ETV Bharat / state

ଜୁଆ ଆଡ୍ଡା ଉପରେ ଚଡାଉ କରି ହରଡ ଘଣାରେ ପୋଲିସ - ୬୫ ହଜାର ୩୮୦ ଟଙ୍କା ଜବତ କରିଥିବା ରେକର୍ଡ

ଗୋଟିଏ ଜୁଆଆଡ୍ଡା ଉପରେ ଚଢାଉ କରି ହରଡଘଣାରେ ପଡିଛି ପୋଲିସ । ଜୁଆଡିଙ୍କଠାରୁ ୧ ଲକ୍ଷ୍ୟ ୯୩ ହଜାର ଜବତ କରି ମାତ୍ର ୬୫ ହଜାର ୩୮୦ ଟଙ୍କା ଜବତ କରିଥିବା ରେକର୍ଡରେ ଦର୍ଶାଇଛି ପୋଲିସ । ତେବେ ବାକି ଟଙ୍କା ଗଲା କୁଆଡେ ବୋଲି ଅଭିଯୋଗ କରିଛିନ୍ତି ଜୁଆଡିମାନେ ।

ଫଟୋ ସାଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Sep 8, 2019, 1:43 AM IST

ରାୟଗଡା: ଏକ ଜୁଆଆଡ୍ଡା ଉପରେ ଚଢାଉ କରି ହରଡଘଣାରେ ପଡିଛି ପୋଲିସ । ତେବେ ଏଭଳି ଘଟଣା ଘଟିଛି ରାୟଗଡାର ବିଷମକଟକ ଥାନାରେ ।

ସୂଚନା ଅନୁଯାୟୀ, ଗତ ୨ ତାରିଖ ଗଣେଷ ପୂଜାଦିନ ବିଷମକଟକର ତେଲେଙ୍ଗା ସାହିରେ ଜୁଆଖେଳ ଚାଲିଥିବା ନେଇ ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା । ଏହାପରେ ପୋଲିସ ରାତି ୯ଟାରେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା । ଚଡାଉ ସମୟରେ ୭ ଜଣଙ୍କୁ ଗିରଫ କରିବା ସହ ୬୫ ହଜାର ୩୮୦ ଟଙ୍କା ସହ ୬ଟି ମୋବାଇଲ୍ ଜବତ କରାଯାଇଥିବା ପୋଲିସ ରେକଡରେ ଦର୍ଶାଇଛି ।

ଭିଡିଓ ସାଜନ୍ୟ: ସମ୍ବାଦଦାତା, ରାୟଗଡା

କିନ୍ତୁ ପ୍ରଥମ ଥର ପାଇଁ ଜୁଆଡିଙ୍କ ଟଙ୍କା ଠକି ଥିବା ନେଇ ପୋଲିସ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଏହି ଗିରଫ ବ୍ୟକ୍ତି । ସେମାନଙ୍କ କହିବା ଅନୁଯାୟୀ, ତାଙ୍କଠାରୁ ପୋଲିସ ୧ ଲକ୍ଷ୍ୟ ୯୩ ହଜାର ଜବତ କରିଥିଲା । ମାତ୍ର ୬୫ ହଜାର ୩ ଶହ ୮୦ ଟଙ୍କା ଜବତ କରିଥିବା ରେକର୍ଡରେ ଦର୍ଶାଇଛି । ତେବେ ବାକି ଟଙ୍କା ଗଲା କୁଆଡେ ବୋଲି ଅଭିଯୋଗ ହୋଇଛି ।

ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଫେରାଦ ହୋଇଛନ୍ତି ଗିରଫ ହୋଇଥିବା ଜୁଆଡି । ପ୍ରତିକ୍ରିୟା ରଖି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ଏ ଘଟଣା ତଦନ୍ତ ଆରମ୍ଭ ହୋଇଛି । ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ତେବେ ପୋଲିସକୁ ବଞ୍ଚାଇବାକୁ ଯାଇ ପୋଲିସ କାର୍ଯ୍ୟ କରୁଛି ନା ଜୁଆଡ଼ିଙ୍କ ପ୍ରକୃତ ଟଙ୍କା କୋର୍ଟର ମାଲଖନାକୁ ଯାଉଛି ଦେଖିବାକୁ ବାକି ରହିଲା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଏକ ଜୁଆଆଡ୍ଡା ଉପରେ ଚଢାଉ କରି ହରଡଘଣାରେ ପଡିଛି ପୋଲିସ । ଏଭଳି ଘଟଣା ଘଟିଛି ରାୟଗଡାର ବିଷମକଟକ ଥାନାରେ । ଗତ ୨ ତାରିଖ ଗଣେଷ ପୂଜା ଦିନ ବିଷମକଟକର ତେଲେଙ୍ଗା ସାହିରେ ଜୁଆଖେଳ ଚାଲିଥିବା ନେଇ ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିବା ପରେରାତି ୯ଟାରେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା । ଚଡାଉ ସମୟରେ ୭ ଜଣଙ୍କୁ ଗିରଫ କରିବା ସହ ୬୫ ହଜାର ୩ଶହ ୮୦ ଟଙ୍କା ସହ ୬ ଟି ମୋବାଇଲ୍ ଜବତ କରାଯାଇଥିବା ପୋଲିସ ରେକଡରେ ଦର୍ଶାଇଛି `। କିନ୍ତୁ ପ୍ରଥମ ଥର ପାଇଁ ଜୁଆଡିଙ୍କ ଟଙ୍କା ଠକି ଥିବା ନେଇ ପୋଲିସ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଏହି ଗିରଫ ବ୍ୟକ୍ତି ମାନେ । ସେମାନଙ୍କ କହିବା କଥା ତାଙ୍କ ଠାରୁ ପୋଲିସ ୧ ଲକ୍ଷ୍ୟ ୯୩ ହଜାର ଜବତ କରିଥିଲା । ମାତ୍ର ୬୫ ହଜାର ୩ ସହ ୮୦ ଟଙ୍କା ଜବତ କରିଥିବା ରେକର୍ଡରେ ଦର୍ଶାଇଛି। ତେବେ ବାକି ଟଙ୍କା ଗଲା କୁଆଡେ ବୋଲି ଅଭିଯୋଗ କରିଛିନ୍ତି ଜୁଆଡି।

Body:ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଫେରାଦ ହୋଇଛନ୍ତି ଗିରଫ ହୋଇଥିବା ଜୁଆଡି । ତେବେ ପ୍ରତିକ୍ରିୟା ରଖି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ଏ ଘଟଣା ତଦନ୍ତ ଆରମ୍ଭ ହୋଇଛି । ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।Conclusion:ତେବେ ପୁଲିସକୁ ବଞ୍ଚାଇବାକୁ ଯାଇ ପୁଲିସ କାର୍ଯ୍ୟ କରୁଛି ନା ଜୁଆଡ଼ିଙ୍କ ପ୍ରକୃତ ଟଙ୍କା କୋର୍ଟର ମାଲଖନାକୁ ଯାଉଛି ଦେଖିବାକୁ ବାକି ରହିଲା ।

ରାୟଗଡାରୁ ରଞ୍ଜନ ରଥ , ଇଟିଭି ଭରତ-
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.