା ଏବେ ଖୋଲା ଆକାଶ ତଳେ ରହୁଥିବାରୁ ବର୍ଷା ଆସିଲେ ଚାଷୀ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ।

ସେପଟେ ଏନେଇ RMC ଏବଂ CCI କୁ ଯୋଗାଯୋଗ କରିବାରୁ ସେମାନେ ପରସ୍ପର ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ଏପଟେ ହରଡଘଣାରେ ପଡିଯାଇଛି ଚାଷୀ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ମଣ୍ଡିରେ ପଡିଛି ଧଳା ସୁନା ବିକରିକୁ ନେଇ ଚିନ୍ତାରେ ଚାଷୀ । Body:ଧଳା ସୁନାର ଜିଲ୍ଲା ଭାବେ ବେଶ ପରିଚିତ ରାୟଗଡ଼ା । ରାୟଗଡ଼ା ଅର୍ଥନୈାତକି ଅଭିବୃଦ୍ଧିରେ କପାଚାଷ ଏକ ପ୍ରମୁଖ ଭୂମିକା ରହିଛି । ସେଇଥିପାଇଁ କପାକୁ ଏଠିକା ଚାଷୀ ଅର୍ଥକାରି ଫସଲ ଭାବେ ଆଦରି ନେଇଛନ୍ତି । ହେଲେ ଏହି ଧଳା ସୁନାର ଫସଲ ଏବେ ସଂକଟରେ। ବିଳମ୍ବରେ ମଣ୍ଡି ଖୋଲିବା ସହ ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତା ବଢାଇଦେଇଛି । ସେପଟେ ପାଣିପାଗର ବର୍ଷା ଆକଳନ ଚାଷୀଙ୍କ ନିଦ ହଜେଇ ଦେଇଛି। ଚଳିତ ବର୍ଷ କପା ମଣ୍ଡି ବିଳମ୍ବରେ ଖୋଲିଥିବାରୁ ଚାଷୀ ପ୍ରଥମେ ଅଭାବୀ ବିକ୍ରିର ଶିକାର ହୋଇଥିଲେ। ତେବେ କପା କିଣିବାକୁ କଟନ କର୍ପୋରେସନ ଅଫ ଇଣ୍ଡିଆ ଦାୟିତ୍ୱ ନେଇଥିବା ସୁଦ୍ଧା ଗତ 5ଦିନରୁ ଉର୍ଢ଼ ହେଲା ଶହ ଶହ କପା ବୋଝେଇ ଗାଡି ରାୟଗଡା RMC ୟାଡ଼ରେ ପଡିରହିଛି। ସୀତ କାକର ସାଙ୍ଗକୁ ଏବେ ବର୍ଷା ସମ୍ଭାବନା ଚାଷୀଙ୍କ ନିଦ ହଜେଇ ଦେଇଛି। Conclusion:ସରକାରଙ୍କ ପକ୍ଷରୁ ସିସିଆଇ ୯୦ ଭାଗ କପା କିଣିବା ପାଇଁ ନିର୍ଦ୍ଧେଶ ରହିଥିବା ବେଳେ ବାକି ୧୦ ଭାଗ ବେସରକାରି ବ୍ୟବସାୟ ପ୍ରତିଷ୍ଠାନ କିଣିବା ପାଇଁ ନିୟମ ରହିଛି । କିନ୍ତୁ ବାହାର ରାଜ୍ୟର ବ୍ୟେପାରି ଦଲାଲ ମାଧ୍ୟମରେ ଧର୍ମକୁ ଆଖିଠାର ମାରିବା ନ୍ୟାୟରେ ଚାଷିଙ୍କ ଠାରୁ କମଦରରେ କପା କିଣି କିଛି ଅସାଧୁ କର୍ମଚାରିଙ୍କ ସହାୟତାରେ ସିସିଆଇକୁ ଚଢ଼ାଦରରେ ବିକ୍ରି କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ସିସିଆଇ , ଦଲାଲ ଓ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ବିଭିନ୍ନ ବାହାନା ଦେଖାଇ କପା କିଣାଯାଉ ନଥିବା ବେଳେ କପା ଏବେ ଖୋଲା ଆକାଶ ତଳେ ରାହୁଥିବାରୁ ବର୍ଷା ଆସିଲେ ଚାଷୀ ନାହିଁ ନଥିବା ଅସୁବିଧା ହେବାର ସମ୍ଭାବନା ଦେଖାଦେଇଛି । ସେପଟେ ଏନେଇ RMC ଏବଂ CCI କୁ ଯୋଗା ଯୋଗ କରିବାରୁ ପାରସ୍ପର ଉପରେ ଅଙ୍ଗୁଳି ନିର୍ଦ୍ଧେଶ କରୁଥିବା ବେଳେ ହରଡ ଘାନାରେ ପଡିଯାଇଛି ଚାଷୀ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.