ରାୟଗଡା: କୋରୋନା ମୁକାବିଲା ପାଇଁ ରାୟଗଡ଼ା ସହରର ରାସ୍ତାଘାଟକୁ ବିଶୋଧନ କରିଛି ଜିଲ୍ଲା ପ୍ରଶାସନ । ପ୍ରଥମ ପର୍ଯ୍ୟାୟରେ ହୋଟେଲ୍ ସାଇ ଇଣ୍ଟର ନ୍ୟାସନାଲ୍ ଛକରୁ ମା’ ମଝି ଘରିଆଣୀ ମନ୍ଦିର ପର୍ଯ୍ୟନ୍ତ ଥିବା ରାସ୍ତାକୁ ବିଶୋଧନ କରାଯାଇଛି । ଏଥିସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ମଧ୍ୟ ବିଶୋଧନ କରାଯାଇଛି ।
![Corona confrontation: Raygada administration sanitize the road](https://etvbharatimages.akamaized.net/etvbharat/prod-images/od-rgda-4-sanitationatrayagada-editeddeford-7202782_30032020212922_3003f_1585583962_993.jpg)
![Corona confrontation: Raygada administration sanitize the road](https://etvbharatimages.akamaized.net/etvbharat/prod-images/od-rgda-4-sanitationatrayagada-editeddeford-7202782_30032020212922_3003f_1585583962_820.jpg)
![Corona confrontation: Raygada administration sanitize the road](https://etvbharatimages.akamaized.net/etvbharat/prod-images/od-rgda-4-sanitationatrayagada-editeddeford-7202782_30032020212922_3003f_1585583962_1082.jpg)
![Corona confrontation: Raygada administration sanitize the road](https://etvbharatimages.akamaized.net/etvbharat/prod-images/od-rgda-4-sanitationatrayagada-editeddeford-7202782_30032020212922_3003f_1585583962_545.jpg)
ମଙ୍ଗଳବାର ମଧ୍ୟ ସହରର ବିଭିନ୍ନ ଗଳିକନ୍ଦିକୁ ବିଶୋଧନ କରାଯିବ ବୋଲି କାର୍ଯ୍ୟ ତଦାରଖ ଦାୟିତ୍ବରେ ଥିବା ପୌର ପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ସୂଚନା ଦେଇଛନ୍ତି । ଉତ୍କଳ ଆଲୁମିନା ଇଣ୍ଟର ନ୍ୟାସନାଲ୍-ଇମ୍ଫା-ଅଗ୍ନିଶମ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟ କରାଯାଇଥିବା ବେଳେ ରାସ୍ତାରେ ସୋଡ଼ିୟମ ହାଇପ୍ରୋକ୍ଲୋରାଇଡ଼ ପାଣି ସିଞ୍ଚନ କରି ବିଶୋଧନ କରାଯାଇଛି । ଏଥିପାଇଁ ଉତ୍କଳ ଆଲୁମିନା ଏବଂ ଅଗ୍ନିଶମ ବିଭାଗର 2ଟି ଅଗ୍ନି ନିର୍ବାପକ ଗାଡ଼ି ବ୍ୟବହୃତ ହେଉଥିବା ବେଳେ ଇମ୍ପା ଟ୍ୟାଙ୍କର ମାଧ୍ୟମରେ ସିଞ୍ଚନ କରାଯାଉଛି ।
![Corona confrontation: Raygada administration sanitize the road](https://etvbharatimages.akamaized.net/etvbharat/prod-images/od-rgda-4-sanitationatrayagada-editeddeford-7202782_30032020212922_3003f_1585583962_1031.jpg)
ଉତ୍କଳ ଆଲୁମିନା ପକ୍ଷରୁ ପ୍ରଥମେ ଦୋରାଗୁଡ଼ା, ଟିକିରି, କାଶୀପୁର ଅଞ୍ଚଳରେ ବିଶୋଧନ ପ୍ରକ୍ରିୟା କରାଯାଇଥିଲା । ଆସନ୍ତାକାଲି ସହରକୁ 2 ଭାଗରେ ବିଭକ୍ତ କରି ଏହି ବିଶୋଧନ କରାଯିବ । ସହରର ବିଶୋଧନ ସମୟରେ ଅଗ୍ନିଶମ ଅଧିକାରୀ କବିନ୍ଦ୍ର ସୁନାନି, ପୌର ପରିଷଦ ସହକାରୀ ଯନ୍ତ୍ରୀ ଇଂ. ଦୀପକ କୁମାର ରଥ, ଉତ୍କଳ ଆଲୁମିନା ସିଏସଆର ବିଭାଗର ଗଜେନ୍ଦ୍ର ନାୟକ, ସୁବାଷ ନାୟକ, ଉତ୍କଳ ଆଲୁମିନା ଅଗ୍ନିଶମ ଅଧିକାରୀ ବିଶ୍ବ ରଂଜନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ କୋରୋନା ଭୂତାଣୁ ରାୟଗଡା ସହରକୁ ପ୍ରବେଶ ନକରିବା ପାଇଁ ସୋମବାର ସହରରେ ଜଣେ ସ୍ବେଚ୍ଛାସେବୀ ଉଦୟ ପ୍ଲାଜା ଓ ଏହାର ପାଶ୍ବବର୍ତ୍ତୀ ଅଞ୍ଚଳରେ କୀଟନାଶକ ସିଞ୍ଚନ କରିଥିଲେ । କେବଳ ସ୍ବଚ୍ଛତା ମାଧ୍ୟମରେ ହିଁ ଏଭଳି ମହାମାରୀ ରୋଗରୁ ଲୋକଙ୍କୁ ରକ୍ଷା କରିପାରିବ ବୋଲି ସ୍ବେଚ୍ଛାସେବୀ ଜନାର୍ଦ୍ଧନ ରାଓ ମତବ୍ୟକ୍ତ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ