ETV Bharat / state

ରାୟଗଡାର କଣ୍ଟେନମେଣ୍ଟ ଜୋନରେ ବି କୋରୋନା ବିପଦ

author img

By

Published : Jul 24, 2020, 5:40 AM IST

କୋରୋନା ମହାମାରୀକୁ ରୋକିବା ପାଇଁ ପ୍ରଶାସନ ତରଫରୁ ସବୁ ପ୍ରକାର ଉଦ୍ୟମ କରାଯାଉଥିଲେ ମଧ୍ୟ କେତେକ ଅମାନିଆଙ୍କ ଯୋଗୁଁ ଜିଲ୍ଲାରେ କୋରୋନା ମହାମାରୀ କାୟା ବିସ୍ତାର କରିବାକୁ ଲାଗିଛି ।

corona-danger-in-rayagadas-contentment-zone
ରାୟଗଡାର କଣ୍ଟେନମେଣ୍ଟ ଜୋନରେ ବି କୋରୋନା ବିପଦ

ରାୟଗଡା: ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ସ୍ଥିତି ସଂଗୀନ ହେବାକୁ ଲାଗିଛି । ଗତ 2 ଦିନ ଭିତର ୧୮୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । କୋରୋନା ମହାମାରୀକୁ ରୋକିବା ପାଇଁ ପ୍ରଶାସନ ତରଫରୁ ସବୁ ପ୍ରକାର ଉଦ୍ୟମ କରାଯାଉଥିଲେ ମଧ୍ୟ କେତେକ ଅମାନିଆଙ୍କ ଯୋଗୁଁ ଜିଲ୍ଲାରେ କୋରୋନା ମହାମାରୀ କାୟା ବିସ୍ତାର କରିବାକୁ ଲାଗିଛି ।

ଘରୋଇ ସଙ୍ଗରୋଧ ନାମରେ ବାହାରି ବୁଲି ସୁସ୍ଥ ମଣିଷଙ୍କୁ କୋରୋନା ଆକ୍ରାନ୍ତ କରୁଛନ୍ତି ଅମାନିଆ । ଯାହା ଫଳରେ ବିନା କାରଣରେ ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୁରୁବାର ଜିଲ୍ଲାରେ ଗୋଟିଏ ଦିନରେ ୮୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୁଷ ଆକ୍ରନ୍ତଙ୍କ ସଂଖ୍ୟା ୫୫ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ୨୯ ଥିବା ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ୭୭ ଜଣ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୭ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଦ୍ୱିିତୀୟ ଦିନରେ ମଧ୍ୟ ରାୟଗଡା ସଦର ମହକୁମା ଠାରୁ ମାତ୍ର ଗୋଟିଏ କିମି ଦୂର ସ୍ଥିତ ଆମ୍ବାଗୁଡାରୁ ଗୁରୁବାର ପୁଣି ଥରେ ୪୯ ଜଣ ଚିହ୍ନଟ ହେବା ପରେ ରାୟଗଡା ସହରବାସୀଙ୍କ ମନରେ ଛନକା ପସିଛି ।

ପୂର୍ବରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆମ୍ବାଗୁଡା ଗ୍ରାମକୁ ପ୍ରଶାସନ ତରଫରୁ ନିଷିଧାଞ୍ଚଳ ଘୋଷଣା କରାଯାଇଥିଲା । ରାୟଗଡା ସହରରୁ ମଧ୍ୟ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ମୁନିଗୁଡାରୁ ୧୧ ଜଣ, କଲୋନରାରୁ ଜଣେ, ପଦ୍ମପୁରର ୧୫ ଜଣ ଏବଂ ରାମନାଗୁଡାରୁ ୩ଜଣ ଚିହ୍ନଟ ହୋଇଛନ୍ତି । ତେବେ ୮୪ ଜଣଙ୍କ ମଧ୍ୟରୁ ୧୭ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତାର କାରଣ ହୋଇଛି ।

ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରୁ ୪୨୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡା ଜିଲ୍ଲାରେ କୋରୋନା ଆକ୍ରାନ୍ତ ବୃଦ୍ଧି ପାଉଥିବାରା ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ କୌଣସି ସାମାଜିକ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସରକାରଙ୍କ ତରଫରୁ ଜାରୀ କରାଯାଇଥିବା କୋଭିଡ-୧୯ ନିୟମକୁ କଡାକଡି ଭାବେ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ନିୟମିତ ବ୍ୟବଧାନରେ ହାତ ସଫା କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

ପ୍ରଶାସନ ତରଫରୁ ଘୋଷଣା କରାଯାଇଥିବା ଲକଡାଉନ ସହରରେ ପ୍ରଭାବ ପକାଇଥିଲା । ଦିନ ୧୧ଟା ପରେ ପୋଲିସ ପକ୍ଷରୁ ପେଟ୍ରୋଲିଂକୁ କଡାକଡି କରାଯାଇଥିଲା । ଦିନ ୧୧ଟା ପରେ କେବଳ ମେଡିକାଲ ଷ୍ଟୋର ଏବ ପେଟ୍ରୋଲ ପମ୍ପକୁ ବାଦ ଦେଲେ ସବୁ ଦୋକାନ ବଜାର ବନ୍ଦ ରହିଥିଲା । କୋରୋନା ମହାମାରୀକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବା ସହ ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଅଣ୍ଟା ଭିଡିଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ ଶ୍ରବଣା ବିବେକ ଏମ ସୂଚନା ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.