ETV Bharat / state

ସତ୍ୟରେ ପରିଣତ ହେଲା ଆଶଙ୍କା, ନିୟମଗିରିରେ 100 ଟପିଲା କୋରୋନା ଆକ୍ରାନ୍ତ ସଂଖ୍ୟା - raygarh corona infection

ଯାହା ଆଶଙ୍କା କରାଯାଉଥିଲା ତାହା ସତ୍ୟ ପ୍ରମାଣିତ ହୋଇଛି । ରାୟଗଡା ଜିଲ୍ଲା ନିୟମଗିରି ଅଞ୍ଚଳରେ ରହୁଥିବା ବିରଳ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କୁ ମହାମାରୀ କରୋନା ଏବେ କବଳିତ କରିଛି । ଅଧିକ ପଢନ୍ତୁ...

ନିୟମଗିରୀରେ 100 ଟପିଲା କରୋନା
ନିୟମଗିରୀରେ 100 ଟପିଲା କରୋନା
author img

By

Published : May 23, 2021, 6:52 AM IST

ରାୟଗଡା: ଯାହା ଆଶଙ୍କା କରାଯାଉଥିଲା ତାହା ସତ୍ୟ ପ୍ରମାଣିତ ହୋଇଛି । ରାୟଗଡା ଜିଲ୍ଲା ନିୟମଗିରି ଅଞ୍ଚଳରେ ରହୁଥିବା ବିରଳ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କୁ ମହାମାରୀ କୋରୋନା ଏବେ କବଳିତ କରିଛି । ନିୟମରଜାର ବିଶ୍ୱାସରେ ପରିଚାଳିତ ହୋଇଥିବା ଏହି ନିରୀହ ଆଦିମ ଜନଜାତି ସମ୍ପ୍ରଦାୟର ଲୋକେ ମହାମାରୀ ସଂକ୍ରମଣର ଶିକାର ହୋଇଛନ୍ତି । ଗତ ୧୮ ତାରିଖରେ ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ କୁର୍ଲ୍ଲୀ ପଞ୍ଚାୟତର ଗନ୍ଦିଲି ଗ୍ରାମରେ ଜଣେ ଡଙ୍ଗରିଆ ଯୁବକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖିଦେଇଥିଲା ।

ନିୟମଗିରୀରେ 100 ଟପିଲା କରୋନା

ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ବିଷମ କଟକ ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଗନ୍ଦିଲି ଗ୍ରାମରେ ପହଞ୍ଚି ବୋହୁ ବୁଝାସୁଝା ପରେ ମୋଟ 62 ଲୋକଙ୍କ ସ୍ୱାବ ନୁମାନ ସଂଗ୍ରହ କରାଯାଇଥିଲା । ତେବେ ଏଥି ମଧ୍ୟରୁ ଉକ୍ତ ଗ୍ରାମରେ 46 ଜଣ ବ୍ୟକ୍ତିଙ୍କ ନମୂନା କୋରୋନା ପଜିଟିଭ ଥିବା ବେଳେ ସେଥିରୁ ପୁରୁଷ 17 ଓ 2 ଗର୍ଭବତୀ ସହ 29ଜଣ ମହିଳା ରହିଥିବା ଜଣା ପଡ଼ିଛି। କେବଳ ଗନ୍ଦିଲି ନୁହଁ ସେହି ପଞ୍ଚୟତର ହୁତେସୀ, ଖମ୍ବେସୀକୁ ମିଶାଇ 56 ଜଣ ଏବନ ପରସାଲି ପାଞ୍ଚାୟତ ଅନ୍ତର୍ଗତ ପାକେରୁ, କଡ୍ରାକାବଣ୍ଡେଲି, ବୁଡୁଣୀ ଏବଂ ତେବାପଡା ଗ୍ରାମରେ 51 ଜଣ ଆକ୍ରାନ୍ତ ହୋଇଛନ୍ତି ।

ନିୟମଗିରୀରେ 100 ଟପିଲା କରୋନା
ନିୟମଗିରୀରେ 100 ଟପିଲା କରୋନା

ନିୟମଗିରୀରେ ଆଜିସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା 100 ଟପିଲାଣି । ତେବେ ପ୍ରଶାସନିକ ଅଧିକାରୀ ସହ ସ୍ୱାସ୍ଥ ବିଭାଗ କର୍ମଚାରୀ ପହଞ୍ଚି ଔଷଧ ବିତରଣ ସହ ଆନୁଷ୍ଠାନିକ ସଙ୍ଗରୋଧରେ ରଖିବାର ବ୍ୟବସ୍ଥା କରିଥିବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.